ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୬୫ ୟୁନିଟ୍‌ ରକ୍ତ ସଂଗ୍ରହ

ଚୌଦ୍ୱାର:ଚାରବାଟିଆ ଶ୍ରୀଜଗନ୍ନାଥ ମହାପ୍ରଭୁ ଟ୍ରଷ୍ଟ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ରଥଯାତ୍ରା କମିଟି, ଚୌଦ୍ୱାର ରକ୍ତଦାତା ସଂଘ , ଗୁଣ୍ଡିଚା ବିହାର ଉନ୍ନୟନ ପରିଷଦ, କେଦାରେଶ୍ୱର ଉନ୍ନୟନ ପରିଷଦ, ଲେବର ଟେନାମେଣ୍ଟ ଉନ୍ନୟନ ପରିଷଦ ଆଦି ଅନୁଷ୍ଠାନ ସମୁହର ସହଯୋଗରେ ୧୦ନଂ ୱାର୍ଡସ୍ଥିତ ଗୁଣ୍ଡିଚା ମନ୍ଦିର ପରିସରରେ ଆୟୋଜିତ ଏହି ଶିବିରରେ ମୋଟ ୬୫ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା । କଟକ ରେଡକ୍ରସ ସୋସାଇଟିର କର୍ମକର୍ତ୍ତା ମାନେ ମୋବାଇଲ ଭ୍ୟାନ୍‌ […]

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୬୫ ୟୁନିଟ୍‌ ରକ୍ତ ସଂଗ୍ରହ

ଚୌଦ୍ୱାର:ଚାରବାଟିଆ ଶ୍ରୀଜଗନ୍ନାଥ ମହାପ୍ରଭୁ ଟ୍ରଷ୍ଟ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ରଥଯାତ୍ରା କମିଟି, ଚୌଦ୍ୱାର ରକ୍ତଦାତା ସଂଘ , ଗୁଣ୍ଡିଚା ବିହାର ଉନ୍ନୟନ ପରିଷଦ, କେଦାରେଶ୍ୱର ଉନ୍ନୟନ ପରିଷଦ, ଲେବର ଟେନାମେଣ୍ଟ ଉନ୍ନୟନ ପରିଷଦ ଆଦି ଅନୁଷ୍ଠାନ ସମୁହର ସହଯୋଗରେ ୧୦ନଂ ୱାର୍ଡସ୍ଥିତ ଗୁଣ୍ଡିଚା ମନ୍ଦିର ପରିସରରେ ଆୟୋଜିତ ଏହି ଶିବିରରେ ମୋଟ ୬୫ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା ।

କଟକ ରେଡକ୍ରସ ସୋସାଇଟିର କର୍ମକର୍ତ୍ତା ମାନେ ମୋବାଇଲ ଭ୍ୟାନ୍‌ ଜରିଆରେ ରକ୍ତ ସଂଗ୍ରହ କରିଥିଲେ । ଚାରବାଟିଆ ଶ୍ରୀଜଗନ୍ନାଥ ମହାପ୍ରଭୁ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଶୁଭେନ୍ଦୁ ସାମଲଙ୍କ ପରିଚାଳନାରେ ଆୟୋଜିତ ଏହି ଶିବିରରେ ୱାର୍ଡ କାଉନସିଲର ବିଜୟ କୁମାର ମଲ୍ଲିକ, ବୀଣାପାଣି ଦାସ,ରାଜ କିଶୋର ସାମନ୍ତରାୟ, ସଂଜିତ୍‌ ଜେନା,ବିରଜା ଦାସ ,ଜୟନ୍ତ ସାହୁ, ରଂଜନ କୁମାର ବାରିକ, ବସନ୍ତ ଦାସ, ରଞ୍ଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।