ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ରରେ ପାରମ୍ପରିକ ସାହିଯାତ, ତୃତୀୟ ଦିନରେ ଦୁଲୁକୁଛି ଗାଁ ଦାଣ୍ଡ

ଶ୍ରୀରାମ ନବମୀ ଠାରୁ ଶ୍ରୀକ୍ଷେତ୍ରରେ ପାରମ୍ପରିକ ସାହିଯାତ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ରୀତିନୀତି ସହ ଜଡିତ ସାହିଯାତର ତୃତୀୟ ଦିବସ ଏକାଦଶୀ ତିଥିରେ ସୀତାବିବାହ ପ୍ରସ୍ତାବ ଓ ପର୍ଶୁରାମ କଳା ହରଣ ନୀତି ଅନୁଷ୍ଠିତ ହୋଇଯାଇଛି । ହରଚଣ୍ଡୀ ସାହି ଆଖଡା ପକ୍ଷରୁ ଏହି ଚରିତ୍ର ଗୁଡିକ ବାହାରକରାଯାଇଛି । ଏହି ଅବସରରେ ଶ୍ରୀଜୀଉଙ୍କ ଦକ୍ଷିଣୀଘର ଭୋଗ ପରେ ଶ୍ରୀରାମ ଓ ଶ୍ରୀ ଲକ୍ଷ୍ମଣ ଦକ୍ଷିଣୀ ଘରକୁ ବିଜେ କରିଛନ୍ତି । ପରେ ଶ୍ରୀଜିଉଙ୍କ ଅଜ୍ଞାମାଳ […] The post ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ରରେ ପାରମ୍ପରିକ ସାହିଯାତ, ତୃତୀୟ ଦିନରେ ଦୁଲୁକୁଛି ଗାଁ ଦାଣ୍ଡ appeared first on KNews Odisha.

ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ରରେ ପାରମ୍ପରିକ ସାହିଯାତ, ତୃତୀୟ ଦିନରେ ଦୁଲୁକୁଛି ଗାଁ ଦାଣ୍ଡ
sahi jata

ଶ୍ରୀରାମ ନବମୀ ଠାରୁ ଶ୍ରୀକ୍ଷେତ୍ରରେ ପାରମ୍ପରିକ ସାହିଯାତ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ରୀତିନୀତି ସହ ଜଡିତ ସାହିଯାତର ତୃତୀୟ ଦିବସ ଏକାଦଶୀ ତିଥିରେ ସୀତାବିବାହ ପ୍ରସ୍ତାବ ଓ ପର୍ଶୁରାମ କଳା ହରଣ ନୀତି ଅନୁଷ୍ଠିତ ହୋଇଯାଇଛି । ହରଚଣ୍ଡୀ ସାହି ଆଖଡା ପକ୍ଷରୁ ଏହି ଚରିତ୍ର ଗୁଡିକ ବାହାରକରାଯାଇଛି । ଏହି ଅବସରରେ ଶ୍ରୀଜୀଉଙ୍କ ଦକ୍ଷିଣୀଘର ଭୋଗ ପରେ ଶ୍ରୀରାମ ଓ ଶ୍ରୀ ଲକ୍ଷ୍ମଣ ଦକ୍ଷିଣୀ ଘରକୁ ବିଜେ କରିଛନ୍ତି । ପରେ ଶ୍ରୀଜିଉଙ୍କ ଅଜ୍ଞାମାଳ ପାଇଁ ରାମ ଲକ୍ଷ୍ମଣ ବିମାନରେ ବିଜେ ହୋଇ ଶ୍ରୀଜଗନ୍ନାଥ ବଲ୍ଳଭ ମଠକୁ ବିଜେ କରିଛନ୍ତି ।

ବୀରବର ପର୍ଶୁରାମ , ଜାନୁଘଣ୍ଟ ପର୍ଶୁରାମ । ମୁଁ ତ ରାମ ଆଉ କିଏ ରାମ । ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଏହି ସାହିଯାତରେ ସାହି ଗଳି କନ୍ଦିରୁ ଭାସି ଆସୁଥିଲା ଏହି ବୀର ରଡ଼ି । ପର୍ଶୁରାମଙ୍କ ଗାମ୍ଭିର୍ଯ୍ୟ , ଠାଣି ଆଉ ବାଣୀରେ ପ୍ରକମ୍ପିତ ହେଉଥିଲା ସାହିଯାତ ପରିବେଶ । ସାହିଯାତର ତୃତୀୟ ଦିବସରେ ଏଭଳି ଶକ୍ତି ସୃଷ୍ଟି କରିଥିଲେ ପର୍ଶୁରାମ । ପୁରାଣ ପ୍ରସିଦ୍ଧ ମହାନ୍ ଯୋଦ୍ଧା ପର୍ଶୁରାମଙ୍କ ନୃତ୍ୟ ସାଙ୍ଗକୁ ଯୁଦ୍ଧ ଡାକରା ଏକ ଭିନ୍ନ ଅନୁଭବ ଦେଉଥିଲା । ପରମ୍ପରା ଅନୁସାରେ ସାହିଯାତର ତୃତୀୟ ଦିବସରେ ତ୍ରେତୟା ଯୁଗର ସୀତା ବିବାହ ପ୍ରସଙ୍ଗ ଅନୁଷ୍ଠିତ ହୋଇଥିଲା । ହରଚଣ୍ଡୀ ସାହି ଆଖଡ଼ା ପକ୍ଷରୁ ପର୍ଶୁରାମ ବେଶଧାରୀ ସାହି ପ୍ରଦିକ୍ଷଣ କରିଥିଲେ ।

ସାହିଯାତ ନୀତି ସମାପନ ହେବା ପରେ ରାମ ଲକ୍ଷ୍ମଣ ବିମାନରେ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିଥିଲେ । ଅନ୍ୟପଟେ ହରଚଣ୍ଡୀ ସାହି ଆଖଡା ପକ୍ଷରୁ ପର୍ଶୁରାମ ଚରିତ୍ର ପରିବେଷଣ କରାଯାଇଥିଲା । ବିର ବେଶରେ ସଜିତ ପର୍ଶୁରାମ ବାଦ୍ୟର ତାଳେ ତାଳେ ବାଦୀ ସାହି ବାଲିସାହିରେ ନୃତ୍ୟ ପରିବେଷଣ କରିଥିଲେ । ପର୍ଶୁରାମ ସମେତ ନାଗା, ମେଢ଼, ବନାଟୀ ଖେଳ ସମେତ ଅନେକ ଚରିତ୍ର ବାହାରି ବାଲିସାହିରେ ନୃତ୍ୟ ପରିବେଷଣ କରିଥିଲେ । ସେଥିପାଇଁ ବାଲିସାହିକୁ ଉଦଜଳ ଆଲୋକମାଳାରେ ସଜିତ କରାଯାଇଥିଲା । ତେବେ ଚତୁର୍ଥ ଦିନରେ ମାର୍କଣ୍ଡେଶ୍ୱର ସାହି ଆଖେଡା ପକ୍ଷରୁ ବନବାସ ପ୍ରସ୍ତାବ ଅନୁଷ୍ଠିତ ହୋଇଛି । ହରଚଣ୍ଡୀ ସାହି ଆଖଡ଼ା ତତ୍ତ୍ଵାବଧାନରେ ୧୧ ମେଳ ପକ୍ଷରୁ ଏହି ସୀତା ବିବାହ ପ୍ରସ୍ତାବ ଆଗତ କରାଯାଇଥିଲା ।

ବାଲିସାହି ଆଖଡାରେ ବନ୍ଧୁ ମିଳନ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପଣା,ଫୁଲ ମାଳ ଦେଇ ବନ୍ଧୁ ସାହିର ବାସିନ୍ଦାଙ୍କୁ ସ୍ଵାଗତ କରାଯାଇଥିଲା । ଦିନରେ ବୀର ବାଦ୍ୟର ତାଳେ ତାଳେ ପର୍ଶୁରାମ ପ୍ରଥମେ ହରଚଣ୍ଡୀ ସାହି ଭ୍ରମଣ କରିଥିଲେ । ରାତିରେ ବାଲି ସାହିରେ ନୃତ୍ୟ ପରିବେଷଣ କରିଥିଲେ । ଦିନରେ ଜଗନ୍ନାଥ ପଣ୍ଡା ଓ ରାତିରେ ବଳରାମ ପଣ୍ଡା ପର୍ଶୁରାମ ବନ୍ଧାଇ ସାହି ପ୍ରଦିକ୍ଷଣ କରିଥିଲେ ।

The post ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ରରେ ପାରମ୍ପରିକ ସାହିଯାତ, ତୃତୀୟ ଦିନରେ ଦୁଲୁକୁଛି ଗାଁ ଦାଣ୍ଡ appeared first on KNews Odisha.