ଇଣ୍ଟରନେଟ୍‌କୁ ନେଇ ନୂଆ ରେକର୍ଡ କଲା ଭାରତ, ସରକାର ଜାରି କଲେ ଡାଟା

ନୂଆଦିଲ୍ଲୀ: ଭାରତ ୭.୩ କୋଟି ଇଣ୍ଟରନେଟ୍ ସବସ୍କ୍ରାଇବର୍ସଙ୍କୁ ଯୋଡ଼ିଛି ଏବଂ ବ୍ରଡ୍‌ବ୍ରାଣ୍ଡ ସବସ୍କ୍ରାଇବର୍ସ ସଂଖ୍ୟାରେ ନୂଆ ରେକର୍ଡ କରିଛି । ଭାରତ ଗୋଟିଏ ବର୍ଷରେ ୭.୮ କୋଟି ବ୍ରଡ୍‌ବ୍ରାଣ୍ଡ ସବସ୍କ୍ରାଇବର୍ସଙ୍କୁ ଯୋଡ଼ିବା ପରେ ଦେଶରେ ଏହି ସଂଖ୍ୟା ୧୧୯.୯ କୋଟି ହୋଇଛି । ସରକାର ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି । ଗତ ବର୍ଷ ମାର୍ଚ୍ଚରୁ ଚଳିତ ବର୍ଷ ମାର୍ଚ୍ଚ ମଧ୍ୟରେ ୮୮.୧ କୋଟି ସବସ୍କ୍ରାଇବର୍ସରୁ ୯୫.୪ କୋଟି ସବସ୍କ୍ରାଇବର୍ସ ହୋଇଛି । ଏହି ହିସାବରେ ୮.୯ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି ।ବ୍ରଡ୍‌ବ୍ରାଣ୍ଡ ସବସ୍କ୍ରାଇବର୍ସଙ୍କ ସଂଖ୍ୟାରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । କାରଣ ଏହି ସଂଖ୍ୟା ମଧ୍ୟ ଗତ ଏକ ବର୍ଷ ଭିତରେ ୮୪.୬ କୋଟିରୁ ବଢି ୯୨.୪ କୋଟି ହୋଇଛି । ଟ୍ରାଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଅନ୍ୟପଟେ ଇଣ୍ଟରନେଟ୍ ସବସ୍କ୍ରାଇବରଙ୍କ ସଂଖ୍ୟାରେ ୮.୩୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି ।ସେହିପରି ୱାୟରଲେସ୍ ଡାଟା ସବସ୍କ୍ରାଇବର୍ସରେ ମଧ୍ୟ ବୃଦ୍ଧି ରେକର୍ଡ ହୋଇଛି । ପ୍ରଥମେ ୱାୟରଲେସ୍ ଡାଟା ସବସ୍କ୍ରାଇବର୍ସ ସଂଖ୍ୟା ୮୪.୬ କୋଟି ଥିଲା, ଯାହା ବଢି ୯୧.୩ କୋଟି ହୋଇଛି । ଟୋଟଲ୍ ନମ୍ୱର ଅଫ୍ ୱାୟରଲେସ୍ ଡାଟା ୟୁଜେସ୍ ପୂର୍ବେ ୧,୬୦,୦୫୪ PB ଥିଲା, ଯାହା ଏବେ ବଢି ୧,୯୪,୭୭୪ PB ହୋଇଛି । ଅର୍ଥାତ୍ ଏଥିରେ ପ୍ରାୟ ୨୧.୬୯ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି । ଏହାସହ ଟେଲିଫୋନ୍ ସବସ୍କ୍ରାଇ

ଇଣ୍ଟରନେଟ୍‌କୁ ନେଇ ନୂଆ ରେକର୍ଡ କଲା ଭାରତ, ସରକାର ଜାରି କଲେ ଡାଟା

ନୂଆଦିଲ୍ଲୀ: ଭାରତ ୭.୩ କୋଟି ଇଣ୍ଟରନେଟ୍ ସବସ୍କ୍ରାଇବର୍ସଙ୍କୁ ଯୋଡ଼ିଛି ଏବଂ ବ୍ରଡ୍‌ବ୍ରାଣ୍ଡ ସବସ୍କ୍ରାଇବର୍ସ ସଂଖ୍ୟାରେ ନୂଆ ରେକର୍ଡ କରିଛି । ଭାରତ ଗୋଟିଏ ବର୍ଷରେ ୭.୮ କୋଟି ବ୍ରଡ୍‌ବ୍ରାଣ୍ଡ ସବସ୍କ୍ରାଇବର୍ସଙ୍କୁ ଯୋଡ଼ିବା ପରେ ଦେଶରେ ଏହି ସଂଖ୍ୟା ୧୧୯.୯ କୋଟି ହୋଇଛି । ସରକାର ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି । ଗତ ବର୍ଷ ମାର୍ଚ୍ଚରୁ ଚଳିତ ବର୍ଷ ମାର୍ଚ୍ଚ ମଧ୍ୟରେ ୮୮.୧ କୋଟି ସବସ୍କ୍ରାଇବର୍ସରୁ ୯୫.୪ କୋଟି ସବସ୍କ୍ରାଇବର୍ସ ହୋଇଛି । ଏହି ହିସାବରେ ୮.୯ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି ।

ବ୍ରଡ୍‌ବ୍ରାଣ୍ଡ ସବସ୍କ୍ରାଇବର୍ସଙ୍କ ସଂଖ୍ୟାରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । କାରଣ ଏହି ସଂଖ୍ୟା ମଧ୍ୟ ଗତ ଏକ ବର୍ଷ ଭିତରେ ୮୪.୬ କୋଟିରୁ ବଢି ୯୨.୪ କୋଟି ହୋଇଛି । ଟ୍ରାଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଅନ୍ୟପଟେ ଇଣ୍ଟରନେଟ୍ ସବସ୍କ୍ରାଇବରଙ୍କ ସଂଖ୍ୟାରେ ୮.୩୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି ।

ସେହିପରି ୱାୟରଲେସ୍ ଡାଟା ସବସ୍କ୍ରାଇବର୍ସରେ ମଧ୍ୟ ବୃଦ୍ଧି ରେକର୍ଡ ହୋଇଛି । ପ୍ରଥମେ ୱାୟରଲେସ୍ ଡାଟା ସବସ୍କ୍ରାଇବର୍ସ ସଂଖ୍ୟା ୮୪.୬ କୋଟି ଥିଲା, ଯାହା ବଢି ୯୧.୩ କୋଟି ହୋଇଛି । ଟୋଟଲ୍ ନମ୍ୱର ଅଫ୍ ୱାୟରଲେସ୍ ଡାଟା ୟୁଜେସ୍ ପୂର୍ବେ ୧,୬୦,୦୫୪ PB ଥିଲା, ଯାହା ଏବେ ବଢି ୧,୯୪,୭୭୪ PB ହୋଇଛି । ଅର୍ଥାତ୍ ଏଥିରେ ପ୍ରାୟ ୨୧.୬୯ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି । ଏହାସହ ଟେଲିଫୋନ୍ ସବସ୍କ୍ରାଇବର୍ସଙ୍କ ସଂଖ୍ୟା ମଧ୍ୟ ଭାରତରେ ଦ୍ରୁତ ଗତିରେ ବଢୁଛି । ଏହି ସଂଖ୍ୟା ୧୧୭.୨ କୋଟିରୁ ବଢି ଏବେ ୧୧୯.୯ କୋଟି ଯାଏ ହୋଇଛି । ଏଥିରେ ୨.୩୦ ପ୍ରତିଶତ ଗ୍ରୋଥ୍ ହୋଇଛି ।