କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା
ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ ବନ୍ଦ ହୋଇନାହିଁ । ଏପରିକି ବଲିଉଡ ଅଭିନେତା ଆମୀର ଖାନ ଏବଂ ରଣଭୀର ସିଂ ଏଥିରୁ ରକ୍ଷା ପାଇପାରିନାହାଁନ୍ତି। ଯାହା ପରେ ଦୁହେଁ ଏହି ମାମଲାରେ ଏଫଆଇଆର୍ ଦାଖଲ କରିଥିଲେ। ବର୍ତ୍ତମାନ ଖବର ଆସୁଛି ଯେ ପୁଷ୍ପା ତାରକା ଅଲ୍ଲୁ ଅର୍ଜୁନ ମଧ୍ୟ ଡିପ୍ଫେକର ଶିକାର ହୋଇଛନ୍ତି। ସୋସିଆଲ ମିଡିଆରେ […] The post କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା appeared first on Dharitri Odia News.
ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ ବନ୍ଦ ହୋଇନାହିଁ । ଏପରିକି ବଲିଉଡ ଅଭିନେତା ଆମୀର ଖାନ ଏବଂ ରଣଭୀର ସିଂ ଏଥିରୁ ରକ୍ଷା ପାଇପାରିନାହାଁନ୍ତି। ଯାହା ପରେ ଦୁହେଁ ଏହି ମାମଲାରେ ଏଫଆଇଆର୍ ଦାଖଲ କରିଥିଲେ। ବର୍ତ୍ତମାନ ଖବର ଆସୁଛି ଯେ ପୁଷ୍ପା ତାରକା ଅଲ୍ଲୁ ଅର୍ଜୁନ ମଧ୍ୟ ଡିପ୍ଫେକର ଶିକାର ହୋଇଛନ୍ତି। ସୋସିଆଲ ମିଡିଆରେ ଅଲ୍ଲୁ ଅର୍ଜୁନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଏକ ଡିପ୍ଫେକ ବୋଲି କୁହାଯାଉଛି।
ଲୋକ ସଭା ନିର୍ବାଚନ ଆରମ୍ଭ ହୋଇଛି ଏବଂ ନେତାଙ୍କ ସମାବେଶରେ ପ୍ରଚାର କରୁଥିବା ସେଲିବ୍ରିଟିଙ୍କ ଭିଡିଓ ବାହାରକୁ ଆସୁଛି। ଏଥି ସହିତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଡିପ୍ଫେକ ଭିଡିଓ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । କେତେକ ସେଲିବ୍ରିଟିଙ୍କ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେମାନେ ପ୍ରଚାର କରୁଛନ୍ତି ବୋଲି ଦାବି କରାଯାଉଛି। ନିର୍ବାଚନ ସମୟରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଏଭଳି କୌଶଳ ବ୍ୟବହାର କରାଯାଉଛି। ବର୍ତ୍ତମାନ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଏକ ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କଂଗ୍ରେସ ପାଇଁ ପ୍ରଚାର କରୁଛନ୍ତି ବୋଲି କୁହାଯାଉଛି। ତେବେ ପରେ ଏହା ଜଣାପଡିଛି ଯେ ଏହି ଭିଡିଓ ଏଆଇ ସାହାଯ୍ୟରେ ତିଆରି ହୋଇଛି ଏବଂ ଏହା ନକଲି ଅଟେ।
The post କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା appeared first on Dharitri Odia News.