ବ୍ରିସବେନରେ ପଞ୍ଚମ ଦିନ କେମିତି ରହିବ ପାଣିପାଗ, ପୁଣି ଥରେ ଭିଲେନ ସାଜିବ କି ବର୍ଷା ?

ବ୍ରିସବେନ: ବ୍ରିସବେନର ଗାବାରେ ଭାରତ  ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟରେ ବର୍ଷା ଏ ପର୍ଯ୍ୟନ୍ତ ବହୁତ ହଇରାଣ କରିଲାଣି। ପ୍ରଥମ ଦିନ ମାତ୍ର ୧୩.୨ ଓଭର ଖେଳ ହୋଇଥିବା ବେଳେ ଦ୍ଵିତୀୟ ଦିନରେ ପୂରା ଖେଳ ହୋଇଥିଲା। କିନ୍ତୁ ତୃତୀୟ ଓ ଚତୁର୍ଥ ଦିନରେ ମଧ୍ୟ ବର୍ଷା ପୁଣି ବାଧକ ସାଜିଥିଲା। ଏବେ ପ୍ରଶ୍ନ ଉଠୁଛି ପଞ୍ଚମ ଦିନରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିବ କି ନାହିଁ ?ଆକ୍ୟୁଓ୍ଵେଦର ମୁତାବକ, ଗାବା ଟେଷ୍ଟର ପଞ୍ଚମ ଦିନରେ ବର୍ଷା ହେବାର ୯୦ ପ୍ରତିଶତ ସମ୍ଭାବନା ରହିଛି। ପୂରା ଦିନ ବ୍ରିସବେନ ଆକାଶରେ ବାଦଲ ଛାଇ ରହିବ। ଏହି ସମୟରେ ସର୍ବନିମ୍ନ ତାପମାତ୍ରା  ୧୮ ଓ ସର୍ବାଧିକ ତାପମାତ୍ରା ୩୧ ଡିଗ୍ରୀ ରହିପାରେ। ପବନର ବେଗ ଘଣ୍ଟା ପ୍ରତି ୧୩ କିମି ରହିପାରେ।  ମ୍ୟାଚ୍‌ରେ ଭାରତ ବ୍ୟାକଫୁଟ୍‌ରେ ରହିଛି। ବୁମରା ଓ ଆକାଶ ଦୀପ ଦଶମ ଓ୍ଵିକେଟ୍‌ରେ ୩୯ ରନ ଯୋଡ଼ି ଭାରତକୁ ଫଲୋଅନ ହେବାକୁ ଦେଇ ନାହାନ୍ତି। Also read: ଭାରତର ସମ୍ମାନ ରଖିଲେ ବୁମରା-ଆକାଶ, କଙ୍ଗାରୁକୁ ଦେଲେ ଏମିତି ଯନ୍ତ୍ରଣା ଯାହାକୁ ମନେ ରଖିବ ଦୁନିଆଏହା ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪୫ ରନ କରିଛି। ଜବାବରେ ଭାରତ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୯ ଓ୍ଵିକେଟ୍ ହରାଇ ୨୫୨ ରନ କରିଛି। ଏବେ ବି ଦଳ ୧୯୩ ରନ ପଛରେ ରହିଛି।  ଏକଦା ଭାରତ ୯ ଓ୍ଵିକେଟ୍ ହରାଇ ୨୧୩ ରନ କରିଥିଲା। ଫଲୋଅନ ଏଡ଼ାଇବା ପାଇଁ ଦ

ବ୍ରିସବେନରେ ପଞ୍ଚମ ଦିନ କେମିତି ରହିବ ପାଣିପାଗ, ପୁଣି ଥରେ ଭିଲେନ ସାଜିବ କି ବର୍ଷା ?

ବ୍ରିସବେନ: ବ୍ରିସବେନର ଗାବାରେ ଭାରତ  ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟରେ ବର୍ଷା ଏ ପର୍ଯ୍ୟନ୍ତ ବହୁତ ହଇରାଣ କରିଲାଣି। ପ୍ରଥମ ଦିନ ମାତ୍ର ୧୩.୨ ଓଭର ଖେଳ ହୋଇଥିବା ବେଳେ ଦ୍ଵିତୀୟ ଦିନରେ ପୂରା ଖେଳ ହୋଇଥିଲା। କିନ୍ତୁ ତୃତୀୟ ଓ ଚତୁର୍ଥ ଦିନରେ ମଧ୍ୟ ବର୍ଷା ପୁଣି ବାଧକ ସାଜିଥିଲା। ଏବେ ପ୍ରଶ୍ନ ଉଠୁଛି ପଞ୍ଚମ ଦିନରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିବ କି ନାହିଁ ?

ଆକ୍ୟୁଓ୍ଵେଦର ମୁତାବକ, ଗାବା ଟେଷ୍ଟର ପଞ୍ଚମ ଦିନରେ ବର୍ଷା ହେବାର ୯୦ ପ୍ରତିଶତ ସମ୍ଭାବନା ରହିଛି। ପୂରା ଦିନ ବ୍ରିସବେନ ଆକାଶରେ ବାଦଲ ଛାଇ ରହିବ। ଏହି ସମୟରେ ସର୍ବନିମ୍ନ ତାପମାତ୍ରା  ୧୮ ଓ ସର୍ବାଧିକ ତାପମାତ୍ରା ୩୧ ଡିଗ୍ରୀ ରହିପାରେ। ପବନର ବେଗ ଘଣ୍ଟା ପ୍ରତି ୧୩ କିମି ରହିପାରେ।  ମ୍ୟାଚ୍‌ରେ ଭାରତ ବ୍ୟାକଫୁଟ୍‌ରେ ରହିଛି। ବୁମରା ଓ ଆକାଶ ଦୀପ ଦଶମ ଓ୍ଵିକେଟ୍‌ରେ ୩୯ ରନ ଯୋଡ଼ି ଭାରତକୁ ଫଲୋଅନ ହେବାକୁ ଦେଇ ନାହାନ୍ତି। 

Also read: ଭାରତର ସମ୍ମାନ ରଖିଲେ ବୁମରା-ଆକାଶ, କଙ୍ଗାରୁକୁ ଦେଲେ ଏମିତି ଯନ୍ତ୍ରଣା ଯାହାକୁ ମନେ ରଖିବ ଦୁନିଆ

ଏହା ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪୫ ରନ କରିଛି। ଜବାବରେ ଭାରତ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୯ ଓ୍ଵିକେଟ୍ ହରାଇ ୨୫୨ ରନ କରିଛି। ଏବେ ବି ଦଳ ୧୯୩ ରନ ପଛରେ ରହିଛି।  ଏକଦା ଭାରତ ୯ ଓ୍ଵିକେଟ୍ ହରାଇ ୨୧୩ ରନ କରିଥିଲା। ଫଲୋଅନ ଏଡ଼ାଇବା ପାଇଁ ଦଳକୁ ୩୩ ରନ ଦରକାର ଥିଲା ଏବଂ  ହାତରେ ଥିଲା ମାତ୍ର ଗୋଟିଏ ଓ୍ଵିକେଟ୍। ଏଠାରୁ ହିଁ ଖେଳର ପ୍ରତିଟି ବଲ୍‌ରେ ରୋମାଞ୍ଚ ଭରି ଯାଇଥିଲା। ଚତୁର୍ଥ ଦିନ ଖେଳର ଶେଷ ଏକ ଘଣ୍ଟା ଅଷ୍ଟ୍ରେଲିଆର ଉତ୍ସାହକୁ ଶକ୍ତ ଧକ୍କା ଦେବା ସହ ଭାରତର ଶିବିରରେ ମ୍ୟାଚ୍‌କୁ ଡ୍ର କରିବାର ଆଶା ସଞ୍ଚାର କରିଛି।