କାଉନସିଲ ବୈଠକକୁ ବର୍ଜନ କଲେ ୮କାଉନସିଲର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି ଉଦୟଗିରି ଏନଏସିର କାଉନସିଲ ହଲରେ ଅନୁଷ୍ଠିତ କାଉନସିଲ ବୈଠକକୁ ୮ ଜଣ କାଉନସିଲର ବର୍ଜନ କରିଛନ୍ତି। ଏ ସମ୍ପର୍କରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି ବୋଲି ବର୍ଜନ କରିଥିବା କାଉନସିଲରମାନେ କହିଛନ୍ତି। ସେମାନଙ୍କ ବିନା ସମ୍ମତିରେ ଅନେକ ପ୍ରସ୍ତାବ ଆଣି କାମ କରାଯାଉଛି, ଯାହା ଫଳରେ ଏନଏସି ର ପ୍ରକୃତ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଅଧକ୍ଷା, ଉପାଧ୍ୟକ୍ଷ ଓ […] The post କାଉନସିଲ ବୈଠକକୁ ବର୍ଜନ କଲେ ୮କାଉନସିଲର appeared first on Odisha.News.

କାଉନସିଲ ବୈଠକକୁ ବର୍ଜନ କଲେ ୮କାଉନସିଲର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି ଉଦୟଗିରି ଏନଏସିର କାଉନସିଲ ହଲରେ ଅନୁଷ୍ଠିତ କାଉନସିଲ ବୈଠକକୁ ୮ ଜଣ କାଉନସିଲର ବର୍ଜନ କରିଛନ୍ତି। ଏ ସମ୍ପର୍କରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି ବୋଲି ବର୍ଜନ କରିଥିବା କାଉନସିଲରମାନେ କହିଛନ୍ତି। ସେମାନଙ୍କ ବିନା ସମ୍ମତିରେ ଅନେକ ପ୍ରସ୍ତାବ ଆଣି କାମ କରାଯାଉଛି, ଯାହା ଫଳରେ ଏନଏସି ର ପ୍ରକୃତ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଅଧକ୍ଷା, ଉପାଧ୍ୟକ୍ଷ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନମୁଖୀ କାର୍ଯ୍ୟ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ପୂର୍ବରୁ ପାରିତ ହୋଇଥିବା ସବୁ ନିର୍ଧାରଣ ବାତିଲ କରିବା ଦାବି କରିଛନ୍ତି। ଉପସ୍ଥାନ ଖାତା ଓ ନିର୍ଧାରଣ ଖାତା ଭିନ୍ନ ଭିନ୍ନ କରିବା ପାଇଁ ମଧ୍ୟ ଦାବି କରିଛନ୍ତି।ଏ ସମ୍ପର୍କରେ ଏନଏସି ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀଙ୍କୁ ପଚାରିବାରେ ଏନଏସି ରେ କୌଣସି ବେନିୟମ କାର୍ଯ୍ୟ ହୋଇନାହିଁ। ଆଗକୁ ସ୍ୱାୟତ ଶାସନ ଦିବସ ଅଛି। ତେଣୁ କାଉନସିଲରମାନେ ବୈଠକ ବର୍ଜ୍ଜନ ନକରି ବୈଠକରେ ଯୋଗ ଦେଇ ସେମାନଙ୍କ ମତାମତ ଦେଲେ ସହରର ଉନ୍ନୟନ କାର୍ଯ୍ୟ ହୋଇପାରିବ ବୋଲି କହିଛନ୍ତି। ଏହି ବୈଠକକୁ କାଉନସିଲର ପି.ସଞ୍ଜୀବ କୁମାର ପାତ୍ର, ଲକ୍ଷ୍ମୀପ୍ରିୟା ପରିଛା, ସଂଗୀତା ନାୟକ, ଲିପିକା ପ୍ରଧାନ, ଭାରତୀ ବେହେରା, କୁନ୍ତୀମା ମଲ୍ଲିକ, ଦୀପକ କୁମାର ନାୟକ, ନିଶାରାଣୀ ନାୟକ ଲିଖିତ ଭାବେ ଜଣାଇ ବର୍ଜନ କରିଛନ୍ତି। ଏହା ସହିତ ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଥିବା କହିଛନ୍ତି।

The post କାଉନସିଲ ବୈଠକକୁ ବର୍ଜନ କଲେ ୮କାଉନସିଲର appeared first on Odisha.News.