ଦିଲ୍ଲୀର କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
ନୂଆଦିଲ୍ଳୀ ୧୬।୦୬: ରାଜଧାନୀ ଦିଲ୍ଲୀରେ ପ୍ରତିଦିନ ଅଗ୍ନିକାଣ୍ଡ ଘଟୁଛି। ରବିବାର ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ଯେତେବେଳେ ଦିଲ୍ଲୀର ମୁଣ୍ଡକା ଇଣ୍ଡଷ୍ଟ୍ରିଆଲ୍ ଏରିଆର ଏକ କାରଖାନାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି। ନିଆଁ ଲାଗିବା ମାତ୍ରେ ଏହି ଅଞ୍ଚଳରେ ବିଶୃଙ୍ଖଳା ଦେଖାଦେଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ସମଗ୍ର ଅଞ୍ଚଳର ଧୂଆଁ ହୋଇଥିଲା। ବର୍ତ୍ତମାନ ନିଆଁ ଲିଭାଇବା ପାଇଁ ଉଦ୍ୟମ ଚାଲିଛି। ଘଟଣାସ୍ଥଳରେ ୩୫ଟି ଅଗ୍ନିଶମ ବାହିନୀ ଗାଡି ପହଞ୍ଚିଛି । ଏବେ ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି।କହିବାକୁ ଗଲେ ଦିଲ୍ଲୀରେ ଏପରି ଅଗ୍ନିକାଣ୍ଡ ଘଟଣା ପ୍ରଥମ ନୁହେଁ। ଏହାପୂର୍ବରୁ ଶନିବାର ଅର୍ଥାତ୍ ଜୁନ୍ ୧୫ ରେ ବସନ୍ତ ବିହାର ଅଞ୍ଚଳର ଏକ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା। । ନିଆଁ ଏତେ ଭୟଙ୍କର ଥିଲା ଯେ ଏହା ନିକଟସ୍ଥ ଚାରିଟି ଦୋକାନକୁ ବ୍ୟାପି ଯାଇଥିଲା। ହେଲେ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ ।
ନୂଆଦିଲ୍ଳୀ ୧୬।୦୬: ରାଜଧାନୀ ଦିଲ୍ଲୀରେ ପ୍ରତିଦିନ ଅଗ୍ନିକାଣ୍ଡ ଘଟୁଛି। ରବିବାର ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ଯେତେବେଳେ ଦିଲ୍ଲୀର ମୁଣ୍ଡକା ଇଣ୍ଡଷ୍ଟ୍ରିଆଲ୍ ଏରିଆର ଏକ କାରଖାନାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି। ନିଆଁ ଲାଗିବା ମାତ୍ରେ ଏହି ଅଞ୍ଚଳରେ ବିଶୃଙ୍ଖଳା ଦେଖାଦେଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ସମଗ୍ର ଅଞ୍ଚଳର ଧୂଆଁ ହୋଇଥିଲା। ବର୍ତ୍ତମାନ ନିଆଁ ଲିଭାଇବା ପାଇଁ ଉଦ୍ୟମ ଚାଲିଛି। ଘଟଣାସ୍ଥଳରେ ୩୫ଟି ଅଗ୍ନିଶମ ବାହିନୀ ଗାଡି ପହଞ୍ଚିଛି । ଏବେ ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି।
କହିବାକୁ ଗଲେ ଦିଲ୍ଲୀରେ ଏପରି ଅଗ୍ନିକାଣ୍ଡ ଘଟଣା ପ୍ରଥମ ନୁହେଁ। ଏହାପୂର୍ବରୁ ଶନିବାର ଅର୍ଥାତ୍ ଜୁନ୍ ୧୫ ରେ ବସନ୍ତ ବିହାର ଅଞ୍ଚଳର ଏକ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା। । ନିଆଁ ଏତେ ଭୟଙ୍କର ଥିଲା ଯେ ଏହା ନିକଟସ୍ଥ ଚାରିଟି ଦୋକାନକୁ ବ୍ୟାପି ଯାଇଥିଲା। ହେଲେ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ ।