ଐତିହାସିକ ପଦକ୍ଷେପ ନେବେ ମୋଦି ସରକାର: ରାଷ୍ଟ୍ରପତି କଲେ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୨୭।୬: ଦେଶରେ ୧୮ତମ ଲୋକ ସଭା ଗଠନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ରାଷ୍ଟ୍ରପତି ମୁର୍ମୁ ଏକ ଭବିଷ୍ୟବାଣୀ କରିଛନ୍ତି। ଆଗାମୀ ବଜେଟରେ ଅନେକ ଐତିହାସିକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ୧୮ତମ ଲୋକ ସଭା ଗଠନ ପରେ ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ ଆଗାମୀ ସଂସଦ ଅଧିବେଶନରେ ସରକାରଙ୍କ ଦ୍ୱାରା ଉପସ୍ଥାପିତ ବଜେଟ ଏହାର ଭବିଷ୍ୟତ […] The post ଐତିହାସିକ ପଦକ୍ଷେପ ନେବେ ମୋଦି ସରକାର: ରାଷ୍ଟ୍ରପତି କଲେ ଭବିଷ୍ୟବାଣୀ appeared first on Dharitri Odia News.
ନୂଆଦିଲ୍ଲୀ,୨୭।୬: ଦେଶରେ ୧୮ତମ ଲୋକ ସଭା ଗଠନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ରାଷ୍ଟ୍ରପତି ମୁର୍ମୁ ଏକ ଭବିଷ୍ୟବାଣୀ କରିଛନ୍ତି। ଆଗାମୀ ବଜେଟରେ ଅନେକ ଐତିହାସିକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
୧୮ତମ ଲୋକ ସଭା ଗଠନ ପରେ ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ ଆଗାମୀ ସଂସଦ ଅଧିବେଶନରେ ସରକାରଙ୍କ ଦ୍ୱାରା ଉପସ୍ଥାପିତ ବଜେଟ ଏହାର ଭବିଷ୍ୟତ ଦିଗଦର୍ଶନର ଏକ ଦଲିଲ ହେବ।
ରାଷ୍ଟ୍ରପତି କହିଛନ୍ତି, ବଜେଟରେ ପ୍ରମୁଖ ଅର୍ଥନୈତିକ ଏବଂ ସାମାଜିକ ନିଷ୍ପତ୍ତି ନିଆଯିବ ଏବଂ ଅନେକ ଐତିହାସିକ ପଦକ୍ଷେପ ନିଆଯିବ। ଲୋକଙ୍କ ଆକାଂକ୍ଷା ପୂରଣ ପାଇଁ ସୁଧାରର ଗତି ବୃଦ୍ଧି କରାଯିବ।
The post ଐତିହାସିକ ପଦକ୍ଷେପ ନେବେ ମୋଦି ସରକାର: ରାଷ୍ଟ୍ରପତି କଲେ ଭବିଷ୍ୟବାଣୀ appeared first on Dharitri Odia News.