ତୁର୍କି ଉପକୂଳରେ ବୁଡିଲା ପ୍ରବାସୀ ବୌଝେଇ ନୌକା, ୧୬ ମୃତ୍ୟୁ ଆଶଙ୍କା
ଅଙ୍କାରା ୧୫।୩: ତୁର୍କି ଉପକୂଳରେ ଶୁକ୍ରବାର ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ନୌକା ବୁଡି ଯାଇଛି। ତୁର୍କିର ଉତ୍ତର ଏଜିୟନ ଉପକୂଳରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅନୁନ୍ୟ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଗଭର୍ଣ୍ଣର ଇଲହାମୀ ଅକ୍ତାସ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ତୁର୍କି କୋଷ୍ଟ ଗାର୍ଡ କନାକ୍କଲେ ପ୍ରାନ୍ତର ଏସେବାଟ ସହର ନିକଟ ସମୁଦ୍ରରେ ଦୁଇ ଜଣ ପ୍ରବାସୀଙ୍କୁ ଉଦ୍ଧାର କରିଛନ୍ତି, ତେବେ ଅନ୍ୟ ଦୁଇ ଜଣ ପହଁରି ପହଁରି ଉପକୂଳକୁ ପହଞ୍ଚି ଯାଇଛନ୍ତି। ଗଭର୍ଣ୍ଣରଙ୍କ ସୂଚନା ଅନୁସାରେ ଡଙ୍ଗା ବୁଡିବା ବେଳେ ସେଥିରେ କେତେ ଲୋକ ଥିଲେ ତାହା ଜଣାପଡି ନାହିଁ। ତେବେ କୋଷ୍ଟ ଗାର୍ଡ ଉଦ୍ଧାର ଅଭିଯାନ ଜାରି ରଖିଛି। ସରକାରୀ ସମ୍ବାଦ ସରବରାହ ସଂସ୍ଥା ଅନାଦୋଲୁକୁ ସୂଚନା ଦେଇ ଗଭର୍ଣ୍ଣର କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଓ ପିଲା ଅଛନ୍ତି। ଏହି ନୌକାରେ ଯାତ୍ରା କରୁଥିବା ପ୍ରବାସୀଙ୍କ ଜାତୀୟତା ଜଣାପଡି ନାହିଁ। ଅନାଦୋଲୁ ସୂଚନା ଅନୁସାରେ ୧୦ କୋଷ୍ଟଗାର୍ଡ ବୋଟ ଓ ଦୁଇଟି ହେଲିକପ୍ଟର ସନ୍ଧାନ ଓ ଉଦ୍ଧାର ଅଭିଯାନରେ ସାମିଲ ହୋଇଛନ୍ତି। ସମୁଦ୍ରରେ ବୁଡି ଯାଇଥିବା ଏହି ଡଙ୍ଗାଟି ରବର ତିଆରି ଏକ ଡଙ୍ଗି ଥିଲା, ଯେଉଁଥିରେ ବହୁ ସଂଖ୍ୟାକ ପ୍ରବାସୀ ଯାତ୍ରା କରୁଥିବାର ସନ୍ଦେହ କରାଯାଉଛି। ତେବେ ଏହି ଡୋଙ୍ଗିରେ କେତେ ସଂଖ୍ୟକ ଲୋକ ଯାତ୍ରା କରୁଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।
ଅଙ୍କାରା ୧୫।୩: ତୁର୍କି ଉପକୂଳରେ ଶୁକ୍ରବାର ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ନୌକା ବୁଡି ଯାଇଛି। ତୁର୍କିର ଉତ୍ତର ଏଜିୟନ ଉପକୂଳରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅନୁନ୍ୟ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଗଭର୍ଣ୍ଣର ଇଲହାମୀ ଅକ୍ତାସ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ତୁର୍କି କୋଷ୍ଟ ଗାର୍ଡ କନାକ୍କଲେ ପ୍ରାନ୍ତର ଏସେବାଟ ସହର ନିକଟ ସମୁଦ୍ରରେ ଦୁଇ ଜଣ ପ୍ରବାସୀଙ୍କୁ ଉଦ୍ଧାର କରିଛନ୍ତି, ତେବେ ଅନ୍ୟ ଦୁଇ ଜଣ ପହଁରି ପହଁରି ଉପକୂଳକୁ ପହଞ୍ଚି ଯାଇଛନ୍ତି।
ଗଭର୍ଣ୍ଣରଙ୍କ ସୂଚନା ଅନୁସାରେ ଡଙ୍ଗା ବୁଡିବା ବେଳେ ସେଥିରେ କେତେ ଲୋକ ଥିଲେ ତାହା ଜଣାପଡି ନାହିଁ। ତେବେ କୋଷ୍ଟ ଗାର୍ଡ ଉଦ୍ଧାର ଅଭିଯାନ ଜାରି ରଖିଛି। ସରକାରୀ ସମ୍ବାଦ ସରବରାହ ସଂସ୍ଥା ଅନାଦୋଲୁକୁ ସୂଚନା ଦେଇ ଗଭର୍ଣ୍ଣର କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଓ ପିଲା ଅଛନ୍ତି। ଏହି ନୌକାରେ ଯାତ୍ରା କରୁଥିବା ପ୍ରବାସୀଙ୍କ ଜାତୀୟତା ଜଣାପଡି ନାହିଁ। ଅନାଦୋଲୁ ସୂଚନା ଅନୁସାରେ ୧୦ କୋଷ୍ଟଗାର୍ଡ ବୋଟ ଓ ଦୁଇଟି ହେଲିକପ୍ଟର ସନ୍ଧାନ ଓ ଉଦ୍ଧାର ଅଭିଯାନରେ ସାମିଲ ହୋଇଛନ୍ତି।
ସମୁଦ୍ରରେ ବୁଡି ଯାଇଥିବା ଏହି ଡଙ୍ଗାଟି ରବର ତିଆରି ଏକ ଡଙ୍ଗି ଥିଲା, ଯେଉଁଥିରେ ବହୁ ସଂଖ୍ୟାକ ପ୍ରବାସୀ ଯାତ୍ରା କରୁଥିବାର ସନ୍ଦେହ କରାଯାଉଛି। ତେବେ ଏହି ଡୋଙ୍ଗିରେ କେତେ ସଂଖ୍ୟକ ଲୋକ ଯାତ୍ରା କରୁଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ହେଲେ ଅଧିକାରୀମାନେ ଏଥିରେ ବହୁ ସଂଖ୍ୟକ ଯାତ୍ରୀ ଥିଲେ ଓ ଡଙ୍ଗା ସନ୍ତୁଳନ ହରାଇ ସମୁଦ୍ର କୂଳ ନିକଟରେ ବୁଡି ଯାଇଛି ବୋଲି କହିଛନ୍ତି। ଡଙ୍ଗାରେ ଯାତ୍ରୀଙ୍କ ଭାର ଅଧିକ ଥିବାରୁ ଉପକୂଳ ଲହରି ସହିତ ଧକ୍କା ଖାଇ ଏହା ଓଲଟି ପଡିଥିବାର ସନ୍ଦେହ କରାଯାଉଛି।