ଜୁଲାଇ ୨୧ରୁ ନୂଆ ସଫ୍ଟୱେର: ୧୧୧ ପୋଷ୍ଟ ମାଷ୍ଟରଙ୍କୁ

ଭଞ୍ଜନଗର,୧୩।୫(ବାବୁଲା ପ୍ରଧାନ): କେନ୍ଦ୍ରସରକାର ଡାକ ବିଭାଗକୁ ଆଧୁନିକୀକରଣ କରୁଛନ୍ତି। ତେଣୁ ଆସନ୍ତା ଜୁଲାଇ ୨୧ ତାରିଖରୁ ରାଜ୍ୟର ସମସ୍ତ ଡାକ ଘରେ ଆଇଟି ୨.୦ ନୂଆ ସଫ୍ଟୱେର ବ୍ୟବହାର ହେବ । ଫଳରେ କର୍ମଚାରୀମାନେ ଏଣିକି ଗୋଟିଏ ସଫ୍ଟୱେରରେ ହିଁ ସମସ୍ତ ସୁବିଧା ପାଇବେ। ପୁର୍ବରୁ ୫ଟା ଲେଖାଏ ସଫ୍ଟୱେର ବ୍ୟବହାର ହେଉଥିଲା। ଫଳରେ କର୍ମଚାରୀମାନେ କର୍ମକ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖିନ ହେଉଥିଲେ। ଜୁଲାଇ ୨୧ ପରେ ଏହି ସମସ୍ୟା ଆଉ ରହିବ ନାହିଁ। ତେଣୁ ଆସିକା […] The post ଜୁଲାଇ ୨୧ରୁ ନୂଆ ସଫ୍ଟୱେର: ୧୧୧ ପୋଷ୍ଟ ମାଷ୍ଟରଙ୍କୁ appeared first on Dharitri Odia News.

ଜୁଲାଇ ୨୧ରୁ ନୂଆ ସଫ୍ଟୱେର: ୧୧୧ ପୋଷ୍ଟ ମାଷ୍ଟରଙ୍କୁ

ଭଞ୍ଜନଗର,୧୩।୫(ବାବୁଲା ପ୍ରଧାନ): କେନ୍ଦ୍ରସରକାର ଡାକ ବିଭାଗକୁ ଆଧୁନିକୀକରଣ କରୁଛନ୍ତି। ତେଣୁ ଆସନ୍ତା ଜୁଲାଇ ୨୧ ତାରିଖରୁ ରାଜ୍ୟର ସମସ୍ତ ଡାକ ଘରେ ଆଇଟି ୨.୦ ନୂଆ ସଫ୍ଟୱେର ବ୍ୟବହାର ହେବ । ଫଳରେ କର୍ମଚାରୀମାନେ ଏଣିକି ଗୋଟିଏ ସଫ୍ଟୱେରରେ ହିଁ ସମସ୍ତ ସୁବିଧା ପାଇବେ। ପୁର୍ବରୁ ୫ଟା ଲେଖାଏ ସଫ୍ଟୱେର ବ୍ୟବହାର ହେଉଥିଲା। ଫଳରେ କର୍ମଚାରୀମାନେ କର୍ମକ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖିନ ହେଉଥିଲେ। ଜୁଲାଇ ୨୧ ପରେ ଏହି ସମସ୍ୟା ଆଉ ରହିବ ନାହିଁ। ତେଣୁ ଆସିକା ଡାକ ମଣ୍ଡଳ ପକ୍ଷରୁ ମଙ୍ଗଳବାରଠାରୁ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୩୦ ଦିନବ୍ୟାପୀ ହେବାକୁ ଥିବା ପୋଷ୍ଟ ମାଷ୍ଟର ଏବଂ ସହକାରୀ ପୋଷ୍ଟ ମାଷ୍ଟର ତାଲିମ ଉଦ୍‌ଘାଟିତ ହୋଇଯାଇଛି। ୧୧୧ ଜଣ ଅଧିକାରୀ ୫ଟି ପର୍ଯ୍ୟାୟରେ ତାଲିମ ନେବେ। ତାଲିମଦାତା ଭାବେ ରବି ନାରାୟଣ ଚୌଧୁରୀ ଏବଂ ପ୍ରଭାତ କୁମାର ପ୍ରଧାନ ଯୋଗଦେଇ ଅନ୍ୟ ଅଧିକାରୀ ମାନକୁ ନୂତନ ଜ୍ଞାନ କୌଶଳ ଉପରେ ତାଲିମ ପ୍ରଦାନ କରୁଛନ୍ତି। ପୋଷ୍ଟ ମାଷ୍ଟରମାନଙ୍କୁ କମ୍ପ୍ୟୁଟର କିଭଳି ବ୍ୟବହାର କରିବେ ସେନେଇ ତାଲିମ ପ୍ରଦାନ କରାଯାଉଛି। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଡାକ ବିଭାଗ କର୍ମଚାରୀ ଏବଂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ କର୍ମଚାରୀ ସହଯୋଗ କରୁଛନ୍ତି।

The post ଜୁଲାଇ ୨୧ରୁ ନୂଆ ସଫ୍ଟୱେର: ୧୧୧ ପୋଷ୍ଟ ମାଷ୍ଟରଙ୍କୁ appeared first on Dharitri Odia News.