ଓଜନ କମାଇବା ପାଇଁ ପ୍ରତିଦିନ ଖାଉଛନ୍ତି କି ଓଟସ୍ ? ତୁରନ୍ତ ବନ୍ଦ କରନ୍ତୁ, ନଚେତ…

ନୂଆଦିଲ୍ଲୀ ୧୨।୦୫: ଆଜିକାଲି ପ୍ରାୟ ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ସଚେତନ । ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଅନେକ ବ୍ରେକ ଫାଷ୍ଟରେ ଓଟସ ଖାଇଥାନ୍ତି । କାରଣ ଧାରଣା ହେଉଛି ଓଟସ ଖାଇବା ଦ୍ୱାରା ଶରୀରରେ ଚର୍ବି କମିବା, ଶୀଘ୍ର ଓଜନ ହ୍ରାସ ହୋଇଥାଏ । କିନ୍ତୁ  ଜାଣନ୍ତି କି ଓଟସ ଖାଇଲେ ଅନେକ କ୍ଷତି ହୋଇପାରେ । ଆସନ୍ତୁ ଜାଣିବା ଶରୀରର କଣ କ୍ଷତି ପହଞ୍ଚାଏ ଓଟସ ?ଓଟସ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା, ରକ୍ତ ଶର୍କରା ଏବଂ କିଡନୀ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ଯଦି ପ୍ରତିଦିନ ବହୁତ ଓଟସ ଖାଆନ୍ତି, ତେବେ ଏହା ଆପଣଙ୍କ ରକ୍ତରେ ଶର୍କରା ସ୍ତର ଅଧିକ ବଢାଇପାରେ । ଏଥିରେ ଜଟିଳ କାର୍ବୋହାଇଡ୍ରେଟ୍ ଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ  ସମସ୍ୟା ସୃଷ୍ଟି କରିଥାଏ ।ଓଟସ ନିୟମିତ ଖାଇବା ଦ୍ୱାରା ଚର୍ମ ସମସ୍ୟା ହୋଇପାରେ । ଏହା କିଛି ଲୋକଙ୍କଠାରେ ଆଲର୍ଜି ପ୍ରତିକ୍ରିୟା ସୃଷ୍ଟି କରିପାରେ । ଯାହାଦ୍ୱାରା ଚର୍ମ ଦାଗ ଏବଂ ବର୍ଣ୍ଣିଂ ସମସ୍ୟା ହୋଇପାରେ । କିନ୍ତୁ ଏହି ଘଟଣା ଖୁବ୍ ବିରଳ ପରିସ୍ଥିତିରେ ଦେଖିଦେଇଥାଏ । ଓଟସ ଖାଇବା ଦ୍ବାରା ମଧ୍ୟ କିଡନୀ ସମସ୍ୟା ହୋଇପାରେ । ଏଥିରେ ଅତ୍ୟଧିକ ଫସଫରସ୍ ଥାଏ, ଯାହା କିଡନୀକୁ ଖରାପ ପ୍ରଭାବିତ କରିଥାଏ । ତେଣୁ ଯେଉଁମାନଙ୍କର କିଡନୀ ସମସ୍ୟା ରହିଛି, ସେମାନେ ଡାକ୍ତରଙ୍କ ବିନା ପରାମର୍ଶ ଏହାକୁ ଖାଇବା ଉଚିତ୍ ନୁହେଁ   ।ଯଦି ହଜମ ପ୍ରକ୍ରିୟାରେ ସମସ୍ୟା ଅଛି, ତେବେ ଓଟସ ଖାଇବା ଉଚିତ

ଓଜନ କମାଇବା ପାଇଁ ପ୍ରତିଦିନ ଖାଉଛନ୍ତି କି ଓଟସ୍ ? ତୁରନ୍ତ ବନ୍ଦ କରନ୍ତୁ, ନଚେତ…

ନୂଆଦିଲ୍ଲୀ ୧୨।୦୫: ଆଜିକାଲି ପ୍ରାୟ ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ସଚେତନ । ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଅନେକ ବ୍ରେକ ଫାଷ୍ଟରେ ଓଟସ ଖାଇଥାନ୍ତି । କାରଣ ଧାରଣା ହେଉଛି ଓଟସ ଖାଇବା ଦ୍ୱାରା ଶରୀରରେ ଚର୍ବି କମିବା, ଶୀଘ୍ର ଓଜନ ହ୍ରାସ ହୋଇଥାଏ । କିନ୍ତୁ  ଜାଣନ୍ତି କି ଓଟସ ଖାଇଲେ ଅନେକ କ୍ଷତି ହୋଇପାରେ । ଆସନ୍ତୁ ଜାଣିବା ଶରୀରର କଣ କ୍ଷତି ପହଞ୍ଚାଏ ଓଟସ ?

ଓଟସ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା, ରକ୍ତ ଶର୍କରା ଏବଂ କିଡନୀ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ଯଦି ପ୍ରତିଦିନ ବହୁତ ଓଟସ ଖାଆନ୍ତି, ତେବେ ଏହା ଆପଣଙ୍କ ରକ୍ତରେ ଶର୍କରା ସ୍ତର ଅଧିକ ବଢାଇପାରେ । ଏଥିରେ ଜଟିଳ କାର୍ବୋହାଇଡ୍ରେଟ୍ ଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ  ସମସ୍ୟା ସୃଷ୍ଟି କରିଥାଏ ।

ଓଟସ ନିୟମିତ ଖାଇବା ଦ୍ୱାରା ଚର୍ମ ସମସ୍ୟା ହୋଇପାରେ । ଏହା କିଛି ଲୋକଙ୍କଠାରେ ଆଲର୍ଜି ପ୍ରତିକ୍ରିୟା ସୃଷ୍ଟି କରିପାରେ । ଯାହାଦ୍ୱାରା ଚର୍ମ ଦାଗ ଏବଂ ବର୍ଣ୍ଣିଂ ସମସ୍ୟା ହୋଇପାରେ । କିନ୍ତୁ ଏହି ଘଟଣା ଖୁବ୍ ବିରଳ ପରିସ୍ଥିତିରେ ଦେଖିଦେଇଥାଏ । 

ଓଟସ ଖାଇବା ଦ୍ବାରା ମଧ୍ୟ କିଡନୀ ସମସ୍ୟା ହୋଇପାରେ । ଏଥିରେ ଅତ୍ୟଧିକ ଫସଫରସ୍ ଥାଏ, ଯାହା କିଡନୀକୁ ଖରାପ ପ୍ରଭାବିତ କରିଥାଏ । ତେଣୁ ଯେଉଁମାନଙ୍କର କିଡନୀ ସମସ୍ୟା ରହିଛି, ସେମାନେ ଡାକ୍ତରଙ୍କ ବିନା ପରାମର୍ଶ ଏହାକୁ ଖାଇବା ଉଚିତ୍ ନୁହେଁ   ।

ଯଦି ହଜମ ପ୍ରକ୍ରିୟାରେ ସମସ୍ୟା ଅଛି, ତେବେ ଓଟସ ଖାଇବା ଉଚିତ୍ ନୁହେଁ । ଅତ୍ୟଧିକ ଓଟସ ଖାଇଲେ ହଜମ ଜନିତ ସମସ୍ୟା ସୃଷ୍ଟି ହୋଇପାରେ । ଏଥିରେ ଥିବା ଉଚ୍ଚ ଫାଇବର ଗ୍ୟାସ୍, ଅମ୍ଳତା ଏବଂ ଫୁଲିବା ଭଳି ସମସ୍ୟା ସୃଷ୍ଟି କରିପାରେ । ତେବେ ଏହି ସବୁ ରୋଗ ଥିବା ବ୍ୟକ୍ତି ଓଟସ୍ ପ୍ରତିଦିନ ଖାଇବାଠାରୁ ଦୂରେଇ ରହିବା ଉଚିତ୍ ।