ସୁଭଦ୍ରା ଯୋଜନାର ଲାଭ ଉଠାଇବାକୁ ସୁନା ବନ୍ଧକ ରଖି ମୋବାଇଲ କିଣିଲେ
ପାରଳାଖେମୁଣ୍ଡି,୧୩ା୯(ଗିରିଧାରୀ ପରିଛା): ଗଜପତି ଜିଲା ଆର. ଉଦୟଗିରି ବ୍ଲକରେ ‘ସୁଭଦ୍ରା’ ଯୋଜନା ପାଇଁ ଜଣେ ହିତାଧିକାରୀ ନିଜ ସୁନା ବନ୍ଧକ ରଖି ମୋବାଇଲ କିଣିବା ପରି ଅଭାବନୀୟ ଘଟଣା ଘଟିଛି। ଏନେଇ ଏକ ଭିଡିଓ ଭାଇରଲ୍ ହେବା ପରେ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ଖବରରୁ ଜଣାପଡିଛି, ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଆବେଦନ କରିବା ପାଇଁ ଜଣେ ଆଦିବାସୀ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସୁନା ବନ୍ଧକ […] The post ସୁଭଦ୍ରା ଯୋଜନାର ଲାଭ ଉଠାଇବାକୁ ସୁନା ବନ୍ଧକ ରଖି ମୋବାଇଲ କିଣିଲେ appeared first on Dharitri Odia News.
ପାରଳାଖେମୁଣ୍ଡି,୧୩ା୯(ଗିରିଧାରୀ ପରିଛା): ଗଜପତି ଜିଲା ଆର. ଉଦୟଗିରି ବ୍ଲକରେ ‘ସୁଭଦ୍ରା’ ଯୋଜନା ପାଇଁ ଜଣେ ହିତାଧିକାରୀ ନିଜ ସୁନା ବନ୍ଧକ ରଖି ମୋବାଇଲ କିଣିବା ପରି ଅଭାବନୀୟ ଘଟଣା ଘଟିଛି। ଏନେଇ ଏକ ଭିଡିଓ ଭାଇରଲ୍ ହେବା ପରେ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି।
ଖବରରୁ ଜଣାପଡିଛି, ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଆବେଦନ କରିବା ପାଇଁ ଜଣେ ଆଦିବାସୀ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସୁନା ବନ୍ଧକ ରଖି ସେଥିରେ ଗୋଟିଏ ମୋବାଇଲ କିଣିଛନ୍ତି। ମୋବାଇଲ ନ ଥିଲେ ଆଧାର କାର୍ଡ ସହିତ ଫୋନ ନମ୍ବର ସଂଯୋଗ ହୋଇପାରିବନି ଏବଂ ସେ ଏହି ଯୋଜନାରୁ ଫାଇଦା ପାଇପାରିବେନି ବୋଲି ଶୁଣି ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ଏହି ଆଦିବାସୀ ବ୍ୟକ୍ତିଜଣକ ମୋବାଇଲ କିଣିବା ପରେ ନୂଆଗଡ଼ ଗାଁର ଏକ ଦୋକାନକୁ ସିମ୍ କିଣିବା ଲାଗି ଯାଇଥିଲେ। ସେଠାରେ ଦୋକାନୀ ଜଣକ ତାଙ୍କୁ ମୋବାଇଲ ଫୋନ ବିଷୟରେ ପଚାରିବାରୁ ସେ ଏହା କହିଥିଲେ। ସୁଭଦ୍ରା ଯୋଜନାର ଭବିଷ୍ୟତ ସମ୍ପର୍କରେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ କୌଣସି ଧାରଣା ନାହିଁ। ମାତ୍ର ଏବେ ଯେପରି ଆଧାର ଅପ୍ଡେଟ୍କୁ ନେଇ ବିଭିନ୍ନ ଜନସେବା କେନ୍ଦ୍ର, ପୋଷ୍ଟ ଅଫିସଗୁଡିକରେ ଭିଡ଼ ଜମୁଛି ତାହାକୁ ଦେଖି ନୀରିହ ଲୋକମାନେ ନିଜ ପାଖରେ ମୋବାଇଲ ଫୋନ ନ ଥିଲେ ସୁଦ୍ଧା ଘରର ଜିନିଷପତ୍ର ବନ୍ଧକ ପକାଇବାକୁ ବାଧ୍ୟ ହେଉଛନ୍ତି। ଯେମିତି ସମ୍ପୃକ୍ତ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି। ପ୍ରଶାସନ ଏ ନେଇ ଗୁରୁତ୍ୱ ଦେଇ ଆଦିବାସୀ ଅଞ୍ଚଳରେ ସ୍ବତନ୍ତ୍ର ଶିବିର କରି ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।
The post ସୁଭଦ୍ରା ଯୋଜନାର ଲାଭ ଉଠାଇବାକୁ ସୁନା ବନ୍ଧକ ରଖି ମୋବାଇଲ କିଣିଲେ appeared first on Dharitri Odia News.