ଫୁଟ୍ବଲ ପଡ଼ିଆରେ ରକେଟ ମାଡ଼: ୧୨ ପିଲାଙ୍କ ମୃତ୍ୟୁ
ଜେରୁଜେଲମ୍,୨୮ା୭: ଇସ୍ରାଏଲ୍ ଅଧିକୃତ ଗୋଲାନ୍ ହାଇଟ୍ସର ଏକ ଫୁଟ୍ବଲ ପଡ଼ିଆରେ ଇରାନ୍ ସମର୍ଥତ୍ତ ହିଜବୁଲ୍ଲା ଆତଙ୍କବାଦୀମାନେ ରକେଟ୍ ମାଡ଼ କରିବାରୁ ୧୨ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ହିଜ୍ବୁଲ୍ଲା ବିରୋଧରେ କଠୋର ପ୍ରତିଶୋଧମୂଳକ ପଦକ୍ଷେପ ନିଆଯିବ ବୋଲି ରବିବାର ଇସ୍ରାଏଲ୍ ଚେତାବନୀ ଦେଇଛି। ଗତବର୍ଷ ଅକ୍ଟୋବର ୭ରେ ହମାସ୍ର ଇସ୍ରାଏଲ୍ ଆକ୍ରମଣ ପରେ ଏହା ଉକ୍ତ ଭୂଖଣ୍ଡ ଉପରେ ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ରକେଟ ମାଡ଼ କରିଥିବା ହିଜବୁଲ୍ଲା ପ୍ରଥମେ ଘୋଷଣା କରିଥିବାବେଳେ ପରେ ଏହାକୁ […] The post ଫୁଟ୍ବଲ ପଡ଼ିଆରେ ରକେଟ ମାଡ଼: ୧୨ ପିଲାଙ୍କ ମୃତ୍ୟୁ appeared first on Dharitri Odia News.
ଜେରୁଜେଲମ୍,୨୮ା୭: ଇସ୍ରାଏଲ୍ ଅଧିକୃତ ଗୋଲାନ୍ ହାଇଟ୍ସର ଏକ ଫୁଟ୍ବଲ ପଡ଼ିଆରେ ଇରାନ୍ ସମର୍ଥତ୍ତ ହିଜବୁଲ୍ଲା ଆତଙ୍କବାଦୀମାନେ ରକେଟ୍ ମାଡ଼ କରିବାରୁ ୧୨ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ହିଜ୍ବୁଲ୍ଲା ବିରୋଧରେ କଠୋର ପ୍ରତିଶୋଧମୂଳକ ପଦକ୍ଷେପ ନିଆଯିବ ବୋଲି ରବିବାର ଇସ୍ରାଏଲ୍ ଚେତାବନୀ ଦେଇଛି।
ଗତବର୍ଷ ଅକ୍ଟୋବର ୭ରେ ହମାସ୍ର ଇସ୍ରାଏଲ୍ ଆକ୍ରମଣ ପରେ ଏହା ଉକ୍ତ ଭୂଖଣ୍ଡ ଉପରେ ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ରକେଟ ମାଡ଼ କରିଥିବା ହିଜବୁଲ୍ଲା ପ୍ରଥମେ ଘୋଷଣା କରିଥିବାବେଳେ ପରେ ଏହାକୁ ଖଣ୍ଡନ କରିଛି। ଅନ୍ୟପକ୍ଷରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତାଙ୍କ ଆମେରିକା ଗସ୍ତକୁ କାଟଛାଣ୍ଟ କରି ଜେରୁଜେଲମ୍ ଫେରିଆସିଛନ୍ତି। ସେ ଖୁବ୍ଶୀଘ୍ର ଇସ୍ରାଏଲ୍ର ପ୍ରତିଶୋଧ ସମ୍ପର୍କରେ ତାଙ୍କ ନିରାପତ୍ତା କ୍ୟାବିନେଟ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ମୃତ ପିଲାମାନଙ୍କ ଶେଷକୃତ୍ୟ ପାଇଁ ସେମାନଙ୍କ ପରିବାର ସଦସ୍ୟ ଗୋଲାନ ହାଇଟ୍ସ ଅନ୍ତର୍ଗତ ମଜଦଲ ଶାମ୍ସର ଡ୍ରୁଜେ ଗ୍ରାମରେ ଏକାଠି ହୋଇଛନ୍ତି। ୧୯୬୭ରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ବେଳେ ଇସ୍ରାଏଲ୍ ସିରିଆଠାରୁ ଗୋଲାନ ହାଇଟ୍ସକୁ ଅକ୍ତିଆର କରିଥିଲା।
The post ଫୁଟ୍ବଲ ପଡ଼ିଆରେ ରକେଟ ମାଡ଼: ୧୨ ପିଲାଙ୍କ ମୃତ୍ୟୁ appeared first on Dharitri Odia News.