ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ ଟ୍ରଲର ଧକ୍କାରେ ଦୁଇ ଜଣ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ଦ୍ବୟ ହେଲେ ରାଇସୁଆଁ ଗ୍ରାମର ଗାମ ନାଏକ(୫୦) ଓ ଭଗବତୀ ମନ୍ତ୍ରୀ(୪୧)। ଉଭୟ ରାସ୍ତା ଅତିକ୍ରମ କରୁଥିବାବେଳେ ଟ୍ରଲର ଭାରସାମ୍ୟ ହରାଇ ଧକ୍କାଦେଇଥିଲା। ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଖବରପାଇ ଘଟଣାସ୍ଥଳରେ ସଦର […] The post ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର appeared first on Dharitri Odia News.

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ ଟ୍ରଲର ଧକ୍କାରେ ଦୁଇ ଜଣ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ଦ୍ବୟ ହେଲେ ରାଇସୁଆଁ ଗ୍ରାମର ଗାମ ନାଏକ(୫୦) ଓ ଭଗବତୀ ମନ୍ତ୍ରୀ(୪୧)। ଉଭୟ ରାସ୍ତା ଅତିକ୍ରମ କରୁଥିବାବେଳେ ଟ୍ରଲର ଭାରସାମ୍ୟ ହରାଇ ଧକ୍କାଦେଇଥିଲା। ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଖବରପାଇ ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ବନାଯୋଡି ଟୋଲଗେଟ କ୍ୟାମେରାରୁ ଫୁଟେଜ ଯାଞ୍ଚ କରୁଥିବା ଜଣାପଡିଛି।

 

The post ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର appeared first on Dharitri Odia News.