ଏଣିକି ୮୫ରୁ କମ୍ ବୟସ ଭୋଟରଙ୍କୁ ମିଳିବ ନାହିଁ ପୋଷ୍ଟାଲ-ବାଲାଟ୍ ସୁବିଧା, ନିୟମ ବଦଳାଇଲେ ସରକାର…
ନୂଆଦିଲ୍ଲୀ,୨।୩: ଆସନ୍ତା ଲୋକ ସଭା ଏବଂ ରାଜ୍ୟ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୋଷ୍ଟାଲ ବାଲାଟ୍ ନିୟମ ସଂଶୋଧନ କରିଛନ୍ତି। ପୂର୍ବରୁ ୮୦ ବର୍ଷରୁ ଅଧିକ ବୟସର ନାଗରିକ ଏହି ସୁବିଧା ଉଠାଉଥିଲେ। ହେଲେ ସଂଶୋଧନ କରାଯାଇ ୮୫ ବର୍ଷରୁ ଅଧିକ ବୟସ୍କ ପୋଷ୍ଟାଲ ବାଲାଟ୍ର ଲାଭ ଉଠାଇପାରିବେ ବୋଲି କୁହାଯାଇଛି। ନିର୍ବାଚନ କମିଶନ(ଇସି)ଙ୍କ ନୂତନ ମତଦାତା ସୂଚୀ ଅନୁଯାୟୀ, ଦେଶରେ ୮୦ ବର୍ଷରୁ ଅଧିକ ବୟସର ଭୋଟରଙ୍କ ସଂଖ୍ୟା ୧.୮୫ କୋଟି। ସେହିଭଳି […] The post ଏଣିକି ୮୫ରୁ କମ୍ ବୟସ ଭୋଟରଙ୍କୁ ମିଳିବ ନାହିଁ ପୋଷ୍ଟାଲ-ବାଲାଟ୍ ସୁବିଧା, ନିୟମ ବଦଳାଇଲେ ସରକାର… appeared first on Dharitri Odia News.
ନୂଆଦିଲ୍ଲୀ,୨।୩: ଆସନ୍ତା ଲୋକ ସଭା ଏବଂ ରାଜ୍ୟ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୋଷ୍ଟାଲ ବାଲାଟ୍ ନିୟମ ସଂଶୋଧନ କରିଛନ୍ତି। ପୂର୍ବରୁ ୮୦ ବର୍ଷରୁ ଅଧିକ ବୟସର ନାଗରିକ ଏହି ସୁବିଧା ଉଠାଉଥିଲେ। ହେଲେ ସଂଶୋଧନ କରାଯାଇ ୮୫ ବର୍ଷରୁ ଅଧିକ ବୟସ୍କ ପୋଷ୍ଟାଲ ବାଲାଟ୍ର ଲାଭ ଉଠାଇପାରିବେ ବୋଲି କୁହାଯାଇଛି।
ନିର୍ବାଚନ କମିଶନ(ଇସି)ଙ୍କ ନୂତନ ମତଦାତା ସୂଚୀ ଅନୁଯାୟୀ, ଦେଶରେ ୮୦ ବର୍ଷରୁ ଅଧିକ ବୟସର ଭୋଟରଙ୍କ ସଂଖ୍ୟା ୧.୮୫ କୋଟି। ସେହିଭଳି ୧୦୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସର ଭୋଟରଙ୍କ ସଂଖ୍ୟା ୨.୩୮ ଲକ୍ଷ। ଏବେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଏକ ଗେଜେଟ୍ ବିଜ୍ଞପ୍ତି ଜରିଆରେ ନିର୍ବାଚନ ଆଚରଣବିଧି ନିୟମ-୧୯୬୧ରେ ସଂଶୋଧନ କରି ବରିଷ୍ଠ ନାଗରିକଙ୍କ ପରିଭାଷାକୁ ବଦଳାଯାଇଛି। ୮୫ ବର୍ଷରୁ ଅଧିକ ବୟସର ଭୋଟରଙ୍କୁ ପୋଷ୍ଟାଲ ବାଲାଟ ସୁବିଧା ଦେବା ଲାଗି ନିୟମରେ ସଂଶୋଧନ କରାଯାଇଛି।
The post ଏଣିକି ୮୫ରୁ କମ୍ ବୟସ ଭୋଟରଙ୍କୁ ମିଳିବ ନାହିଁ ପୋଷ୍ଟାଲ-ବାଲାଟ୍ ସୁବିଧା, ନିୟମ ବଦଳାଇଲେ ସରକାର… appeared first on Dharitri Odia News.