ବାତ୍ୟା 'ଦାନା'ରେ ଉଜୁଡିଯିବ କି ଚାଷ, ଭୟଭୀତ ହେଲେଣି ପରିବା ଚାଷୀ
ଆସ୍କା ୨୩/୧୦: ବାତ୍ୟା ଦାନାକୁ ନେଇ ଭୟଭୀତ ପରିବା ଚାଷୀ । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ୍ ଅନ୍ତର୍ଗତ ବୁରୁପଡ଼ା ଅଞ୍ଚଳରେ ଶହ ଶହ ହେକ୍ଟର ଚାଷ ଜମିରେ ପରିବା ଚାଷ କରିଛନ୍ତି ଚାଷୀ । ଚାଷ ଜମିରେ ଫୁଲ କୋବି, ପତ୍ରକୋବି, ଭେଣ୍ଡି, ଝୁରୁଙ୍ଗ, ବାଇଗଣ, ଠାରୁ ଆରମ୍ଭ କରି ବିଭିନ୍ନ ରକମର ପନି ପରିବା ଚାଷ କରାଯାଇ ଥିବା ବେଳେ ମାଟି କୋଡା, ବିହନ ବୁଣା, କୀଟନାଶକ ଔଷଧ ଚିଞ୍ଚିବା, ପରିବା ଗଛରେ ସାର ଦେବାଠାରୁ ଆରମ୍ଭ କରି ରଞ୍ଜା ଦେଇ ବାଡ କରିବା, ପନିପରିବା ଚାଷ ଜମିରେ ପାଣି ମଡେଇବା ଓ ଗଛର ଯତ୍ନ ନେବା ପର୍ଯ୍ୟନ୍ତ ଚାଷ ଜମିରେ ପ୍ରତିଦିନ ସପରିବାର ସହ କଠିନ ପରିଶ୍ରମ କରିଥାନ୍ତି । ପ୍ରତିବର୍ଷ ଏଠାକାର ଚାଷୀ ମାନେ ଧାର କରଜ କରି ପନିପରିବା ଚାଷ କରୁଥିବା ବେଳେ ଏମିତି ବନ୍ୟା ବାତ୍ୟା ଆସି ଉଜାଡି ଦିଏ ଫସଲ l ଏଭଳି ପରିସ୍ଥିତିରେ ଯେତେ ବେଳେ ବାତ୍ୟା ଦାନା ଆସୁଛି ଏହା ଶୁଣିବା ପରେ ଭୟଭୀତ ହୋଇ ଯାଇଛନ୍ତି ପରିବା ଚାଷୀ । ଆଗରୁ ଫନି, ତିତିଲି, ହୁଡୁହୁଡୁ ପରି ବାତ୍ୟାରେ ପନିପରିବା ଚାଷୀ ମାନେ ବିଶେଷ କ୍ଷୟ କ୍ଷତି ସହିଥିବା ବେଳେ ଏବେ ଆଉ ଏକ ସମ୍ଭାବ୍ୟ ବାତ୍ୟା ଦାନା ଆସୁଥିବା ଶୁଣି ଚିନ୍ତାରେ ପ୍ରକଟ କରିଛନ୍ତି ଚାଷୀ । ବାତ୍ୟା ଦାନା ୨୪ ରାତି ଓ ୨୫ ପାହାନ୍ତା ଭିତରେ ହିଁ ପୁରୀ ଓ ସାଗରଦ୍ୱୀପ ମଧ୍ୟରେ ଉପକୂଳବର୍ତ୍ତି ଅଞ୍ଚଳ ଛୁଇଁବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଉପକୂଳବର୍ତ୍ତି ଅଞ୍ଚଳ ସମେତ
ଆସ୍କା ୨୩/୧୦: ବାତ୍ୟା ଦାନାକୁ ନେଇ ଭୟଭୀତ ପରିବା ଚାଷୀ । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ୍ ଅନ୍ତର୍ଗତ ବୁରୁପଡ଼ା ଅଞ୍ଚଳରେ ଶହ ଶହ ହେକ୍ଟର ଚାଷ ଜମିରେ ପରିବା ଚାଷ କରିଛନ୍ତି ଚାଷୀ । ଚାଷ ଜମିରେ ଫୁଲ କୋବି, ପତ୍ରକୋବି, ଭେଣ୍ଡି, ଝୁରୁଙ୍ଗ, ବାଇଗଣ, ଠାରୁ ଆରମ୍ଭ କରି ବିଭିନ୍ନ ରକମର ପନି ପରିବା ଚାଷ କରାଯାଇ ଥିବା ବେଳେ ମାଟି କୋଡା, ବିହନ ବୁଣା, କୀଟନାଶକ ଔଷଧ ଚିଞ୍ଚିବା, ପରିବା ଗଛରେ ସାର ଦେବାଠାରୁ ଆରମ୍ଭ କରି ରଞ୍ଜା ଦେଇ ବାଡ କରିବା, ପନିପରିବା ଚାଷ ଜମିରେ ପାଣି ମଡେଇବା ଓ ଗଛର ଯତ୍ନ ନେବା ପର୍ଯ୍ୟନ୍ତ ଚାଷ ଜମିରେ ପ୍ରତିଦିନ ସପରିବାର ସହ କଠିନ ପରିଶ୍ରମ କରିଥାନ୍ତି ।
ପ୍ରତିବର୍ଷ ଏଠାକାର ଚାଷୀ ମାନେ ଧାର କରଜ କରି ପନିପରିବା ଚାଷ କରୁଥିବା ବେଳେ ଏମିତି ବନ୍ୟା ବାତ୍ୟା ଆସି ଉଜାଡି ଦିଏ ଫସଲ l ଏଭଳି ପରିସ୍ଥିତିରେ ଯେତେ ବେଳେ ବାତ୍ୟା ଦାନା ଆସୁଛି ଏହା ଶୁଣିବା ପରେ ଭୟଭୀତ ହୋଇ ଯାଇଛନ୍ତି ପରିବା ଚାଷୀ । ଆଗରୁ ଫନି, ତିତିଲି, ହୁଡୁହୁଡୁ ପରି ବାତ୍ୟାରେ ପନିପରିବା ଚାଷୀ ମାନେ ବିଶେଷ କ୍ଷୟ କ୍ଷତି ସହିଥିବା ବେଳେ ଏବେ ଆଉ ଏକ ସମ୍ଭାବ୍ୟ ବାତ୍ୟା ଦାନା ଆସୁଥିବା ଶୁଣି ଚିନ୍ତାରେ ପ୍ରକଟ କରିଛନ୍ତି ଚାଷୀ ।
ବାତ୍ୟା ଦାନା ୨୪ ରାତି ଓ ୨୫ ପାହାନ୍ତା ଭିତରେ ହିଁ ପୁରୀ ଓ ସାଗରଦ୍ୱୀପ ମଧ୍ୟରେ ଉପକୂଳବର୍ତ୍ତି ଅଞ୍ଚଳ ଛୁଇଁବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଉପକୂଳବର୍ତ୍ତି ଅଞ୍ଚଳ ସମେତ ଓଡ଼ିଶାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ସହ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ରହିବ ଆକଳନ କରାଯାଇଛି l ଯଦି ଅତ୍ୟାଧିକ ବର୍ଷା କି ପବନ ହୁଏ ତାହେଲେ ପରିବା ଚାଷ ସମ୍ପୂର୍ଣ ରୂପେ ନଷ୍ଟ ହୋଇଯିବ ଭାବି ଭୟରେ ଆତଙ୍କିତ ରହିଛନ୍ତି ପରିବା ଚାଷୀ l