ଧୋନୀଙ୍କ ହୃଦୟ ଜିତିଲେ ୧୭ ବର୍ଷୀୟ କ୍ରିକେଟର; ଅକ୍ସନ ପୂର୍ବରୁ CSK ପାଇଁ ଟ୍ରାଏଲ ଦେଇ ଚର୍ଚ୍ଚାରେ… 

ନୂଆଦିଲ୍ଲୀ,୧୩।୧୧: ଚଳିତ ବର୍ଷ ଘରୋଇ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ କରି ଚର୍ଚ୍ଚାରେ ୧୭ ବର୍ଷୀୟ ଆୟୁଷ ମାହାତ୍ରେ। ରଣଜୀରେ ସେ ନିଜର ଦମ୍‌ ଦେଖାଇ ରେକର୍ଡ କରିଥିଲେ। ଏହି କାରଣରୁ ଏବେ ତାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଟ୍ରାଏଲ୍‌ ନିମନ୍ତେ ଡାକରା ଆସିଛି। ସିଏସ୍‌କେକୁ ଏକ ଓପନିଂ ବ୍ୟାଟ୍ସମ୍ୟାନ୍‌ର ଆବଶ୍ୟକତା ରହିଛି। ସେ ଅଧିନାୟକ ଋତୁରାଜ ଗାଏକଓ୍ବାଡଙ୍କ ସହ ମଇଦାନକୁ ଓହ୍ଲାଇବେ। ଡିଭନ୍‌ କନଓ୍ବେ ପୂର୍ବରୁ ଏହି ଭୂମିକା ତୁଲାଉଥିଲେ। ହେଲେ ଆଙ୍ଗୁଠିରେ ଆଘାତ ଲାଗିବା […] The post ଧୋନୀଙ୍କ ହୃଦୟ ଜିତିଲେ ୧୭ ବର୍ଷୀୟ କ୍ରିକେଟର; ଅକ୍ସନ ପୂର୍ବରୁ CSK ପାଇଁ ଟ୍ରାଏଲ ଦେଇ ଚର୍ଚ୍ଚାରେ…  appeared first on Dharitri Odia News.

ଧୋନୀଙ୍କ ହୃଦୟ ଜିତିଲେ ୧୭ ବର୍ଷୀୟ କ୍ରିକେଟର; ଅକ୍ସନ ପୂର୍ବରୁ CSK ପାଇଁ ଟ୍ରାଏଲ ଦେଇ ଚର୍ଚ୍ଚାରେ… 
ନୂଆଦିଲ୍ଲୀ,୧୩।୧୧: ଚଳିତ ବର୍ଷ ଘରୋଇ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ କରି ଚର୍ଚ୍ଚାରେ ୧୭ ବର୍ଷୀୟ ଆୟୁଷ ମାହାତ୍ରେ। ରଣଜୀରେ ସେ ନିଜର ଦମ୍‌ ଦେଖାଇ ରେକର୍ଡ କରିଥିଲେ। ଏହି କାରଣରୁ ଏବେ ତାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଟ୍ରାଏଲ୍‌ ନିମନ୍ତେ ଡାକରା ଆସିଛି।
ସିଏସ୍‌କେକୁ ଏକ ଓପନିଂ ବ୍ୟାଟ୍ସମ୍ୟାନ୍‌ର ଆବଶ୍ୟକତା ରହିଛି। ସେ ଅଧିନାୟକ ଋତୁରାଜ ଗାଏକଓ୍ବାଡଙ୍କ ସହ ମଇଦାନକୁ ଓହ୍ଲାଇବେ। ଡିଭନ୍‌ କନଓ୍ବେ ପୂର୍ବରୁ ଏହି ଭୂମିକା ତୁଲାଉଥିଲେ। ହେଲେ ଆଙ୍ଗୁଠିରେ ଆଘାତ ଲାଗିବା ଯୋଗୁ ସେ ଗତ ସିଜନ ଖେଳିପାରି ନ ଥିଲେ। ହେଲେ ଚେନ୍ନାଇ ଚଳିତ ସିଜନ ଲାଗି ତାଙ୍କୁ ରିଟେନ୍‌ କରାଯାଇନାହିଁ।
ଏଭଳି ସ୍ଥିତିରେ ଧୋନୀ ଆୟୁଷଙ୍କୁ ବିକଳ୍ପ ଭାବେ ଦେଖୁଛନ୍ତି। ଏହି କାରଣରୁ ମେଗା ଅକ୍ସନ ପୂର୍ବରୁ ସେ ଏହି ଖେଳାଳିଙ୍କୁ ଟ୍ରାଏଲ୍‌ ଲାଗି ଡାକିଛନ୍ତି। ସେ ରଣଜୀର ୫ମ ରାଉଣ୍ଡର ମ୍ୟାଚ୍‌ ଏବଂ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ମଝିରେ ହେବାକୁ ଥିବା ବ୍ରେକ୍‌ରେ ଟ୍ରାଏଲ ଦେବେ।
ଆୟୁଷ ମୁମ୍ବାଇ କ୍ରିକେଟ ଆସୋସିଏଶନ ପାଇଁ ଖେଳନ୍ତି। ସେ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ସମ୍ଭାବିତ ଖେଳାଳିମାନଙ୍କ ମଧ୍ୟରେ ସାମିଲ ଅଛନ୍ତି। ହେଲେ ସିଏସ୍‌କେ ସିଇଓ କାଶୀ ବିଶ୍ୱନାଥ ବୋର୍ଡଠାରୁ ଟ୍ରାଏଲ ଲାଗ ଅନୁମତି ଆଣିଛନ୍ତି। ତାଙ୍କ ପ୍ରଦର୍ଶନ ଆଧାରରେ ଦଳ ଅକ୍ସନ ବେଳେ ବୋଲି ଲଗାଇପାରେ।
ଆୟୁଷ କିଏ?
୨୦୨୪ ଇରାନୀ କପ୍‌ରେ ଫାଷ୍ଟ କ୍ଲାସ ଡେବ୍ୟୁ କରିଥିଲେ। ସେ ପୃଥ୍ବୀ ଶ’ଙ୍କ ସହ ଓପନିଂ କରିଥିଲେ। ପ୍ରଥମ ଇନିଂସରେ ୧୯ ଏବଂ ଦ୍ୱିତୀୟରେ ୧୪ ରନ୍‌ କରିଥିଲେ। ସେହିଭଳି ରଣଜୀ ଡେବ୍ୟୁରେ ସେ ବରୋଦା ବିପକ୍ଷରେ ଅର୍ଦ୍ଧଶତକ ମାରିଥିଲେ। ସେହିଭଳି ମହାରାଷ୍ଟ୍ର ବିପକ୍ଷ ମ୍ୟାଚରେ ସେ ୨୩୨ ବଲ୍‌ରେ ୧୭୬ ରନ୍‌ କରି ଚର୍ଚ୍ଚାକୁ ଆସିଥିଲେ। ଏଯାବତ ସେ ୫ ଫାଷ୍ଟ କ୍ଲାସ ମ୍ୟାଚ୍‌ ଖେଳିଥିବା ବେଳେ ୩୩.୬୬ ହାରରେ ୩୨୧ ରନ୍‌ କରିଛନ୍ତି।

The post ଧୋନୀଙ୍କ ହୃଦୟ ଜିତିଲେ ୧୭ ବର୍ଷୀୟ କ୍ରିକେଟର; ଅକ୍ସନ ପୂର୍ବରୁ CSK ପାଇଁ ଟ୍ରାଏଲ ଦେଇ ଚର୍ଚ୍ଚାରେ…  appeared first on Dharitri Odia News.