ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ, ଜଣେ ଗାୟକଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକେ

ଭବାନୀପାଟଣା,୧୯ା୯(ଉତ୍ତମ କୁମାର ଦାଶ): ଭବାନୀପାଟଣାର ସୁପରିଚିତ ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍‌ସାନା ବାନୋ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ବଲାଙ୍ଗୀରରେ ଏକ ସମ୍ବଲପୁରୀ ଆଲବମ୍‌ ଶୁଟିଂ କରିବାକୁ ଯାଇ ସେଠାରେ ଅସୁସ୍ଥତା ଅନୁଭବ କରିଥିଲେ। ଅଗଷ୍ଟ ୨୭ ତାରିଖରେ ପ୍ରଥମେ ଭବାନୀପାଟଣା ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ସେଠାରୁ ବରଗଡ଼ର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ […] The post ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ, ଜଣେ ଗାୟକଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକେ appeared first on Dharitri Odia News.

ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ, ଜଣେ ଗାୟକଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକେ

ଭବାନୀପାଟଣା,୧୯ା୯(ଉତ୍ତମ କୁମାର ଦାଶ): ଭବାନୀପାଟଣାର ସୁପରିଚିତ ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍‌ସାନା ବାନୋ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ବଲାଙ୍ଗୀରରେ ଏକ ସମ୍ବଲପୁରୀ ଆଲବମ୍‌ ଶୁଟିଂ କରିବାକୁ ଯାଇ ସେଠାରେ ଅସୁସ୍ଥତା ଅନୁଭବ କରିଥିଲେ। ଅଗଷ୍ଟ ୨୭ ତାରିଖରେ ପ୍ରଥମେ ଭବାନୀପାଟଣା ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ସେଠାରୁ ବରଗଡ଼ର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି। ସ୍କ୍ରବ୍‌ ଷ୍ଟାଇଫସ୍‌ ଯୋଗୁ ରୁକ୍‌ସାନାଙ୍କ ମୃତ୍ୟୁ ହୋଇଥିବା ନେଇ ମେଡିକାଲ ପକ୍ଷରୁ ଜଣାପଡ଼ିଛି। ରୁକ୍‌ସାନାଙ୍କ ମୃତ୍ୟୁକୁ ନେଇ କଳାହାଣ୍ଡି ଜିଲାରେ ଶୋକର ଛାୟା ଖେଳିଯାଇଛି। ଅନେକ ଲୋକ ସୋସିଆଲ ମିଡିଆରେ ତାଙ୍କ ଫଟୋ ପୋଷ୍ଟ କରି ନିଜର ଦୁଃଖ ପ୍ରକାଶ କରିଛନ୍ତି।

ଅନ୍ୟପଟେ ତାଙ୍କ ମୃତ୍ୟୁକୁ ନେଇ ଏବେ ସସ୍‌ପେନ୍ସ ବଢ଼ିଛି। ତାଙ୍କ ମା’ ଓ ବଡ଼ ଭଉଣୀ ସମ୍ବଲପୁରୀ ଗାୟକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଶୁଟିଂ ଟାଇମ୍‌ରେ ଝିଅ ରୁକ୍‌ସାନାଙ୍କୁ ଜୁସ୍‌ରେ ବିଷ ଦିଆଯାଇଥିଲା। ସୁଚିନ୍ତିତ ଷଡ଼ଯନ୍ତ୍ର କରି ତାକୁ ହତ୍ୟା କରାଯାଇଛି ବୋଲି ତାଙ୍କ ମା’ ଓ ବଡ଼ ଭଉଣୀ ଅଭିଯୋଗ ଆଣିଛନ୍ତି।

The post ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ, ଜଣେ ଗାୟକଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକେ appeared first on Dharitri Odia News.