ପ୍ରେମିକାଙ୍କ ସହ ଚାଇନାରେ କ’ଣ କରୁଛନ୍ତି ଆମିର ଖାନ୍? Video ଭାଇରାଲ ପରେ…
ମୁମ୍ବାଇ: ବଲିଉଡର ପରଫେକ୍ସନିଷ୍ଟ ଆମିର ଖାନ ତାଙ୍କ ୬୦ତମ ଜନ୍ମଦିନ ଅବସରରେ ନିଜର ପ୍ରେମିକାଙ୍କୁ ନେଇ ବଡ଼ ଘୋଷଣା କରିଥିଲେ। ଗୌରୀ ନାମକ ଜଣେ ମହିଳାଙ୍କୁ ସେ ଡେଟ କରୁଥିବା ସ୍ପଷ୍ଟ କରିଥିଲେ। ଏହି ଖୁଲାସା ପରଠାରୁ ଦୁହେଁ ସେମାନଙ୍କ ପ୍ରେମ ଜୀବନକୁ ନେଇ ଶିରୋନାମାରେ ଅଛନ୍ତି। ଏବେ ଉଭୟଙ୍କୁ ପ୍ରଥମ ଥର ପାଇଁ ଏକ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଆମିରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଚାଇନାର। ଭିଡିଓରେ ଦୁହେଁ […] The post ପ୍ରେମିକାଙ୍କ ସହ ଚାଇନାରେ କ’ଣ କରୁଛନ୍ତି ଆମିର ଖାନ୍? Video ଭାଇରାଲ ପରେ… appeared first on Dharitri Odia News.
ମୁମ୍ବାଇ: ବଲିଉଡର ପରଫେକ୍ସନିଷ୍ଟ ଆମିର ଖାନ ତାଙ୍କ ୬୦ତମ ଜନ୍ମଦିନ ଅବସରରେ ନିଜର ପ୍ରେମିକାଙ୍କୁ ନେଇ ବଡ଼ ଘୋଷଣା କରିଥିଲେ। ଗୌରୀ ନାମକ ଜଣେ ମହିଳାଙ୍କୁ ସେ ଡେଟ କରୁଥିବା ସ୍ପଷ୍ଟ କରିଥିଲେ। ଏହି ଖୁଲାସା ପରଠାରୁ ଦୁହେଁ ସେମାନଙ୍କ ପ୍ରେମ ଜୀବନକୁ ନେଇ ଶିରୋନାମାରେ ଅଛନ୍ତି। ଏବେ ଉଭୟଙ୍କୁ ପ୍ରଥମ ଥର ପାଇଁ ଏକ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଛି।
ସୋସିଆଲ ମିଡିଆରେ ଆମିରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଚାଇନାର। ଭିଡିଓରେ ଦୁହେଁ ଏକାଠି ବହୁତ ସୁନ୍ଦର ଦେଖାଯାଉଛନ୍ତି। ଆମିରଙ୍କୁ କଳା କୁର୍ତ୍ତା ପିନ୍ଧିଥିବାର ଦେଖାଯାଉଛି। ଏହା ସହିତ ସେ ଏକ ଶାଲ ମଧ୍ୟ ପିନ୍ଧିଛନ୍ତି। ଗୌରୀ ଶାଢ଼ି ପିନ୍ଧିଥିବାର ନଜର ଆସୁଛନ୍ତି।
AamirKhan in Macao just now!!!#aamirkhan pic.twitter.com/iAa7A2nNL5
— ???????????????????????????????? (@ITSS_ALLGOODMAN) April 12, 2025
ଆମିର ଏବଂ ଗୌରୀ ମକାଉ ଆନ୍ତର୍ଜାତୀୟ କମେଡି ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବା ପାଇଁ ଚାଇନା ଯାଇଥିଲେ। ଭିଡିଓରେ ଦୁହେଁ ଏକାଠି ଇଭେଣ୍ଟରେ ପ୍ରବେଶ କରୁଥିବାର ଦେଖାଯାଉଛି। ଆମିର ଗୌରୀଙ୍କ ହାତ ଧରି କ୍ୟାମେରା ସାମ୍ନାରେ ପୋଜ ଦେଉଛନ୍ତି। ଏବେ ସେହି ଘଟଣାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଆମିର ଏବଂ ଗୌରୀଙ୍କ ସହ ଅଭିନେତ୍ରୀ ମା ଲି ଏବଂ ଅଭିନେତା ସେନ ତେଙ୍ଗ ମଧ୍ୟ ନଜର ଆସୁଛନ୍ତି।
ତେବେ ଚାଇନାରେ ଆମିରଙ୍କର ମଧ୍ୟ ପ୍ରଶଂସକ ଅଛନ୍ତି। ସେଠାରେ ତାଙ୍କର ଫିଲ୍ମଗୁଡ଼ିକୁ ବହୁତ ପସନ୍ଦ କରାଯାଏ। ଆମିରଙ୍କ ’ଦଙ୍ଗଲ’ ଏବଂ ’ସିକ୍ରେଟ ସୁପରଷ୍ଟାର’ ସେଠାରେ ବହୁତ ଭଲ ରୋଜଗାର କରିଥିଲା।
ଗୌରୀ କିଏ?
ଗୌରୀ ବାଙ୍ଗାଲୋରର ବାସିନ୍ଦା। ତାଙ୍କର ସେଲୁନ ବ୍ୟବସାୟ ଅଛି। ଏହା ବ୍ୟତୀତ ସେ ଆମିର ଖାନଙ୍କ ପ୍ରଯୋଜନା କମ୍ପାନୀରେ ମଧ୍ୟ କାମ କରନ୍ତି। ଦୁହେଁ ପରସ୍ପରକୁ ୨୫ ବର୍ଷ ଧରି ଜାଣନ୍ତି। ହେଲେ ଦୁହେଁ ଗତ ଦେଢ଼ ବର୍ଷ ଧରି ପରସ୍ପରକୁ ଡେଟ କରୁଛନ୍ତି। ଗୌରୀଙ୍କ ପ୍ରଥମ ବିବାହରୁ ତାଙ୍କର ଏକ ୬ ବର୍ଷର ପୁଅ ମଧ୍ୟ ଅଛି।
ଆମିରଙ୍କ ଅଭିନୟ ବିଷୟରେ କହିବାକୁ ଗଲେ, ଲାଲ ସିଂହ ଚଡ୍ଡା ପରଠାରୁ ସେ କୌଣସି ଫିଲ୍ମରେ ଦେଖାଯାଇନାହାନ୍ତି। ହେଲେ ସେ ଏହି ବର୍ଷ ଏକ ଚଳଚ୍ଚିତ୍ର ନେଇ ଆସିବେ। ଯାହାର ନାମ ହେଉଛି ’ସୀତାରେ ଜମିନ ପର୍’ । ଏହି ଫିଲ୍ମର ରିଲିଜ ତାରିଖ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।
The post ପ୍ରେମିକାଙ୍କ ସହ ଚାଇନାରେ କ’ଣ କରୁଛନ୍ତି ଆମିର ଖାନ୍? Video ଭାଇରାଲ ପରେ… appeared first on Dharitri Odia News.