ନିରାଶ କରୁଛନ୍ତି ଗିଲ, ନଂ- ୩ରେ ଫେଲ୍ ହେବା ପରେ ହୋଇପାରନ୍ତି ଦଳରୁ ବିଦା !
ହାଇଦ୍ରାବାଦ,୨୮।୧: ଟେଷ୍ଟ ଫର୍ମାଟରେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ। ଏବେ ଦଳରେ ନଂ- ୩ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ତାଙ୍କୁ ମିଳିଥିଲେ ହେଁ ତାଙ୍କ ବ୍ୟାଟ୍ ଚାଲୁନାହିଁ। ଏହାର ପ୍ରଭାବ ହାଇଦ୍ରାବାଦରେ ଖେଳାଯାଉଥିବା ଟେଷ୍ଟରେ ଦେଖିବାକୁ ମିଳିଛି। ଗିଲଙ୍କ ଯୋଗୁ ଭାରତୀୟ ଟିମ୍ ହାତରୁ ମ୍ୟାଚ୍ଟି ଖସିଯାଇପାରେ। ତେବେ ଏହି କାରଣରୁୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ହାଇଦ୍ରାବାଦ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ୨୨୩ରନ୍ର ଟାର୍ଗେଟ ମିଳିଥିଲା। ଯଶସ୍ବୀ ଜୟସଓ୍ବାଲଙ୍କ ଉଇକେଟ […] The post ନିରାଶ କରୁଛନ୍ତି ଗିଲ, ନଂ- ୩ରେ ଫେଲ୍ ହେବା ପରେ ହୋଇପାରନ୍ତି ଦଳରୁ ବିଦା ! appeared first on Dharitri Odia News.
ହାଇଦ୍ରାବାଦ,୨୮।୧: ଟେଷ୍ଟ ଫର୍ମାଟରେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ। ଏବେ ଦଳରେ ନଂ- ୩ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ତାଙ୍କୁ ମିଳିଥିଲେ ହେଁ ତାଙ୍କ ବ୍ୟାଟ୍ ଚାଲୁନାହିଁ। ଏହାର ପ୍ରଭାବ ହାଇଦ୍ରାବାଦରେ ଖେଳାଯାଉଥିବା ଟେଷ୍ଟରେ ଦେଖିବାକୁ ମିଳିଛି। ଗିଲଙ୍କ ଯୋଗୁ ଭାରତୀୟ ଟିମ୍ ହାତରୁ ମ୍ୟାଚ୍ଟି ଖସିଯାଇପାରେ। ତେବେ ଏହି କାରଣରୁୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି।
ହାଇଦ୍ରାବାଦ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ୨୨୩ରନ୍ର ଟାର୍ଗେଟ ମିଳିଥିଲା। ଯଶସ୍ବୀ ଜୟସଓ୍ବାଲଙ୍କ ଉଇକେଟ ଯିବା ପରେ ଗିଲ ମଇଦାନକୁ ଆସିଥିଲେ। ଦଳକୁ ତାଙ୍କର ଆବଶ୍ୟକତା ଥିବା ବେଳେ ସେ ଷ୍ଟ୍ରଗଲ କରୁଥିବା ନଜର ଆସିଥିଲା। ସେ ୬୬ ବଲ୍ରେ ୨୩ ରନ୍ କରିଥିଲେ। ଏହି କାରଣରୁ ତାଙ୍କର ବ୍ୟାଟିଂ ଏବେ ପ୍ରଶ୍ନ ଘେରରେ ରହିଛି।
ପ୍ରଥମେ ଗିଲ ଓପନିଂ କରୁଥିଲେ। ଏବେ ତାଙ୍କୁ ନୂଆ ସ୍ଥାନ ମିଳିଛି। ହେଲେ ଏଯାବତ ସେ ନଂ-୩ ଦାୟିତ୍ୱକୁ ସଠିକ୍ ଭାବେ ତୁଲାଇ ପାରିନାହାନ୍ତି। ଯେବେଠାରୁ ଏହି ଏହି କ୍ରମାଙ୍କରେ ଖେଳିବାକୁ ଆସିଛନ୍ତି ସଂଘର୍ଷ କରୁଛନ୍ତି। ଜୁଲାଇ ୧୨ ୨୦୨୩ରୁ ସେ ବ୍ୟାଟିଂ କରିବାକୁ ଆସିଥିଲେ। ଏଯାବତ ସେ ୪୭,୬,୧୦,୨୯*,୨,୨୬,୩୬,୧୦,୨୩,୦ ରନ୍ କରିପାରିଛନ୍ତି।
ଏଣୁ ଆଗାମୀ ଦିନରେ ଗିଲଙ୍କୁ ସୁଯୋଗ ଦେବା ଦଳ ଲାଗି ଶୁଭଙ୍କର ନୁହେଁ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ରଖୁଛନ୍ତି। ଏପରିକି ଗିଲଙ୍କୁ ଟେଷ୍ଟରୁ ବାହାର କରାଯିବାର ସମୟ ଆସିଛି ବୋଲି ଅନେକେ କହୁଛନ୍ତି।
The post ନିରାଶ କରୁଛନ୍ତି ଗିଲ, ନଂ- ୩ରେ ଫେଲ୍ ହେବା ପରେ ହୋଇପାରନ୍ତି ଦଳରୁ ବିଦା ! appeared first on Dharitri Odia News.