୩ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଭରସା ନଦୀଜଳ
ସଇଁତଳା, ୧୪ା୪ (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଡ଼େଙ୍ଗ ପଞ୍ଚାୟତବାସୀ ଏବେ ଘୋର ପାନୀୟ ଜଳକଷ୍ଟରେ ରହିଛନ୍ତି। ପାଇପ୍ ଫାଟି ଯାଇଥିବାରୁ ପାଇପ୍ ଜଳ ଯୋଗାଣ ହୋଇପାରୁନାହିଁ। ଯାହାଫଳରେ ଗ୍ରାମର ଲୋକେ ଲାନ୍ଥ ନଦୀର ବାଲିଚୂଆଁ ଉପରେ ନିର୍ଭର କରୁଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ ଗ୍ରାମକୁ ଜଳ ଯୋଗାଣ ପାଇଁ ଲାନ୍ଥନଦୀରୁ ଗ୍ରାମ ମୁଣ୍ଡରେ ଥିବା ଓଭରହେଡ ଟ୍ୟାଙ୍କକୁ ପାନୀୟ ଜଳ ଯୋଗାଣ କରାଯାଇଥାଏ। ସେଠାରୁ ଗ୍ରାମକୁ ପାଇପ ଯୋଗେ ଜଳ ଯୋଗାଣ […] The post ୩ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଭରସା ନଦୀଜଳ appeared first on Dharitri Odia News.
ସଇଁତଳା, ୧୪ା୪ (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଡ଼େଙ୍ଗ ପଞ୍ଚାୟତବାସୀ ଏବେ ଘୋର ପାନୀୟ ଜଳକଷ୍ଟରେ ରହିଛନ୍ତି। ପାଇପ୍ ଫାଟି ଯାଇଥିବାରୁ ପାଇପ୍ ଜଳ ଯୋଗାଣ ହୋଇପାରୁନାହିଁ। ଯାହାଫଳରେ ଗ୍ରାମର ଲୋକେ ଲାନ୍ଥ ନଦୀର ବାଲିଚୂଆଁ ଉପରେ ନିର୍ଭର କରୁଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁସାରେ ଗ୍ରାମକୁ ଜଳ ଯୋଗାଣ ପାଇଁ ଲାନ୍ଥନଦୀରୁ ଗ୍ରାମ ମୁଣ୍ଡରେ ଥିବା ଓଭରହେଡ ଟ୍ୟାଙ୍କକୁ ପାନୀୟ ଜଳ ଯୋଗାଣ କରାଯାଇଥାଏ। ସେଠାରୁ ଗ୍ରାମକୁ ପାଇପ ଯୋଗେ ଜଳ ଯୋଗାଣ କରାଯାଥାଏ। ୩ଦିନ ତଳେ ଡ଼େଙ୍ଗ-କମରଲଗା ରାସ୍ତାରେ ନିର୍ମାଣ ହେଉଥିବା ବ୍ରିଜ କାମ ଯୋଗୁ ଠିକାଦାର ଗାତ ଖୋଳବାବେଳେ ଓଭରହେଡ ଟ୍ୟାଙ୍କକୁ ଜଳ ଯୋଗାଣ ହେଉଥିବା ମୁଖ୍ୟ ପାଇପ ଫାଟି ଯାଇଛି। ଫଳରେ ଓଭରହେଡ ଟ୍ୟାଙ୍କକୁ ପାଣି ପହଞ୍ଚି ପାରୁନାହିଁ। ଏ ନେଇ ଠିକାସଂସ୍ଥାର ସାଇଟ ଇନଚାର୍ଜ ଅରୁଣ କୁମାର ମଲ୍ଲିକଙ୍କୁ ପଚାରିବାରୁ କାମ କରୁଥିବାବେଳେ ମୁଖ୍ୟ ପାଇପଟି ଫାଟି ଯାଇଛି। ପାଇପକୁ ଅନ୍ୟ ରାସ୍ତାରେ ନେବାକୁ ଜଳ ଓ ପରିମଳ ବିଭାଗକୁ ଲିଖିତ ଅବଗତ କରାଯାଇଥିଲେ ହେଁ ସେମାନେ ଅଦ୍ୟାବଧି କୌଣସି ପଦକ୍ଷେପ ନେଇନାହାନ୍ତି। ସେହିପରି ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ-୨ ଇତିଶ୍ରୀ ଦେହୁରୀଙ୍କୁ ପଚାରିବାରୁ ଅତିଶୀଘ୍ର ସମସ୍ୟାର ସମାଧାନ କରାଯାଇ ଡ଼େଙ୍ଗ ଗ୍ରାମକୁ ଜଳ ଯୋଗାଣ କରାଯିବ ବୋଲି କହିଥିଲେ। ଡ଼େଙ୍ଗ ପଞ୍ଚାୟତର ନିର୍ବାହୀ ଅଧିକାରୀ ଅକ୍ଷୟ ମହାନ୍ତି କହିଛନ୍ତି ପାଇପ ମରାମତି ପାଇଁ ୩ଲକ୍ଷ ଟଙ୍କା ଦରକାର। ହେଲେ ପଞ୍ଚାୟତ ପାଖରେ ଏଥିପାଇଁ ଟଙ୍କା ନ ଥିବାରୁ ମରାମତି କରିବାକୁ ବିଡ଼ିଓ, ଠିକାସଂସ୍ଥା ଓ ଜଳ ଓ ପରିମଳ ବିଭାଗକୁ ଜଣାଇଛୁ ବୋଲି କହିଛନ୍ତି। ଏପରିସ୍ଥଳେ ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ଡ଼େଙ୍ଗ ଗ୍ରାମକୁ ପାନୀୟ ଜଳ ଯୋଗାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
The post ୩ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଭରସା ନଦୀଜଳ appeared first on Dharitri Odia News.