ଏକଦା ମନ୍ଦିର ବାହାରେ ଫୁଲ ବିକୁଥିଲେ ମା’; ଏବେ ପୁଅ ୫୯ ବଲ୍‌ରେ ବିସ୍ଫୋରକ ୧୧୯ରନ୍‌ର ଇଂନିସ ଖେଳି ଚର୍ଚ୍ଚାରେ…

କଲମ୍ବୋ,୯।୭: ଦେଖିବାକୁ ଛୋଟ ହେଲେ କ’ଣ ହେଲା, କାରନାମା କିନ୍ତୁ ବହୁତ ବଡ଼। ଏହି ପଂକ୍ତି ଶ୍ରୀଲଙ୍କା ଓପନର୍‌ ପଥୁମ ନିସଙ୍କାଙ୍କ ଉପରେ ପୁରା ଫିଟ୍‌ ବୋଲି କୁହାଯାଉଛି। କାରଣଟି ହେଲା ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ଜଣଙ୍କ ମଙ୍ଗଳବାର ଲଙ୍କା ପ୍ରିମିୟର ଲିଗ୍‌ରେ କମାଲ କରିଛନ୍ତି। ଜାଫନା କିଙ୍ଗ୍ସ ପକ୍ଷରୁ ଖେଳୁଥିବା ପଥୁମ୍‌ ୫୯ ବଲ୍‌ରେ ୧୧୯ ରନ୍‌ର ବିସ୍ଫୋରକ ଇନିଂସ ଖେଳିଛନ୍ତି। କ୍ୟାଣ୍ଡି ଫାଲକନ୍ସ ବିପକ୍ଷରେ ନିସଙ୍କା ୨୦୧ରୁ ଅଧିକ ଷ୍ଟ୍ରାଇକ୍‌ ରେଟ୍‌ରେ ରନ୍‌ କରିଥିଲେ। ଏଥିରେ […] The post ଏକଦା ମନ୍ଦିର ବାହାରେ ଫୁଲ ବିକୁଥିଲେ ମା’; ଏବେ ପୁଅ ୫୯ ବଲ୍‌ରେ ବିସ୍ଫୋରକ ୧୧୯ରନ୍‌ର ଇଂନିସ ଖେଳି ଚର୍ଚ୍ଚାରେ… appeared first on Dharitri Odia News.

ଏକଦା ମନ୍ଦିର ବାହାରେ ଫୁଲ ବିକୁଥିଲେ ମା’; ଏବେ ପୁଅ ୫୯ ବଲ୍‌ରେ ବିସ୍ଫୋରକ ୧୧୯ରନ୍‌ର ଇଂନିସ ଖେଳି ଚର୍ଚ୍ଚାରେ…

କଲମ୍ବୋ,୯।୭: ଦେଖିବାକୁ ଛୋଟ ହେଲେ କ’ଣ ହେଲା, କାରନାମା କିନ୍ତୁ ବହୁତ ବଡ଼। ଏହି ପଂକ୍ତି ଶ୍ରୀଲଙ୍କା ଓପନର୍‌ ପଥୁମ ନିସଙ୍କାଙ୍କ ଉପରେ ପୁରା ଫିଟ୍‌ ବୋଲି କୁହାଯାଉଛି। କାରଣଟି ହେଲା ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ଜଣଙ୍କ ମଙ୍ଗଳବାର ଲଙ୍କା ପ୍ରିମିୟର ଲିଗ୍‌ରେ କମାଲ କରିଛନ୍ତି। ଜାଫନା କିଙ୍ଗ୍ସ ପକ୍ଷରୁ ଖେଳୁଥିବା ପଥୁମ୍‌ ୫୯ ବଲ୍‌ରେ ୧୧୯ ରନ୍‌ର ବିସ୍ଫୋରକ ଇନିଂସ ଖେଳିଛନ୍ତି। କ୍ୟାଣ୍ଡି ଫାଲକନ୍ସ ବିପକ୍ଷରେ ନିସଙ୍କା ୨୦୧ରୁ ଅଧିକ ଷ୍ଟ୍ରାଇକ୍‌ ରେଟ୍‌ରେ ରନ୍‌ କରିଥିଲେ। ଏଥିରେ ତାଙ୍କ ବ୍ୟାଟ୍‌ରୁ ୧୬ ଚୌକା ଏବଂ ୪ ଛକା ବାହାରିଥିଲା।

ଏହି ବିସ୍ଫୋରକ ଇନିଂସ ବଳରେ ପଥୁମ ପ୍ରଥମ ଥର ଟି୨୦ କ୍ରିକେଟରେ ଶତକ ମାରିଛନ୍ତି। ଏଥିସହ ସେ ଲଙ୍କା ପ୍ରିମିୟର ଲିଗ୍‌ ଇତିହାସରେ ବଡ଼ ଇନିଂସ ଖେଳିଥିବା ଖେଳାଳି ପାଲଟିଛନ୍ତି। ସେ ମାତ୍ର ୨୧ ବଲ୍‌ରେ ଅର୍ଦ୍ଧଶତକ ମାରି ପାଓ୍ବାରପ୍ଲେ ସମୟରେ ଦଳର ସ୍କୋରକୁ ୬୯ ଯାଏ ପହଞ୍ଚାଇଥିଲେ। ସେ ମାତ୍ର ୫୨ ବଲ୍‌ରେ ନିଜର ଶତକ ପୂରଣ କରିଥିଲେ।

ବିରୋଧୀ ଟିମ୍‌ର ବୋଲିଂ ୟୁନିଟ୍‌ ପ୍ରଶଂସନୀୟ ଥିଲେ ହେଁ ପଥୁମ୍‌ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଦେଖିବାକୁ ଗଲେ ସେ ବିଗତ ୨ ବର୍ଷ ମଧ୍ୟରେ ନିଜର ଖେଳକୁ ବଦଳାଇଛନ୍ତି। ସେ ଦିନିକିଆରେ ଦ୍ୱିଶତକ ମଧ୍ୟ ଲଗାଇ ସାରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏକଦା ଏହି ଖେଳାଳିଙ୍କ ମା’ ମନ୍ଦିର ବାହାରେ ଫୁଲ ବିକ୍ରି କରୁଥିଲେ। ହେଲେ ଏବେ ଏହି ଖେଳାଳି ନିଜର ବ୍ୟାଟିଂ ବଳରେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତୁଛନ୍ତି।

The post ଏକଦା ମନ୍ଦିର ବାହାରେ ଫୁଲ ବିକୁଥିଲେ ମା’; ଏବେ ପୁଅ ୫୯ ବଲ୍‌ରେ ବିସ୍ଫୋରକ ୧୧୯ରନ୍‌ର ଇଂନିସ ଖେଳି ଚର୍ଚ୍ଚାରେ… appeared first on Dharitri Odia News.