ଗୋଳନ୍ଥରା ଥାନା ଅଂଚଳରୁ ନାବାଳିକା ଙ୍କୁ ଅପହରଣ। ଥାନାରେ ମାମଲା।

ଗୋପାଳପୁର,୦୫/୦୩ ଗୋଳନ୍ଥରା ଥାନା ଇଲାକାରେ ଜଣେ ନାବାଳିକାକୁ ଅପହରଣ କରି ଯାଇଥିବା ନେଇ ପରିବାର ବର୍ଗ ଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି l ସୂଚନା ଅନୁସାରେ ଏହି ଥାନା ଅଧିନସ୍ଥ ଭାଲିଆଗଡ଼ ଗ୍ରାମର ନାବାଳିକା ଜଣଙ୍କ ରହୁଥିବା ବେଳେ ସେ ଦଶମ ଶ୍ରେଣୀର ଛାତ୍ରୀ ଥିଲେ l ସୋମବାର ସକାଳେ ପରୀକ୍ଷା ଦେବା ପାଇଁ ଛାତ୍ରୀ ଜଣଙ୍କ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ l ପରୀକ୍ଷା ସରିବାପରେ ଅପରାହ୍ନ ରେ ଛାତ୍ରୀ ଜଣକ ଘର କୁ ଫେରି […] The post ଗୋଳନ୍ଥରା ଥାନା ଅଂଚଳରୁ ନାବାଳିକା ଙ୍କୁ ଅପହରଣ। ଥାନାରେ ମାମଲା। appeared first on Odisha.News.

ଗୋଳନ୍ଥରା ଥାନା ଅଂଚଳରୁ ନାବାଳିକା ଙ୍କୁ ଅପହରଣ। ଥାନାରେ ମାମଲା।

ଗୋପାଳପୁର,୦୫/୦୩
ଗୋଳନ୍ଥରା ଥାନା ଇଲାକାରେ ଜଣେ ନାବାଳିକାକୁ ଅପହରଣ କରି ଯାଇଥିବା ନେଇ ପରିବାର ବର୍ଗ ଙ୍କ ପକ୍ଷରୁ
ଥାନାରେ ଅଭିଯୋଗ ହୋଇଛି l ସୂଚନା ଅନୁସାରେ ଏହି ଥାନା ଅଧିନସ୍ଥ ଭାଲିଆଗଡ଼ ଗ୍ରାମର ନାବାଳିକା ଜଣଙ୍କ ରହୁଥିବା ବେଳେ ସେ ଦଶମ ଶ୍ରେଣୀର ଛାତ୍ରୀ ଥିଲେ l ସୋମବାର ସକାଳେ ପରୀକ୍ଷା ଦେବା ପାଇଁ ଛାତ୍ରୀ ଜଣଙ୍କ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ l ପରୀକ୍ଷା ସରିବାପରେ ଅପରାହ୍ନ ରେ ଛାତ୍ରୀ ଜଣକ ଘର କୁ ଫେରି ନଥିଲେ l ପରିବାର ଲୋକ ଆଖ ପାଖ ଓ ସମ୍ପର୍କୟ ଘରକୁ ଯାଇ ଖୋଜା ଖୋଜି କରିଥିଲେ ମଧ୍ୟ୍ୟ ଛାତ୍ରୀଙ୍କ କୌଣସି ଟେର ପାଇ ନଥିଲେ l ଖୋଜାଖୋଜି ବେଳେ ଗ୍ରାମର ଜଣେ ଯୁବକ ଛାତ୍ରୀ ଜଣଙ୍କୁ ଅପହରଣ କରି ନେଇଥିବା ପରିବାର ବର୍ଗ ଜାଣିବାକୁ ପାଇଥିଲେ l ଏ ନେଇ ଛାତ୍ରୀଙ୍କ ଭାଇ ଗୋଳନ୍ଥରା ଥାନା ରେ ସୋମବାର ରାତିରେ ଲିଖିତ ଅଭିଯୋଗ କରିଥିଲେ l ଏ ନେଇ ଥାନା ପକ୍ଷରୁ ୯୭/୨୪ ପ୍ରକାରେ ଏକ ଅପହରଣ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି l ଛାତ୍ରୀଙ୍କୁ ଉଦ୍ଧାର କରିବା ନିମନ୍ତେ ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ ସହ ମୋବାଇଲ ଫୋନ ଟ୍ରାକାଙ୍ଗି କରା ଯାଉଥିବା ସୂଚନା ମିଳିଛି।

The post ଗୋଳନ୍ଥରା ଥାନା ଅଂଚଳରୁ ନାବାଳିକା ଙ୍କୁ ଅପହରଣ। ଥାନାରେ ମାମଲା। appeared first on Odisha.News.