ସୁରେନ୍ଦ୍ର ବଲାଙ୍ଗୀର ଲୋକ ସଭା ବିଜେଡି ପ୍ରାର୍ଥୀ

ବଲାଙ୍ଗୀର/ସଇଁତଳା,୪ା୪(ବୀରେନ୍ଦ୍ର କୁମାର ଝାଙ୍କର/ରାଖାଲ ପ୍ରସାଦ ଶତପଥୀ)କିଛିଦିନର କଳ୍ପନାଜଳ୍ପନାର ଅବସାନ ଘଟାଇ ବୁଧବାର ବିଜେଡି ପକ୍ଷରୁ ବଲାଙ୍ଗୀର ଲୋକ ସଭା ପ୍ରାର୍ଥୀ ଘୋଷଣା କରାଯାଇଛି। କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ଦଳ ବଲାଙ୍ଗୀର ଲୋକ ସଭା ପ୍ରାର୍ଥୀ ଘୋଷଣା କରିଛି। ଏହି ଘୋଷଣା ପରେ ଧରିତ୍ରୀର ପୂର୍ବନୁମାନ୍‌ ସତ ହୋଇଛି। ସୁରେନ୍ଦ୍ରଙ୍କୁ ବିଜେଡି ଲୋକ ସଭା ପ୍ରାର୍ଥୀ ଘୋଷଣା ପରେ ସଇଁତଳା ଅଞ୍ଚଳରେ ତାଙ୍କ ସମର୍ଥକମାନେ ଖୁସି ବ୍ୟକ୍ତ କରିଛନ୍ତି। ସମର୍ଥକ […] The post ସୁରେନ୍ଦ୍ର ବଲାଙ୍ଗୀର ଲୋକ ସଭା ବିଜେଡି ପ୍ରାର୍ଥୀ appeared first on Dharitri Odia News.

ସୁରେନ୍ଦ୍ର ବଲାଙ୍ଗୀର ଲୋକ ସଭା ବିଜେଡି ପ୍ରାର୍ଥୀ

ବଲାଙ୍ଗୀର/ସଇଁତଳା,୪ା୪(ବୀରେନ୍ଦ୍ର କୁମାର ଝାଙ୍କର/ରାଖାଲ ପ୍ରସାଦ ଶତପଥୀ)କିଛିଦିନର କଳ୍ପନାଜଳ୍ପନାର ଅବସାନ ଘଟାଇ ବୁଧବାର ବିଜେଡି ପକ୍ଷରୁ ବଲାଙ୍ଗୀର ଲୋକ ସଭା ପ୍ରାର୍ଥୀ ଘୋଷଣା କରାଯାଇଛି। କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ଦଳ ବଲାଙ୍ଗୀର ଲୋକ ସଭା ପ୍ରାର୍ଥୀ ଘୋଷଣା କରିଛି। ଏହି ଘୋଷଣା ପରେ ଧରିତ୍ରୀର ପୂର୍ବନୁମାନ୍‌ ସତ ହୋଇଛି। ସୁରେନ୍ଦ୍ରଙ୍କୁ ବିଜେଡି ଲୋକ ସଭା ପ୍ରାର୍ଥୀ ଘୋଷଣା ପରେ ସଇଁତଳା ଅଞ୍ଚଳରେ ତାଙ୍କ ସମର୍ଥକମାନେ ଖୁସି ବ୍ୟକ୍ତ କରିଛନ୍ତି। ସମର୍ଥକ ମାନେ ବାଣ ଫୁଟାଇ ଓ ମିଷ୍ଠାନ୍ନ ବଣ୍ଟନ କରିଥିଲେ। ପ୍ରାର୍ଥୀ ଘୋଷଣା ହେବା ପରେ ସୁରେନ୍ଦ୍ର ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ଜନାଭିମୁଖୀ କାର୍ଯ୍ୟକ୍ରମ, ଲୋୟର ସୁକତେଲ ପ୍ରକଳ୍ପ, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲାରେ ବିଭିନ୍ନ ନଦୀ ଉପରେ ପୋଲ ନିର୍ମାଣ, ରାସ୍ତା ନିର୍ମାଣ ଭଳି ଅନେକ ଉନ୍ନୟନ କାର୍ଯ୍ୟପାଇଁ ଭୋଟରମାନେ ବିଜେଡି ଆଡ଼କୁ ମୁହାଇଁଛନ୍ତି ବୋଲି ସିଂଭୋଇ କହିଛନ୍ତି। ଉଭୟ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲାର ଭୋଟରମାନେ ତାଙ୍କୁ ନିଶ୍ଚିତ ଭାବେ ସମର୍ଥନ କରିବେ ବୋଲି ସେ ଆଶା ପୋଷଣ କରିଥିଲେ। ସୁରେନ୍ଦ୍ର ସିଂଭୋଇଙ୍କୁ ପ୍ରାର୍ଥୀ କରାଯିବା ପରେ ଜିଲାର ଆଦିବାସୀ ସମ୍ପ୍ରଦାୟ, ବିଜେଡି ସମର୍ଥକ, କର୍ମୀ ଏବଂ ବିଶେଷକରି ପୁରୁଣା କଂଗ୍ରେସ କର୍ମୀଙ୍କୁ ସମର୍ଥନ ବଢ଼ିବ ବୋଲି ଆକଳନ କରାଯାଉଛି। ଏଭଳିକି ସୁରେନ୍ଦ୍ରଙ୍କୁ ଲୋକ ସଭା ପ୍ରାର୍ଥୀ କରାଯିବା ପରେ ଟିଟିଲାଗଡରେ ବିଧାୟିକା ପ୍ରାର୍ଥୀ ତଥା ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗଡ ଆହୁରି ଶକ୍ତିଶାଳୀ ହେଲା ବୋଲି ଆକଳନ କରାଯାଉଛି। ସୁରେନ୍ଦ୍ରଙ୍କୁ ପ୍ରାର୍ଥୀ ଘୋଷଣା ପରେ ଟିଟିଲାଗଡ଼ ବିଧାୟିକାଙ୍କ ବ୍ଲକ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ରାଜ କିଶୋର ଡ଼ାଙ୍ଗ, ସୁରେନ୍ଦ୍ର ସାହୁ, ରାଜା ସାହୁ, ଅମିତ ରଥ, ସଇଁତଲା ବ୍ଲକ ସାମ୍ବାଦିକ ସଂଘ ସଭାପତି ତରୁଣ ବେହେରା, ସରୋଜ ସାହୁ, ରାଜା ଅଗ୍ରୱାଲ, ଅସୀମ ବେହେରା, ଉମେଶ ସାହୁ, ଚନ୍ଦ୍ର ଚନ୍ଦନ, ଗଦାଧର ସାହୁ, ଶିବ ସାହୁ, ତପନ ଦାସ, ଶେଷଦେବ ଜାନୀ, ଡ଼ିକି କୁଅଁର, ଓକିଲ ସଂଘ ସଭାପତି ସୁବୋଧ କୁମାର ମିଶ୍ର, କିଶାନ ପଟ୍ଟନାୟକ, ସମାଜସେବୀ ମଦନଲାଲ ଅଗ୍ରୱାଲ, ରୋହିତ ମହାନନ୍ଦଙ୍କ ସମେତ ଶତାଧିକ ସମର୍ଥକ ସିଂଭୋଇଙ୍କ ବାସଭବନକୁ ଯାଇ ଶୁଭେଚ୍ଛା ଜଣାଇଥିଲେ।

The post ସୁରେନ୍ଦ୍ର ବଲାଙ୍ଗୀର ଲୋକ ସଭା ବିଜେଡି ପ୍ରାର୍ଥୀ appeared first on Dharitri Odia News.