୩୦ଫୁଟ ପୋଲତଳୁ ମିଳିଲା ଯୁବକଙ୍କ ମୃତଦେହ : ବଢ଼ୁଛି ସନ୍ଦେହ
ପାଟଣା,୧୬।୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ଭୀମ କୁଣ୍ଡ ରାସ୍ତାର ଡୁମୁରିଆ ନାଳ ପୋଲ (୩୦)ଫୁଟ ତଳୁ ବୁଧବାର ଅପରାହ୍ନରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲର ୩୦ଫୁଟ ତଳେ ଯୁବକ ଜଣକ ମୁଁହ ମାଡି ପଡ଼ିଥିବା ବେଳେ ସାଇକେଲଟି ମଧ୍ୟ ପୋଲ ତଳେ ଅମରି ବୁଦା ଉପରେ ପଡ଼ିଛି। ମୃତକ ଜଣକ ହେଉଛନ୍ତି ଡୁମୁରୁଆ ପିଅଞ୍ଚାୟତ ତଣ୍ଡଗ୍ରାମର ପ୍ରଭାକର ନାଏକଙ୍କ ପୁଅ ବଂଶୀଧର। ବଂଶୀଧର ମଙ୍ଗଳବାର ସାରେ ଡୁମୁରିଆ ହାଟକୁ ଯାଇ […] The post ୩୦ଫୁଟ ପୋଲତଳୁ ମିଳିଲା ଯୁବକଙ୍କ ମୃତଦେହ : ବଢ଼ୁଛି ସନ୍ଦେହ appeared first on Dharitri Odia News.
ପାଟଣା,୧୬।୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ଭୀମ କୁଣ୍ଡ ରାସ୍ତାର ଡୁମୁରିଆ ନାଳ ପୋଲ (୩୦)ଫୁଟ ତଳୁ ବୁଧବାର ଅପରାହ୍ନରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲର ୩୦ଫୁଟ ତଳେ ଯୁବକ ଜଣକ ମୁଁହ ମାଡି ପଡ଼ିଥିବା ବେଳେ ସାଇକେଲଟି ମଧ୍ୟ ପୋଲ ତଳେ ଅମରି ବୁଦା ଉପରେ ପଡ଼ିଛି। ମୃତକ ଜଣକ ହେଉଛନ୍ତି ଡୁମୁରୁଆ ପିଅଞ୍ଚାୟତ ତଣ୍ଡଗ୍ରାମର ପ୍ରଭାକର ନାଏକଙ୍କ ପୁଅ ବଂଶୀଧର। ବଂଶୀଧର ମଙ୍ଗଳବାର ସାରେ ଡୁମୁରିଆ ହାଟକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ବୁଧବାର ଅପରାହ୍ନରେ ମୃତଦେହ ଦେଖି ସ୍ଥାନୀୟ ଲୋକେ ଘଟଗାଁ ପୋଲିସକୁ କହିଥିଲେ। ବଂଶୀଧରଙ୍କ ମୃତଦେହ ରାସ୍ତାର ଡାହାଣ ପାର୍ଶ୍ୱ ପୋଲ ତଳେ ପଡ଼ିଥିବାରୁ ଏହା ଦୁର୍ଘଟଣା କି ହତ୍ୟା ସ୍ପଷ୍ଟ ହୋଇ ନାହିଁ।
The post ୩୦ଫୁଟ ପୋଲତଳୁ ମିଳିଲା ଯୁବକଙ୍କ ମୃତଦେହ : ବଢ଼ୁଛି ସନ୍ଦେହ appeared first on Dharitri Odia News.