ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ, ବ୍ୟାଙ୍କ୍ ଯିବାକୁ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା। ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଏପର୍ଯ୍ୟନ୍ତ ସାମିଲ ହୋଇପାରି ନଥିବା ମହିଳା ଆବେଦନକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ଯେଉଁ ଆବେଦନକାରୀଙ୍କର ଏନ୍‌ପିସିଆଇ ତ୍ରୁଟି ରହିଛି, ସେମାନେ ଏହି ଯୋଜନାରେ ସାମିଲ ହୋଇପାରିନଥିଲେ ବ୍ୟାଙ୍କକୁ ଯିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏହି ମହିଳାମାନେ ବ୍ୟାଙ୍କକୁ ଯାଇ ସମସ୍ୟା ଦୂର କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ, ଏନ୍‌ପିସିଆଇଜନିତ ସମସ୍ୟା ପାଇଁ ଏପର୍ଯ୍ୟନ୍ତ ୩,୩୧,୦୦୦ […]

ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ, ବ୍ୟାଙ୍କ୍ ଯିବାକୁ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା। ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଏପର୍ଯ୍ୟନ୍ତ ସାମିଲ ହୋଇପାରି ନଥିବା ମହିଳା ଆବେଦନକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ଯେଉଁ ଆବେଦନକାରୀଙ୍କର ଏନ୍‌ପିସିଆଇ ତ୍ରୁଟି ରହିଛି, ସେମାନେ ଏହି ଯୋଜନାରେ ସାମିଲ ହୋଇପାରିନଥିଲେ ବ୍ୟାଙ୍କକୁ ଯିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

ଏହି ମହିଳାମାନେ ବ୍ୟାଙ୍କକୁ ଯାଇ ସମସ୍ୟା ଦୂର କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ, ଏନ୍‌ପିସିଆଇଜନିତ ସମସ୍ୟା ପାଇଁ ଏପର୍ଯ୍ୟନ୍ତ ୩,୩୧,୦୦୦ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇପାରି ନାହାଁନ୍ତି। ଆସନ୍ତାକାଲି ଓ ପଅରଦିନ ଅର୍ଥାତ ଜାନୁଆରୀ ୨୯ ଏବଂ ୩୦ ତାରିଖରେ ଏନ୍‌ପିସିଆଇଜନିତ ତ୍ରୁଟି ଥିବା ମହିଳମାନେ ବ୍ୟାଙ୍କକୁ ଯିବେ। ଏହି ଦୁଇଦିନ ବ୍ୟାଙ୍କର କର୍ମଚାରୀମାନେ ସୁଭଦ୍ରା ପାଇଁ ଯାଇଥିବା ମହିଳାମାନଙ୍କର କାମକୁ ଗୁରୁତ୍ବ ଦେବେ। ଯେଉଁମାନଙ୍କୁ ବ୍ୟାଙ୍କ ସମସ୍ୟା ପାଇଁ କଲ୍‌ ଆସିଛି ସେମାନେ କେବଳ ଯିବେ।