ପୁରୀରେ ବଡ ଅଘଟଣ,ବସ୍ ଭିତରେ ରୋଷେଇ ହେଉଥିଲା,ନିଆଁ ଲାଗି ସବୁ ଜଳିଗଲା

ପୁରୀ ୭/୪: ପୁରୀରେ ବଡ ଅଘଟଣ । ବସ୍‌ରେ ଭୟଙ୍କର ନିଆଁ । ହୁତୁହୁତୁ ହୋଇ ଜଳିଗଲା ଟୁରିଷ୍ଟ ବସ୍‌। ମଙ୍ଗଳବାର ସକାଳୁ ମାଳିପାଟପୁର ବସଷ୍ଟାଣ୍ଡରେ  ପଶ୍ଚିମବଙ୍ଗର ଟୁରିଷ୍ଟ ବସ୍‌ଟି ଆସି ରହିଥିଲା । ଯେତେବେଳେ ବସ୍‌ଟି ବାହାରକୁ ଆସିଲା ହଠାତ ଏଥିରେ ନିଆଁ ଲାଗିଯାଇଥିଲା ।ରାସ୍ତା ଉପରେ ବସ୍‌ଟି ହୁତୁହୁତୁ ହୋଇ ଜଳିଯାଇଥିଲା । ନିଆଁ ଲାଗିବା ସମୟରେ ବସ୍‌ରେ କେହି ପର୍ଯ୍ୟଟକ ନଥିଲେ । ସ୍ଥାନୀୟ ଲୋକେ ବସ୍‌ରେ ନିଆଁ ଲାଗିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଘଟଣରେ କାହାର କିଛି କ୍ଷତି ହୋଇନି ।ବସ୍‌ ଭିତରେ ରୋଷେଇ ହେଉଥିଲା । ସେଇଠୁ ନିଆଁ ଲାଗି ପୁରା ବସ୍‌ ଜଳିଯାଇଥିବା କୁହାଯାଉଛି ।   

ପୁରୀରେ ବଡ ଅଘଟଣ,ବସ୍ ଭିତରେ ରୋଷେଇ ହେଉଥିଲା,ନିଆଁ ଲାଗି ସବୁ ଜଳିଗଲା

ପୁରୀ ୭/୪: ପୁରୀରେ ବଡ ଅଘଟଣ । ବସ୍‌ରେ ଭୟଙ୍କର ନିଆଁ । ହୁତୁହୁତୁ ହୋଇ ଜଳିଗଲା ଟୁରିଷ୍ଟ ବସ୍‌। ମଙ୍ଗଳବାର ସକାଳୁ ମାଳିପାଟପୁର ବସଷ୍ଟାଣ୍ଡରେ  ପଶ୍ଚିମବଙ୍ଗର ଟୁରିଷ୍ଟ ବସ୍‌ଟି ଆସି ରହିଥିଲା । ଯେତେବେଳେ ବସ୍‌ଟି ବାହାରକୁ ଆସିଲା ହଠାତ ଏଥିରେ ନିଆଁ ଲାଗିଯାଇଥିଲା ।ରାସ୍ତା ଉପରେ ବସ୍‌ଟି ହୁତୁହୁତୁ ହୋଇ ଜଳିଯାଇଥିଲା । 

ନିଆଁ ଲାଗିବା ସମୟରେ ବସ୍‌ରେ କେହି ପର୍ଯ୍ୟଟକ ନଥିଲେ । ସ୍ଥାନୀୟ ଲୋକେ ବସ୍‌ରେ ନିଆଁ ଲାଗିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଘଟଣରେ କାହାର କିଛି କ୍ଷତି ହୋଇନି ।ବସ୍‌ ଭିତରେ ରୋଷେଇ ହେଉଥିଲା । ସେଇଠୁ ନିଆଁ ଲାଗି ପୁରା ବସ୍‌ ଜଳିଯାଇଥିବା କୁହାଯାଉଛି ।