ବାଲିଗୁଡା ଏନଏସି ତରଫରୁ ବୁଲା ଗାଈଗୋରୁ ଧରା ଅଭିଯାନ ଆରମ୍ଭ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ରେ ଦିନକୁ ଦିନ ବୁଲା ଗାଈ ଗୋରୁ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା । ବାଲିଗୁଡା ସହର ପ୍ରତିଦିନ ଜନଗହଳି ପୂର୍ଣ୍ଣ ରହୁଥିବା ବେଳେ ବୁଲା ଗାଈ ଗୋରୁ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିଲେ । କେବଳ ବଜାର କାହିଁକି ଟାଉନର ପେଟ୍ରୋଲ ଟାଙ୍କି ଠାରୁ ଆରମ୍ଭ କରି ହନୁମାନ ମନ୍ଦିର ,ମିନି ଷ୍ଟାଡିୟମ ,ବୁଡାଗୁଡା ଛକ ,ବସଷ୍ଟାଣ୍ଡ ,ପାଟ୍ଟଖଣ୍ଡା […] The post ବାଲିଗୁଡା ଏନଏସି ତରଫରୁ ବୁଲା ଗାଈଗୋରୁ ଧରା ଅଭିଯାନ ଆରମ୍ଭ appeared first on Odisha.News.
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ରେ ଦିନକୁ ଦିନ ବୁଲା ଗାଈ ଗୋରୁ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା । ବାଲିଗୁଡା ସହର ପ୍ରତିଦିନ ଜନଗହଳି ପୂର୍ଣ୍ଣ ରହୁଥିବା ବେଳେ ବୁଲା ଗାଈ ଗୋରୁ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିଲେ । କେବଳ ବଜାର କାହିଁକି ଟାଉନର ପେଟ୍ରୋଲ ଟାଙ୍କି ଠାରୁ ଆରମ୍ଭ କରି ହନୁମାନ ମନ୍ଦିର ,ମିନି ଷ୍ଟାଡିୟମ ,ବୁଡାଗୁଡା ଛକ ,ବସଷ୍ଟାଣ୍ଡ ,ପାଟ୍ଟଖଣ୍ଡା ମନ୍ଦିର ,ନେହୁରୁ ଛକ, ତ୍ରିବେଦୀ ପାର୍କ ,ଗାନ୍ଧୀ ଛକ ,ମେଡିକାଲ ଛକ ,ଥାନା ,ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ,ବ୍ଲକ କାର୍ଯ୍ୟଳୟ ,ଆଦିବାସୀ ମହାବିଦ୍ୟାଳୟ ଜେଲ ପର୍ଯ୍ୟନ୍ତ ୫୯ନଂ. ଜାତୀୟ ରାଜପଥ ରେ ମାଳ ମାଳ ବୁଲା ଗାଈଗୋରୁ ରାସ୍ତା ଉପରେ ବସି ରହୁଥିବାରୁ ପ୍ରତ୍ଯେକ ଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ସ୍ଥାନୀୟ ଏନଏସି ତରଫରୁ ପୂର୍ବରୁ ବାରମ୍ବାର ଗାଈ ଗୋରୁଙ୍କୁ ନିଜ ଘରେ ରଖିବା ପାଇଁ ବାରମ୍ବାର ପ୍ରଚାର କରାଯିବା ପରେ ମଧ୍ୟ କୌଣସି ପ୍ରକାରେ ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ବାଲିଗୁଡା ଏନଏସି ତରଫରୁ ବୁଲାଗାଈ ଗୋରୁ ମାନଙ୍କୁ ରାସ୍ତା ରୁ ଉଠାଇ ନେବା ପାଇଁ ଏନଏସି ପକ୍ଷରୁ ଏକ ଗୋରୁ ବୁହା ଗାଡି କିଣାଯାଇଛି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା କହିଛନ୍ତି । ଗୁରୁବାର ଠାରୁ ତାର ପରୀକ୍ଷା ମୂଳକ ଭାବେ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୧୦ ଟି ଗାଈକୁ ରାସ୍ତାରୁ ଉଠାଇ ଉକ୍ତ ଗାଡିରେ ନିଆଯାଇଛି ବୋଲି ଏନଏସି ପକ୍ଷରୁ କୁହାଯାଇଛି l ପ୍ରଥମ ଦିନରେ ବାଲିଗୁଡା ପେଟ୍ରୋଲ ଟାଙ୍କିରୁ କଲେଜ ସ୍ମସାନ ପର୍ଯ୍ୟନ୍ତ ଓ ଗାନ୍ଧୀ ଛକରୁ ସୁନାପାଙ୍ଗା ସାହି ଶେଷ ପର୍ଯ୍ୟନ୍ତ ରାସ୍ତା ଉପରେ ଥିବା ଗାଈଗୋରୁ ଙ୍କୁ ଧରି ଗାଡିରେ ଭର୍ତ୍ତି କରି ବାଲିଗୁଡା ଠାରୁ ବହୁଦୂରରେ ନେଇ ଛାଡି ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଗାଈଗୋରୁ ଙ୍କୁ ରଖିବା ପାଇଁ ଏକ କାଞ୍ଜିଆ ହୋଦା ନିର୍ମାଣ କରାଯାଇ ସେଠାରେ ରଖାଯିବ ବୋଲି ଏନଏସି ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକୁ ବାଲିଗୁଡାର ସବୁ ମହଲରେ ପ୍ରଶଂସା କରାଯିବା ସହ ରାସ୍ତାରେ ଟ୍ରାଫିକ ସମସ୍ୟା କମିବା ସହ ଦୁର୍ଘଟଣା ମଧ୍ୟ ରୋକା ଯାଇପାରିବ ବୋଲି ମତ ପ୍ରକାଶ ପାଇଛି ।
The post ବାଲିଗୁଡା ଏନଏସି ତରଫରୁ ବୁଲା ଗାଈଗୋରୁ ଧରା ଅଭିଯାନ ଆରମ୍ଭ appeared first on Odisha.News.