୧୦ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇ ଖୁସି ଖବର, ପରିଚାଳନା କରିପାରିବେ ବ୍ୟାଙ୍କ ଆକାଉଣ୍ଟ

୧୦ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇ ଖୁସି ଖବର। ଏଣିକି ୧୦ ବର୍ଷରୁ ଅଧିକ ବୟସର ପିଲା ସ୍ୱାଧୀନ ଭାବେ ବ୍ୟାଙ୍କ ଆକାଉଣ୍ଟ ପରିଚାଳନା କରିପାରିବେ। ୧୦ ବର୍ଷରୁ ଅଧିକ ବୟସର ପିଲା ବ୍ୟାଙ୍କରେ ସଞ୍ଚୟ ଖାତା ଖୋଲିବା ସହ ଟର୍ମ ଡିପୋଜିଟ ବା ଦୀର୍ଘକାଳୀନ ଜମା ଖାତା ପରିଚାଳନା କରିପାରିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଗାଇଡଲାଇନ ଜାରି କରିଛନ୍ତି। ସେହିପରି ବ୍ୟାଙ୍କ ଗୁଡିକ ନିଜସ୍ୱ ରିସ୍କ ମ୍ୟାନେଜମେଣ୍ଟ ନୀତି ଅନୁଯାୟୀ ନାବାଳକଙ୍କୁ ଅତିରିକ୍ତ […] The post ୧୦ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇ ଖୁସି ଖବର, ପରିଚାଳନା କରିପାରିବେ ବ୍ୟାଙ୍କ ଆକାଉଣ୍ଟ appeared first on KNews Odisha.

୧୦ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇ ଖୁସି ଖବର, ପରିଚାଳନା କରିପାରିବେ ବ୍ୟାଙ୍କ ଆକାଉଣ୍ଟ
rbi

୧୦ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇ ଖୁସି ଖବର। ଏଣିକି ୧୦ ବର୍ଷରୁ ଅଧିକ ବୟସର ପିଲା ସ୍ୱାଧୀନ ଭାବେ ବ୍ୟାଙ୍କ ଆକାଉଣ୍ଟ ପରିଚାଳନା କରିପାରିବେ। ୧୦ ବର୍ଷରୁ ଅଧିକ ବୟସର ପିଲା ବ୍ୟାଙ୍କରେ ସଞ୍ଚୟ ଖାତା ଖୋଲିବା ସହ ଟର୍ମ ଡିପୋଜିଟ ବା ଦୀର୍ଘକାଳୀନ ଜମା ଖାତା ପରିଚାଳନା କରିପାରିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଗାଇଡଲାଇନ ଜାରି କରିଛନ୍ତି। ସେହିପରି ବ୍ୟାଙ୍କ ଗୁଡିକ ନିଜସ୍ୱ ରିସ୍କ ମ୍ୟାନେଜମେଣ୍ଟ ନୀତି ଅନୁଯାୟୀ ନାବାଳକଙ୍କୁ ଅତିରିକ୍ତ ବ୍ୟାଙ୍କିଂ ସୁବିଧା ମଧ୍ୟ ପ୍ରଦାନ କରିପାରିବା ନେଇ ରିଜର୍ଭ ବ୍ୟାଙ୍କ ଅନୁମତି ଦେଇଛନ୍ତି।

ଏହାସହିତ ଯେକୌଣସି ବୟସର ନାବାଳକ ଓ ନାବାଳିକା ବ୍ୟାଙ୍କ ଆକାଉଣ୍ଟ ପରିଚାଳନା କରିବା ସହ ସେମାନଙ୍କୁ ଚେକବୁକ, ଏଟିଏମ, ଇଣ୍ଟରେନଟ ଓ ମୋବାଇଲ ବ୍ୟାଙ୍କିଂ ସୁବିଧା ପ୍ରଦାନ କରିବାକୁ ଅନୁମତି ଦେଇଛନ୍ତି। ତେବେ ଏହି ବ୍ୟାଙ୍କ ଆକାଉଣ୍ଟ ପରିଚାଳନା ପାଇଁ କିଛିଟା ପ୍ରତିବନ୍ଧକ ମଧ୍ୟ ଜାରି ହୋଇଛି। ଯେପରିକି ବ୍ୟାଙ୍କ ଆକାଉଣ୍ଟ ସମ୍ପୂର୍ଣ୍ଣ ଖାଲି ନହେବା ଆଦି ସାମିଲ ରହିଛି। ତେବେ ୧୮ ବର୍ଷ ହେବା ପରେ ବ୍ୟାଙ୍କଗୁଡିକ ନାବାଳକ ଓ ନାବାଳିକଙ୍କ ସ୍ୱାକ୍ଷର ପୁଣି ଥରେ ସଂଗ୍ରହ କରିବା, କେୱାଇସି ଅପଡେଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୫ ମସିହା ଜୁଲାଇ ୧ ରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ।

The post ୧୦ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇ ଖୁସି ଖବର, ପରିଚାଳନା କରିପାରିବେ ବ୍ୟାଙ୍କ ଆକାଉଣ୍ଟ appeared first on KNews Odisha.