ବିଜେଡି କାର୍ଯ୍ୟାଳୟ ହୋଟେଲ ହେବା ନେଇ ଭାଜପା ନେତାଙ୍କ ବଡ଼ ବୟାନ, ସତରେ କ’ଣ ବିଜେଡି…
ଭୁବନେଶ୍ୱର,୧୩ା୧: ବିଜେଡି କାର୍ଯ୍ୟାଳୟ ହୋଟେଲ ସାଜିବା ପ୍ରସଙ୍ଗକୁ ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ମୁହଁ ଖୋଲିଛନ୍ତି। ସେ ବିଜେଡିକୁ ଟାର୍ଗେଟ କରି କହିଛନ୍ତି, ଏଭଳି ଘଟଣା ରାଜ୍ୟ ରାଜନୀତିରେ କେବେ ଦେଖିବାକୁ ମିଳିନାହିଁ। କୌଣସି ସ୍ଥାନରେ କେବେ ପାର୍ଟି ଅଫିସକୁ ହୋଟେଲ କରାଯାଇ ନାହିଁ। ସତରେ କ’ଣ ବିଜେଡି ନିଶ୍ଚିହ୍ନ ହେବାକୁ ଯାଉଛି କି?, ଲୋକେ ଆଉ ପାର୍ଟି ଅଫିସକୁ ଆସୁନାହାନ୍ତି କି?, କେବଳ ପୂଜା ପର୍ବ ଭଳି […] The post ବିଜେଡି କାର୍ଯ୍ୟାଳୟ ହୋଟେଲ ହେବା ନେଇ ଭାଜପା ନେତାଙ୍କ ବଡ଼ ବୟାନ, ସତରେ କ’ଣ ବିଜେଡି… appeared first on Dharitri Odia News.
ଭୁବନେଶ୍ୱର,୧୩ା୧: ବିଜେଡି କାର୍ଯ୍ୟାଳୟ ହୋଟେଲ ସାଜିବା ପ୍ରସଙ୍ଗକୁ ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ମୁହଁ ଖୋଲିଛନ୍ତି। ସେ ବିଜେଡିକୁ ଟାର୍ଗେଟ କରି କହିଛନ୍ତି, ଏଭଳି ଘଟଣା ରାଜ୍ୟ ରାଜନୀତିରେ କେବେ ଦେଖିବାକୁ ମିଳିନାହିଁ। କୌଣସି ସ୍ଥାନରେ କେବେ ପାର୍ଟି ଅଫିସକୁ ହୋଟେଲ କରାଯାଇ ନାହିଁ। ସତରେ କ’ଣ ବିଜେଡି ନିଶ୍ଚିହ୍ନ ହେବାକୁ ଯାଉଛି କି?, ଲୋକେ ଆଉ ପାର୍ଟି ଅଫିସକୁ ଆସୁନାହାନ୍ତି କି?, କେବଳ ପୂଜା ପର୍ବ ଭଳି କାର୍ଯ୍ୟକ୍ରମ ପାଇଁ ପାର୍ଟି ଅଫିସ ନିମିତ୍ତମାତ୍ର ରହିଛି କି ବୋଲି ପ୍ରଶ୍ନ ଉଠାଇଛନ୍ତି।
ବିଜେଡି କଙ୍ଗାଳ ହୋଇଗଲାଣି । କର୍ପୋରେଟ ଫଣ୍ଡିଂ ବନ୍ଦ ହେବା ଯୋଗୁ ପାର୍ଟି ଅଫିସ ଖର୍ଚ୍ଚ ତୁଲାଇବା ପାଇଁ ହୋଟେଲ ଖୋଲି ବିଜେଡି ବ୍ୟବସାୟ କରୁଛି ବୋଲି ଜଗନ୍ନାଥ ଅଭିଯୋଗ କରିଛନ୍ତି। ସରକାରଙ୍କ ପାଖରୁ ଜାଗା ଆଣି କାର୍ଯ୍ୟାଳୟ ପାଇଁ ଘର ତିଆରି କରିଥିଲା ବିଜେଡ଼ି। ବର୍ତ୍ତମାନ କେଉଁ ଉଦ୍ଦେଶ୍ୟରେ ହୋଟେଲ ଚଳାଯାଉଛି ତାକୁ ନେଇ ଜଗନ୍ନାଥ ବିଜେଡିକୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, କର୍ପୋରେଟ ହାଉସମାନଙ୍କ ଠାରୁ ଚାନ୍ଦା ଆଦାୟ କରି ବିଜେଡି କାର୍ଯ୍ୟାଳୟ ନିର୍ମାଣ କରିଥିଲା। ବର୍ତ୍ତମାନ ଆଉ କର୍ପୋରେଟ ହାଉସରୁ ପଇସା ଆସୁନାହିଁ। ଫଳରେ ବିଜେଡି ପାର୍ଟି ଅଫିସକୁ ହୋଟେଲ କରିଛି କି ବୋଲି ଜଗନ୍ନାଥ କହିଛନ୍ତି। ବିଜେଡ଼ି ଏହାର ଜବାବ ଦେଉ ବୋଲି କହିଛନ୍ତି। ଯଦି ବିଜେଡି ପାର୍ଟି ଅଫିସକୁ ହୋଟେଲ କରିବ ତେବେ ସେ ଜାଗାର ଅନୁମତି ବ୍ୟାଜାପ୍ତି କରାଯାଉ ବୋଲି ଜଗନ୍ନାଥ ଦାବି କରିଛନ୍ତି।
The post ବିଜେଡି କାର୍ଯ୍ୟାଳୟ ହୋଟେଲ ହେବା ନେଇ ଭାଜପା ନେତାଙ୍କ ବଡ଼ ବୟାନ, ସତରେ କ’ଣ ବିଜେଡି… appeared first on Dharitri Odia News.