ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ରାଗିଙ୍ଗ୍ ଅଭିଯୋଗ
ବ୍ରହ୍ମପୁର,୨୩।୯(ସ୍ବାଧୀନ ଶେଖର ପାଢ଼ୀ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ରାବାସରେ ରାଗିଙ୍ଗ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ବିଶ୍ୱବିଦ୍ୟାଳୟର ନୂତନ ଛାତ୍ରାବାସରେ ୨୦୨୪ ଶିକ୍ଷାବର୍ଷ ପ୍ରଥମ ବର୍ଷର ଛାତ୍ରମାନେ ରହୁଥିବା ବେଳେ ଶନିବାର ରାତିରେ ଦ୍ୱିତୀୟ ବର୍ଷର କିଛି ଛାତ୍ର ନୂତନ ଛାତ୍ରାବାସକୁ ଯାଇ ନୂତନ ଛାତ୍ରମାନଙ୍କୁ ଗୀତ ଗାଇବା ଓ ନାଚିବା ପାଇଁ କହିଥିଲେ। ଏଭଳି ଘଟଣା ରାତିରେ ଘଟିବା ପରେ କନିଷ୍ଠ ଛାତ୍ରମାନେ ଭୟଭୀତ ହୋଇ ପ୍ରଥମେ ହଷ୍ଟେଲ ସୁପରିଟେଣ୍ଡଣ୍ଟଙ୍କୁ ଜଣାଇଥିଲେ। ରବିବାର ରାଗିଙ୍ଗ୍ ହୋଇଥିବା ଖବର […] The post ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ରାଗିଙ୍ଗ୍ ଅଭିଯୋଗ appeared first on Dharitri Odia News.
ବ୍ରହ୍ମପୁର,୨୩।୯(ସ୍ବାଧୀନ ଶେଖର ପାଢ଼ୀ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ରାବାସରେ ରାଗିଙ୍ଗ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ବିଶ୍ୱବିଦ୍ୟାଳୟର ନୂତନ ଛାତ୍ରାବାସରେ ୨୦୨୪ ଶିକ୍ଷାବର୍ଷ ପ୍ରଥମ ବର୍ଷର ଛାତ୍ରମାନେ ରହୁଥିବା ବେଳେ ଶନିବାର ରାତିରେ ଦ୍ୱିତୀୟ ବର୍ଷର କିଛି ଛାତ୍ର ନୂତନ ଛାତ୍ରାବାସକୁ ଯାଇ ନୂତନ ଛାତ୍ରମାନଙ୍କୁ ଗୀତ ଗାଇବା ଓ ନାଚିବା ପାଇଁ କହିଥିଲେ। ଏଭଳି ଘଟଣା ରାତିରେ ଘଟିବା ପରେ କନିଷ୍ଠ ଛାତ୍ରମାନେ ଭୟଭୀତ ହୋଇ ପ୍ରଥମେ ହଷ୍ଟେଲ ସୁପରିଟେଣ୍ଡଣ୍ଟଙ୍କୁ ଜଣାଇଥିଲେ। ରବିବାର ରାଗିଙ୍ଗ୍ ହୋଇଥିବା ଖବର ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଆକର୍ଷଣ ପରେ ହଷ୍ଟେଲ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷମାନେ ସେଠାରେ ପହଞ୍ଚି ତଦନ୍ତ କରିଥିଲେ । ପ୍ରାଥମିକ ତଦନ୍ତରୁ ସେଭଳି କିଛି ଜଣାପଡି ନ ଥିଲା। ସେହିଭଳି ଦିଲ୍ଲୀ ଏଣ୍ଟି ରାଗିଙ୍ଗ୍ ସେଲରେ କିଛି ଛାତ୍ର ଏନେଇ ଅଭିଯୋଗ କରିଥିବା ସୂଚନା ମିଳିଛି। ଏନେଇ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଏଣ୍ଟି ରାଗିଙ୍ଗ ସେଲକୁ ନେଇ ସୋମବାର ଏକ ବୈଠକ ଡାକିଛନ୍ତି। ବୈଠକ ପରେ ପ୍ରକୃତ ଚିତ୍ର ସାମ୍ନାକୁ ଆସିବ ବୋଲି ସୂଚନା ମିଳିଛି।
The post ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ରାଗିଙ୍ଗ୍ ଅଭିଯୋଗ appeared first on Dharitri Odia News.