‘ଅପରେସନ ସିନ୍ଦୁର’ ଦିନକ ପାଇଁ ବନ୍ଦ ହେଲା ପଞ୍ଜାବ-କରତାରପୁର କରିଡର

ନୂଆଦିଲ୍ଲୀ : ବୁଧବାର ଦିନକ ପାଇଁ ବନ୍ଦ ରହିଲା ଶିଖ ସମ୍ପ୍ରଦାୟର ଧର୍ମୀୟ ପୀଠ ଦରବାର ସାହିବ କରିଡର । ଏହି ଗୁରୁଦ୍ୱାର ପାକିସ୍ତାନର କର୍ତାରପୁରରେ ଅବସ୍ଥିତ । ଭାରତପକ୍ଷରୁ ହୋଇଥିବା ‘ଅପରେସନ ସିନ୍ଦୁର’ ପାକିସ୍ତାନ ଏବଂ ପିଓକେ ରେ ହୋଇଥିବାରୁ କୌଣସି ଅଘଟଣ ଏଡ଼ାଇବା ପାଇଁ ଦରବାର ସାହିବ କରିଡରକୁ ଆଜି ପାଇଁ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି। କରତାରପୁର କରିଡର ହେଉଛି ଭାରତ ଓ ପାକିସ୍ତାନକୁ ସଂଯୋଗ କରୁଥିବା ଏକ ଭିସା […]

‘ଅପରେସନ ସିନ୍ଦୁର’ ଦିନକ ପାଇଁ ବନ୍ଦ ହେଲା ପଞ୍ଜାବ-କରତାରପୁର କରିଡର
'ଅପରେସନ ସିନ୍ଦୁର' ଦିନକ ପାଇଁ ବନ୍ଦ ହେଲା ପଞ୍ଜାବ-କରତାରପୁର କରିଡର

ନୂଆଦିଲ୍ଲୀ : ବୁଧବାର ଦିନକ ପାଇଁ ବନ୍ଦ ରହିଲା ଶିଖ ସମ୍ପ୍ରଦାୟର ଧର୍ମୀୟ ପୀଠ ଦରବାର ସାହିବ କରିଡର । ଏହି ଗୁରୁଦ୍ୱାର ପାକିସ୍ତାନର କର୍ତାରପୁରରେ ଅବସ୍ଥିତ । ଭାରତପକ୍ଷରୁ ହୋଇଥିବା ‘ଅପରେସନ ସିନ୍ଦୁର’ ପାକିସ୍ତାନ ଏବଂ ପିଓକେ ରେ ହୋଇଥିବାରୁ କୌଣସି ଅଘଟଣ ଏଡ଼ାଇବା ପାଇଁ ଦରବାର ସାହିବ କରିଡରକୁ ଆଜି ପାଇଁ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି।

କରତାରପୁର କରିଡର ହେଉଛି ଭାରତ ଓ ପାକିସ୍ତାନକୁ ସଂଯୋଗ କରୁଥିବା ଏକ ଭିସା ମୁକ୍ତ ତୀର୍ଥଯାତ୍ରା ମାର୍ଗ । ଏହା ଦ୍ୱାରା ଭାରତୀୟ ତୀର୍ଥଯାତ୍ରୀମାନେ ଗୁରୁଦ୍ୱାର କୁ ଯାଇପାରିବେ ଯେଉଁଠାରେ ଶିଖ୍ ଧର୍ମର ପ୍ରତିଷ୍ଠାତା ଶ୍ରୀ ଗୁରୁ ନାନକ ଦେବ ଜୀ ତାଙ୍କର ଶେଷ ବର୍ଷ ବିତାଇଥିଲେ। ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ପାଳନ ଅବସରରେ ୨୦୧୯ରେ ଏହି କରିଡର ପ୍ରତିଷ୍ଠା କରାଯାଇଥିଲା।

ସୂଚନାନୁସାରେ,ମଙ୍ଗଳବାର ବିଳମ୍ବିତ ରାତିରେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଶିବିର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି । ଯେଉଁଥିରେ ବାହାବଲପୁରର ଜୈଶ-ଏ-ମହମ୍ମଦର ଗଡ଼ ଏବଂ ମୁରିଦକେରେ ଲସ୍କର-ଏ-ତୈବାର ଆତଙ୍କବାଦୀ ଶିବିର ଅନ୍ତର୍ଭୁକ୍ତ । ଜୈସ ଏ ମହମ୍ମଦ ମାସୁଦ ଆଝାର ଦ୍ବାରା ପରିଚାଳିତ । ସେହପିର ମୁରିଦକେରେ ଆତଙ୍କବାଦୀ ସଂଗଠନ ଲସକର-ଏ-ତୋଇବା ସଂଗଠନ ହାଫିଜ ସୟିଦ ଦ୍ବାରା ପରିଚାଳିତ । ଅପରେସନ ସିନ୍ଦୂରରେ ଭାରତ ପାକିସ୍ତାନ ଓ ପାକ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା ।