ଗିରଫ ପରେ ଦକ୍ଷିଣ କୋରିଆର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
ସିଓଲ,୧୨ା୧୨: ଦକ୍ଷିଣ କୋରିଆରେ ଗତ ସପ୍ତାହରେ ସାମରିକ ଆଇନ ଘୋଷଣା କରିବାକୁ ନେଇ ଅଟକ ଥିବା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଗିରଫ କରାଯିବା ପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କୋରିଆ ସୁଧାରାତ୍ମକ ସେବା କମିଶନର ଜେନେରାଲ ଶିନ୍ ୟୋଙ୍ଗ ହାଏଙ୍କ ସୂଚନା ଅନୁଯାୟୀ, ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ କିମ୍ ୟୋଙ୍ଗ୍ ହ୍ୟୁନ୍ ମଙ୍ଗଳବାର ରାତିରେ ଡିଟେନ୍ଶନ ସେଣ୍ଟରରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଅପରାଧୀ ସଂସ୍କାର ସେବାରେ ନିୟୋଜିତ ଅଫିସରମାନେ ତାଙ୍କୁ ଏଥିରୁ ରକ୍ଷା କରିଥିଲେ। କିମ୍ଙ୍କ ସ୍ବାସ୍ଥ୍ୟାବସ୍ଥା […] The post ଗିରଫ ପରେ ଦକ୍ଷିଣ କୋରିଆର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ appeared first on Dharitri Odia News.
ସିଓଲ,୧୨ା୧୨: ଦକ୍ଷିଣ କୋରିଆରେ ଗତ ସପ୍ତାହରେ ସାମରିକ ଆଇନ ଘୋଷଣା କରିବାକୁ ନେଇ ଅଟକ ଥିବା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଗିରଫ କରାଯିବା ପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କୋରିଆ ସୁଧାରାତ୍ମକ ସେବା କମିଶନର ଜେନେରାଲ ଶିନ୍ ୟୋଙ୍ଗ ହାଏଙ୍କ ସୂଚନା ଅନୁଯାୟୀ, ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ କିମ୍ ୟୋଙ୍ଗ୍ ହ୍ୟୁନ୍ ମଙ୍ଗଳବାର ରାତିରେ ଡିଟେନ୍ଶନ ସେଣ୍ଟରରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଅପରାଧୀ ସଂସ୍କାର ସେବାରେ ନିୟୋଜିତ ଅଫିସରମାନେ ତାଙ୍କୁ ଏଥିରୁ ରକ୍ଷା କରିଥିଲେ। କିମ୍ଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ ସାମରିକ ଆଇନ ଲାଗୁ କରିବା ନେଇ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟେଓଲଙ୍କ ବିରୋଧରେ ମୁଖ୍ୟ ବିରୋଧୀ ଦଳ ଡେମୋକ୍ରାଟିକ୍ ପାର୍ଟି ପୁଣିଥରେ ମହାଭିଯୋଗ ଆଣିବାକୁ ଯୋଜନା କରିଛି। ପୂର୍ବରୁ ଆସିଥିବା ମହାଭିଯୋଗ ପ୍ରସ୍ତାବ ଉପରେ ଭୋଟକୁ ଶାସକ ଦଳର ଏମ୍ପିମାନେ ବର୍ଜନ କରିବାରୁ ଏହା ଗୃହୀତ ହୋଇପାରି ନ ଥିଲା। ଗୁରୁବାର ପୁଣିଥରେ ମହାଭିଯୋଗ ଆଣିବାକୁ ଯୋଜନା ହୋଇଛି।
The post ଗିରଫ ପରେ ଦକ୍ଷିଣ କୋରିଆର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ appeared first on Dharitri Odia News.