ଶପଥ ପୂର୍ବରୁ ହୋଇଗଲା ବଡ଼ ଓଲଟପାଲଟ! ଫଡନଭିସଙ୍କ ସରକାରରେ ସାମିଲ୍ ହେବେନି…
ମୁମ୍ବାଇ,୫।୧୨: ମହାରାଷ୍ଟ୍ରରେ ନୂଆ ସରକାର ଗଠନ ପାଇଁ ଆଉ ମାତ୍ର କେଇ ଘଣ୍ଟା ବାକି ଅଛି। ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନଭିସ। ତେବେ ଏହା ପୂର୍ବରୁ ଦେଖିବାକୁ ମିଳିଛି ନୂଆ ଡ୍ରାମା। ଯଦି ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବେନି ତେବେ ମହାୟୁତି ସରକାରରେ ଆମେ ମଧ୍ୟ ସାମିଲ ହେବୁ ନାହିଁ। ଏଭଳି ଦାବି କରିଛି ଶିବସେନା। ଦେବେନ୍ଦ୍ର ଫଡନବିସଙ୍କ ଶପଥ ଗ୍ରହଣ ପୂର୍ବରୁ ଶିବସେନା ବିଧାୟକ ଉଦୟ ସାମନ୍ତ ଏକ ବଡ଼ ବୟାନ […] The post ଶପଥ ପୂର୍ବରୁ ହୋଇଗଲା ବଡ଼ ଓଲଟପାଲଟ! ଫଡନଭିସଙ୍କ ସରକାରରେ ସାମିଲ୍ ହେବେନି… appeared first on Dharitri Odia News.
ମୁମ୍ବାଇ,୫।୧୨: ମହାରାଷ୍ଟ୍ରରେ ନୂଆ ସରକାର ଗଠନ ପାଇଁ ଆଉ ମାତ୍ର କେଇ ଘଣ୍ଟା ବାକି ଅଛି। ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନଭିସ। ତେବେ ଏହା ପୂର୍ବରୁ ଦେଖିବାକୁ ମିଳିଛି ନୂଆ ଡ୍ରାମା। ଯଦି ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବେନି ତେବେ ମହାୟୁତି ସରକାରରେ ଆମେ ମଧ୍ୟ ସାମିଲ ହେବୁ ନାହିଁ। ଏଭଳି ଦାବି କରିଛି ଶିବସେନା।
ଦେବେନ୍ଦ୍ର ଫଡନବିସଙ୍କ ଶପଥ ଗ୍ରହଣ ପୂର୍ବରୁ ଶିବସେନା ବିଧାୟକ ଉଦୟ ସାମନ୍ତ ଏକ ବଡ଼ ବୟାନ ଦେଇଛନ୍ତି। ଗଣମାଧ୍ୟମକୁ ଉଦୟ ସାମନ୍ତ କହିଛନ୍ତି ଯେ ଯଦି ଏକନାଥ ଶିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନ ନିଅନ୍ତି, ତା’ହେଲେ ତାଙ୍କ ଦଳର କୌଣସି ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ନାହିଁ। ସେମାନେ ମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ।
ସେହିପରି ଆଉ ଜଣେ ଶିବସେନା ନେତା ଦୀପକ କେସରକର କହିଛନ୍ତି, ଶିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ କି ନାହିଁ। ଏହାର ଘୋଷଣା ସେ ନିଜେ କରିବେ। ଆମେ ସମସ୍ତେ ଶିନ୍ଦେଙ୍କୁ କହିଛୁ ଯେ ଯଦି ସେ ସରକାରରେ ରୁହନ୍ତି ନାହିଁ ତେବେ ଶିବସେନାରୁ ବି କେହି ରହିବେ ନାହିଁ। ଆମେ ଚାହୁଁ ଯେ ଶିନ୍ଦେ ସରକାରରେ ରୁହନ୍ତୁ। ତେବେ ମହାରାଷ୍ଟ୍ର କ୍ୟାବିନେଟ ନେଇ ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇନାହିଁ। କୁହାଯାଉଛି ଯେ, କ୍ୟାବିନେଟ ସମ୍ପର୍କରେ ଭାଜପା, ଶିବସେନା ଏବଂ ଏନସିପି ମଧ୍ୟରେ ପ୍ରାୟ ଏକ ସହମତି ହୋଇଛି। କେବଳ ବିଭାଗ ବଣ୍ଟନ ଏବଂ ନାମ ଘୋଷଣା ହୋଇନାହିଁ।
The post ଶପଥ ପୂର୍ବରୁ ହୋଇଗଲା ବଡ଼ ଓଲଟପାଲଟ! ଫଡନଭିସଙ୍କ ସରକାରରେ ସାମିଲ୍ ହେବେନି… appeared first on Dharitri Odia News.