ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ନାଏକ
ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ବୁଧବାର ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସରେ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପ୍ରାର୍ଥୀ ରାଜେନ୍ଦ୍ର ନାଏକ। ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସ୍ଥାନୀୟ ହସ୍ପିଟାଲ ଛକରୁ ରାଜେନ୍ଦ୍ର ଶତାଧିକ ସିପିଆଇ କର୍ମୀଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ ଅଫିସ ନିକଟରେ ପହଞ୍ଚିଥିଲେ। ଅତିରିକ୍ତ ଜିଲାପାଳ ତଥା ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ରିଟର୍ନିଂ ଅଫିସର ରବିନାରାୟଣ ସାହୁଙ୍କ ନିକଟରେ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିଲେ। […] The post ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ନାଏକ appeared first on Dharitri Odia News.
ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ବୁଧବାର ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସରେ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପ୍ରାର୍ଥୀ ରାଜେନ୍ଦ୍ର ନାଏକ। ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସ୍ଥାନୀୟ ହସ୍ପିଟାଲ ଛକରୁ ରାଜେନ୍ଦ୍ର ଶତାଧିକ ସିପିଆଇ କର୍ମୀଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ ଅଫିସ ନିକଟରେ ପହଞ୍ଚିଥିଲେ। ଅତିରିକ୍ତ ଜିଲାପାଳ ତଥା ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ରିଟର୍ନିଂ ଅଫିସର ରବିନାରାୟଣ ସାହୁଙ୍କ ନିକଟରେ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହି ପ୍ରାର୍ଥିପତ୍ର
ଦାଖଲ ବେଳେ ସିପିଆଇ ରାଜ୍ୟ ସମ୍ପାଦନା ମଣ୍ଡଳୀ ସଦସ୍ୟ ଅଶୋକ କୁମାର ଦାଶ, କ୍ଷୀରୋଦ ସିଂଦେଓ, ଜମାକାରୀ ଜନଆନ୍ଦୋଳନ ନେତା ଜିଲା ସମ୍ପାଦକ ପ୍ରଦୋଷ ପଟ୍ଟନାୟକ, ହେମଗିରି ଜୋନ୍ ସମ୍ପାଦକ ରାଧେଶ୍ୟାମ ଗର୍ଡିଆ, ସହ ସମ୍ପାଦକ ସୁନୀଲ ନାଏକ, ଶୁକଦେବ ପଧାନ, ଆଇନଜୀବୀ ସନ୍ତୋଷ ଆଚାର୍ଯ୍ୟ, ନୀଳମଣି କାଲୋ ବ୍ରହ୍ମା କିଷାନ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାର୍ଥିପତ୍ର ଦାଖଲ ପରେ ସିପିଆଇ ପ୍ରାର୍ଥୀ ନାଏକ ଗଣମାଧ୍ୟମ ଆଗରେ କହିଛନ୍ତି ଯେ,ଏହି ନିର୍ବାଚନରେ ସୁନ୍ଦରଗଡ଼ ମାଟିର ବେକାର ଯୁବତୀଯୁବକଙ୍କୁ ନିଯୁକ୍ତି, ଭିଟାମାଟିର ସୁରକ୍ଷା, ବିସ୍ଥାପିତ ଉପଯୁକ୍ତ ଥଇଥାନ ଓ ପ୍ରଦୂଷଣ ମୁକ୍ତ ସୁନ୍ଦରଗଡ଼ ତାଙ୍କର ପ୍ରମୁଖ ପ୍ରସଙ୍ଗ ରହିବ।
The post ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ନାଏକ appeared first on Dharitri Odia News.