ଇସ୍ତଫା ଦେଲେ ରାହୁଲ ଗାନ୍ଧୀ: ଏବେ ଏହି ଆସନରୁ ରହିବେ ଏମ୍ପି
ନୂଆଦିଲ୍ଲୀ,୧୮।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର ୱାୟନାଡ ଏବଂ ୟୁପିର ରାଏବରେଲି ମଧ୍ୟରେ ଗୋଟିଏ ଆସନ ବାଛିଛନ୍ତି। ୱାୟନାଡ ଆସନରୁ ସେ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରକୁ ଲୋକ ସଭା ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ପଠାଇଛନ୍ତି। ତପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆନୁଷ୍ଠାନିକ ଭାବେ ଲୋକ ସଭା ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ରାଏବରେଲି ଆସନରୁ ଏମ୍ପି ଭାବରେ କାର୍ଯ୍ୟ କରିବା ଏବଂ ୱାୟନାଡ ଆସନ ଛାଡିବା ନେଇ ଏକ ଚିଠି ପଠାଇଛନ୍ତି। ରାହୁଲ ଗାନ୍ଧୀ […] The post ଇସ୍ତଫା ଦେଲେ ରାହୁଲ ଗାନ୍ଧୀ: ଏବେ ଏହି ଆସନରୁ ରହିବେ ଏମ୍ପି appeared first on Dharitri Odia News.
ନୂଆଦିଲ୍ଲୀ,୧୮।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର ୱାୟନାଡ ଏବଂ ୟୁପିର ରାଏବରେଲି ମଧ୍ୟରେ ଗୋଟିଏ ଆସନ ବାଛିଛନ୍ତି। ୱାୟନାଡ ଆସନରୁ ସେ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରକୁ ଲୋକ ସଭା ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ପଠାଇଛନ୍ତି।
ତପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆନୁଷ୍ଠାନିକ ଭାବେ ଲୋକ ସଭା ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ରାଏବରେଲି ଆସନରୁ ଏମ୍ପି ଭାବରେ କାର୍ଯ୍ୟ କରିବା ଏବଂ ୱାୟନାଡ ଆସନ ଛାଡିବା ନେଇ ଏକ ଚିଠି ପଠାଇଛନ୍ତି।
ରାହୁଲ ଗାନ୍ଧୀ ୱାୟନାଡ ଏବଂ ରାଏବରେଲି ଲୋକ ସଭା ଆସନରୁ ଜିତିଥିଲେ ଏବଂ ତାଙ୍କୁ ନିୟମ ଦୃଷ୍ଟିରୁ ଏହି ଆସନ ମଧ୍ୟରୁ ଗୋଟିଏ ଛାଡିବାକୁ ପଡିବ। ସୋମବାର କଂଗ୍ରେସ ଘୋଷଣା କରିଥିଲା ଯେ, ରାହୁଲ ଗାନ୍ଧୀ ରାଏବରେଲି ଏମପି ରହିବେ ଏବଂ ପ୍ରିୟଙ୍କା ଗାନ୍ଧୀ ୱାୟନାଡ ଆସନରୁ ନିର୍ବାଚନ ଇନିଂସ ଆରମ୍ଭ କରିବେ।
The post ଇସ୍ତଫା ଦେଲେ ରାହୁଲ ଗାନ୍ଧୀ: ଏବେ ଏହି ଆସନରୁ ରହିବେ ଏମ୍ପି appeared first on Dharitri Odia News.