'ଆମେ ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବାକୁ ସକ୍ଷମ': ଶତ୍ରୁଙ୍କୁ ଚେତାବନୀ ଦେଲେ ସ୍ଥଳ ସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ସେନା ଶକ୍ତିଶାଳୀ। ସେ ତାର ପରାକ୍ରମ ଦେଖାଉଛି ଆଉ ଦେଖାଇବ। ଆମର ସେନା ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ। ଶତ୍ରୁମାନଙ୍କୁ ଚରମ ଚେତାବନୀ ଦେଇ ଏହା କହିଛନ୍ତି ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ସୀମାରେ ଭିତ୍ତିଭୂମି ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯାଉଥିବା ସେ କହିଛନ୍ତି। ପାକିସ୍ତାନ ଏବଂ ଚୀନ ସୀମାର ପରିସ୍ଥିତି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ  ସୂଚନା ସେ ପ୍ରକାଶ କରିଛନ୍ତି ପୂର୍ବ ଲଦାଖ LACରେ ପରି ସମ୍ବେଦନଶୀଳ ଅଞ୍ଚଳରେ ବର୍ତ୍ତମାନ ଅବସ୍ଥା ସ୍ଥିର ରହିଛି।  ପୂର୍ବ ଲଦାଖର ଅଞ୍ଚଳ ଡେପସାଙ୍ଗ ଏବଂ ଡେମଚୋକରେ ଚାଷୀମାନେ ସେମାନଙ୍କ ପଶୁମାନଙ୍କ ଚରାଇବା ଆରମ୍ଭ କରିଛନ୍ତି। ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଧ୍ୟ ପାକିସ୍ତାନ ସହିତ ସୀମା ସମ୍ପର୍କରେ ସୂଚନା ଦେଇଛନ୍ତି। ସାମଗ୍ରିକ ଭାବରେ ଜମ୍ମୁ ଏବଂ କାଶ୍ମୀରର ପରିସ୍ଥିତି ନିୟନ୍ତ୍ରଣରେ ଅଛି। ପାକିସ୍ତାନ ସହିତ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଜାରି ରହିଛି। ତଥାପି ପାକିସ୍ତାନ ପକ୍ଷରୁ ନିରନ୍ତର ଅନୁପ୍ରବେଶ ପାଇଁ ଚେଷ୍ଟା କରାଯାଉଛି।ଜମ୍ମୁ ଏବଂ କାଶ୍ମୀରରେ ସୀମାପାର ଆତଙ୍କବାଦକୁ ପାକିସ୍ତାନର ସମର୍ଥନ ବିଷୟରେ ମଧ୍ୟ କହିଥିଲେ। ସେନା ମୁଖ୍ୟ କହିଛନ୍ତି ଯେ ପାକିସ୍ତାନ ପାର୍ଶ୍ୱରେ ଆତଙ୍କବାଦୀ ଭିତ୍ତିଭୂମି ଏବେ ବି ଅକ୍ଷୁର୍ଣ୍ଣ ଅଛି। ସେନା ମୁଖ୍ୟ ଆହୁରି

'ଆମେ ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବାକୁ ସକ୍ଷମ': ଶତ୍ରୁଙ୍କୁ ଚେତାବନୀ ଦେଲେ ସ୍ଥଳ ସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ସେନା ଶକ୍ତିଶାଳୀ। ସେ ତାର ପରାକ୍ରମ ଦେଖାଉଛି ଆଉ ଦେଖାଇବ। ଆମର ସେନା ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ। ଶତ୍ରୁମାନଙ୍କୁ ଚରମ ଚେତାବନୀ ଦେଇ ଏହା କହିଛନ୍ତି ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ସୀମାରେ ଭିତ୍ତିଭୂମି ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯାଉଥିବା ସେ କହିଛନ୍ତି। 

ପାକିସ୍ତାନ ଏବଂ ଚୀନ ସୀମାର ପରିସ୍ଥିତି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ  ସୂଚନା ସେ ପ୍ରକାଶ କରିଛନ୍ତି ପୂର୍ବ ଲଦାଖ LACରେ ପରି ସମ୍ବେଦନଶୀଳ ଅଞ୍ଚଳରେ ବର୍ତ୍ତମାନ ଅବସ୍ଥା ସ୍ଥିର ରହିଛି।  ପୂର୍ବ ଲଦାଖର ଅଞ୍ଚଳ ଡେପସାଙ୍ଗ ଏବଂ ଡେମଚୋକରେ ଚାଷୀମାନେ ସେମାନଙ୍କ ପଶୁମାନଙ୍କ ଚରାଇବା ଆରମ୍ଭ କରିଛନ୍ତି। 

ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଧ୍ୟ ପାକିସ୍ତାନ ସହିତ ସୀମା ସମ୍ପର୍କରେ ସୂଚନା ଦେଇଛନ୍ତି। ସାମଗ୍ରିକ ଭାବରେ ଜମ୍ମୁ ଏବଂ କାଶ୍ମୀରର ପରିସ୍ଥିତି ନିୟନ୍ତ୍ରଣରେ ଅଛି। ପାକିସ୍ତାନ ସହିତ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଜାରି ରହିଛି। ତଥାପି ପାକିସ୍ତାନ ପକ୍ଷରୁ ନିରନ୍ତର ଅନୁପ୍ରବେଶ ପାଇଁ ଚେଷ୍ଟା କରାଯାଉଛି।

ଜମ୍ମୁ ଏବଂ କାଶ୍ମୀରରେ ସୀମାପାର ଆତଙ୍କବାଦକୁ ପାକିସ୍ତାନର ସମର୍ଥନ ବିଷୟରେ ମଧ୍ୟ କହିଥିଲେ। ସେନା ମୁଖ୍ୟ କହିଛନ୍ତି ଯେ ପାକିସ୍ତାନ ପାର୍ଶ୍ୱରେ ଆତଙ୍କବାଦୀ ଭିତ୍ତିଭୂମି ଏବେ ବି ଅକ୍ଷୁର୍ଣ୍ଣ ଅଛି। ସେନା ମୁଖ୍ୟ ଆହୁରି କହିଛନ୍ତି ଯେ ଗତ ବର୍ଷ ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ୬୦ ପ୍ରତିଶତ ପାକିସ୍ତାନର ଥିଲେ।