ରତ୍ନଭଣ୍ଡାର ଚାବିକୁ ନେଇ ହଟିନି ଦ୍ୱନ୍ଦ୍ୱ

ପୁରୀ,୧୫ା୭(ଅଜିତ ମହାନ୍ତି): ଦୀର୍ଘ ୪୬ବର୍ଷ ପରେ ରବିବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଛି। ଟ୍ରେଜେରିରେ ପୂର୍ବରୁ ରହିଥିବା ୩ଟି ଚାବିକୁ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅଧିକୃତ ବ୍ୟକ୍ତିଙ୍କୁ ପ୍ରଦାନ କରିଥିଲେ। ତେବେ ସେହି ୩ ଚାବିରେ ରତ୍ନଭଣ୍ଡାର ତାଲା ଖୋଲି ନ ଥିଲା। ଫଳରେ ୩ଟି ତାଲାକୁ କଟର ମେଶିନରେ କଟାଯାଇଥିଲା। ତାଲା କଟାଯାଇଥିବାରୁ ପ୍ରକୃତ ଚାବି କୁଆଡ଼େ ଗଲା ବୋଲି ପୁଣି ପ୍ରଶ୍ନ ଉଠିଛି। ଯେଉଁ ଚାବି ଟ୍ରେଜେରିରେ ରହିଥିଲା ବା ଜିଲାପାଳ ଦେଇଥିଲେ ତାହା […] The post ରତ୍ନଭଣ୍ଡାର ଚାବିକୁ ନେଇ ହଟିନି ଦ୍ୱନ୍ଦ୍ୱ appeared first on Dharitri Odia News.

ରତ୍ନଭଣ୍ଡାର ଚାବିକୁ ନେଇ ହଟିନି ଦ୍ୱନ୍ଦ୍ୱ

ପୁରୀ,୧୫ା୭(ଅଜିତ ମହାନ୍ତି): ଦୀର୍ଘ ୪୬ବର୍ଷ ପରେ ରବିବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଛି। ଟ୍ରେଜେରିରେ ପୂର୍ବରୁ ରହିଥିବା ୩ଟି ଚାବିକୁ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅଧିକୃତ ବ୍ୟକ୍ତିଙ୍କୁ ପ୍ରଦାନ କରିଥିଲେ। ତେବେ ସେହି ୩ ଚାବିରେ ରତ୍ନଭଣ୍ଡାର ତାଲା ଖୋଲି ନ ଥିଲା। ଫଳରେ ୩ଟି ତାଲାକୁ କଟର ମେଶିନରେ କଟାଯାଇଥିଲା। ତାଲା କଟାଯାଇଥିବାରୁ ପ୍ରକୃତ ଚାବି କୁଆଡ଼େ ଗଲା ବୋଲି ପୁଣି ପ୍ରଶ୍ନ ଉଠିଛି। ଯେଉଁ ଚାବି ଟ୍ରେଜେରିରେ ରହିଥିଲା ବା ଜିଲାପାଳ ଦେଇଥିଲେ ତାହା ଅସଲି ନା ନକଲି ସେ ନେଇ ପୁନର୍ବାର ପ୍ରଶ୍ନ ଉଙ୍କିମାରିଛି। ଚାବିକୁ ନେଇ ଲାଗିରହିଥିବା ଦ୍ୱନ୍ଦ୍ୱ ହଟିପାରିନାହିଁ। ତେବେ ଏ ସଂକ୍ରାନ୍ତରେ କୌଣସି ଅଧିକାରୀ କିମ୍ବା ରତ୍ନଭଣ୍ଡାର ତଦାରଖ କମିଟି ସଦସ୍ୟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଅନ୍ୟପକ୍ଷରେ ସମ୍ପୃକ୍ତ ଚାବିରେ ତାଲା ନ ଖୋଲିବାରୁ କଟାଗଲା ବୋଲି କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

The post ରତ୍ନଭଣ୍ଡାର ଚାବିକୁ ନେଇ ହଟିନି ଦ୍ୱନ୍ଦ୍ୱ appeared first on Dharitri Odia News.