ଏକକ ପେନସନ୍ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ମୋହର, ବେସିକ୍ ପେ’ର ୫୦ ପ୍ରତିଶତ ପେନସନ୍ ମିଳିବ

ଏକକ ପେନସନ୍ ଯୋଜନାରେ କ୍ୟାବିନେଟ୍ ମୋହର । ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ପେନସନ୍ ଯୋଜନା ଘୋଷଣା କଲେ କେନ୍ଦ୍ର ସରକାର । ବେସିକ୍ ଦରମାର ୫୦% ପେନସନ୍ ମିଳିବ। ଅବସର ପୂର୍ବରୁ ଶେଷ ୧୨ ମାସରେ ମିଳିଥିବା ହାରାହାରି ବେସିକ୍ ପେ’ର ୫୦ ପ୍ରତିଶତ ମିଳିବ ପେନସନ୍ । ୨୫ ବର୍ଷ କାମ କରିଥିଲେ ସମ୍ପୂର୍ଣ୍ଣ ପେନସନ ମିଳିବ । ୧୦ ବର୍ଷ କାମ କରିଥିଲେ ମିଳିବ ୧୦ ହଜାର ଟଙ୍କା । ନୂଆ ପେନସନ […] The post ଏକକ ପେନସନ୍ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ମୋହର, ବେସିକ୍ ପେ’ର ୫୦ ପ୍ରତିଶତ ପେନସନ୍ ମିଳିବ appeared first on KNews Odisha.

ଏକକ ପେନସନ୍ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ମୋହର, ବେସିକ୍ ପେ’ର ୫୦ ପ୍ରତିଶତ ପେନସନ୍ ମିଳିବ
minister

ଏକକ ପେନସନ୍ ଯୋଜନାରେ କ୍ୟାବିନେଟ୍ ମୋହର । ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ପେନସନ୍ ଯୋଜନା ଘୋଷଣା କଲେ କେନ୍ଦ୍ର ସରକାର । ବେସିକ୍ ଦରମାର ୫୦% ପେନସନ୍ ମିଳିବ। ଅବସର ପୂର୍ବରୁ ଶେଷ ୧୨ ମାସରେ ମିଳିଥିବା ହାରାହାରି ବେସିକ୍ ପେ’ର ୫୦ ପ୍ରତିଶତ ମିଳିବ ପେନସନ୍ ।

୨୫ ବର୍ଷ କାମ କରିଥିଲେ ସମ୍ପୂର୍ଣ୍ଣ ପେନସନ ମିଳିବ । ୧୦ ବର୍ଷ କାମ କରିଥିଲେ ମିଳିବ ୧୦ ହଜାର ଟଙ୍କା । ନୂଆ ପେନସନ ଯୋଜନା ଅନୁଯାୟୀ କର୍ମଚାରୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କୁ ମିଳିବ ପେନସନର ୬୦ ପ୍ରତିଶତ ଟଙ୍କା । ୨୦୨୫ ଏପ୍ରିଲ ୧ରୁ ଲାଗୁ ହେବ ୟୁନିଫାଇଡ ପେନସନ ଯୋଜନା ।

ଏଥିରେ ୨୩ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ । ପୂର୍ବରୁ ଥିବା ନେସନାଲ ପେନସନ୍ ସିଷ୍ଟମ୍ ବା ଏନପିଏସ୍ ଜାରି ରହିବ । ଜଣେ କର୍ମଚାରୀ ପେନସନ୍ ଯୋଜନା ପାଇଁ ଏନପିଏସ ବା ୟୁପିଏସକୁ ବାଛି ପାରିବେ । ଅବସରପ୍ରାପ୍ତ କର୍ମଚାରୀ ମଧ୍ୟ ନୂଆ ଏକକ ପେନସନ ଯୋଜନାର ସୁବିଧା ପାଇପାରିବେ ।କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପରେ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

 

The post ଏକକ ପେନସନ୍ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ମୋହର, ବେସିକ୍ ପେ’ର ୫୦ ପ୍ରତିଶତ ପେନସନ୍ ମିଳିବ appeared first on KNews Odisha.