ନିର୍ବାଚନ ପୂର୍ବରୁ ପୋଲିସର ଚଢ଼ାଉ: ଦେଶୀ ମଦ ଜବତ : ଦୁଇ ଗିରଫ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢାଉବେଳେ ୨୨ ଲିଟର ଦେଶୀ ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତି ୨ ଜଣଙ୍କୁ ପୋଲିସ ଗିରଫ କରିଛି l ସେମାନେ ହେଲେ ସୁମନ୍ତ ନାୟକ ଏବଂ ବନ ବିଶୋଇ। ଏନେଇ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚିରଞ୍ଜିବି ବେହେରା ସୂଚନା ଦେଇଛନ୍ତି। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପୋଲିସ ପକ୍ଷରୁ ବ୍ରାହ୍ମଣୀଗାଁ […] The post ନିର୍ବାଚନ ପୂର୍ବରୁ ପୋଲିସର ଚଢ଼ାଉ: ଦେଶୀ ମଦ ଜବତ : ଦୁଇ ଗିରଫ appeared first on Odisha.News.

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢାଉବେଳେ ୨୨ ଲିଟର ଦେଶୀ ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତି ୨ ଜଣଙ୍କୁ ପୋଲିସ ଗିରଫ କରିଛି l ସେମାନେ ହେଲେ ସୁମନ୍ତ ନାୟକ ଏବଂ ବନ ବିଶୋଇ। ଏନେଇ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚିରଞ୍ଜିବି ବେହେରା ସୂଚନା ଦେଇଛନ୍ତି। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପୋଲିସ ପକ୍ଷରୁ ବ୍ରାହ୍ମଣୀଗାଁ ଅଞ୍ଚଳରେ ପୋଲିସ ପକ୍ଷରୁ କଡାକଡି ପାଟ୍ରୋଲିଂ କରାଯିବା ସହ ବ୍ୟାପକ ଚଢ଼ାଉ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଗାଡିମୋଟର ଯାଞ୍ଚ କରାଯାଉଥିବା ପୋଲିସ କହିଛି।
The post ନିର୍ବାଚନ ପୂର୍ବରୁ ପୋଲିସର ଚଢ଼ାଉ: ଦେଶୀ ମଦ ଜବତ : ଦୁଇ ଗିରଫ appeared first on Odisha.News.