ତୃତୀୟ ଦିନରେ କୋରାପୁଟ ଲୋକ ସଭା ପାଇଁ ୨ ପ୍ରାର୍ଥୀ, ବିଧାନସଭା ପାଇଁ ଜଣେ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୦ା୪(ଅମିତାଭ ବେହେରା): ଶନିବାର ନାମାଙ୍କନପତ୍ର ଦାଖଲର ତୃତୀୟ ଦିନ ହୋଇଥିବା ବେଳେ କୋରାପୁଟ ଲୋକ ସଭା ଆସନ ପାଇଁ ୨ ଜଣ ଓ କୋରାପୁଟ ବିଧାନସଭା ପାଇଁ ଜଣେ ପ୍ରାର୍ଥୀ ତାଙ୍କର ନାମାଙ୍କନପତ୍ର ଦାଖଲ କରିଥିବା ଜିଲା ପ୍ରଶାସନ ପକ୍ଷରୁ ଜଣାଯାଇଛି। ଶନିବାର ମଧ୍ୟାହ୍ନରେ ଏସ୍‌ୟୁସିଆଇ ପାର୍ଟି ପକ୍ଷରୁ ଏକ ଶୋଭାଯାତ୍ରା  ସହର ପରିକ୍ରମା କରି ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ପରେ କୋରାପୁଟ ବିଧାନସଭା ପ୍ରାର୍ଥୀ ଭାବେ ଏସ୍‌ୟୁସିଆଇର ରାମ ବାରିକ ତାଙ୍କ ନାମାଙ୍କନପତ୍ର କୋରାପୁଟ ଉପଜିଲାପାଳ […] The post ତୃତୀୟ ଦିନରେ କୋରାପୁଟ ଲୋକ ସଭା ପାଇଁ ୨ ପ୍ରାର୍ଥୀ, ବିଧାନସଭା ପାଇଁ ଜଣେ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର appeared first on Dharitri Odia News.

ତୃତୀୟ ଦିନରେ କୋରାପୁଟ ଲୋକ ସଭା ପାଇଁ ୨ ପ୍ରାର୍ଥୀ, ବିଧାନସଭା ପାଇଁ ଜଣେ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୦ା୪(ଅମିତାଭ ବେହେରା): ଶନିବାର ନାମାଙ୍କନପତ୍ର ଦାଖଲର ତୃତୀୟ ଦିନ ହୋଇଥିବା ବେଳେ କୋରାପୁଟ ଲୋକ ସଭା ଆସନ ପାଇଁ ୨ ଜଣ ଓ କୋରାପୁଟ ବିଧାନସଭା ପାଇଁ ଜଣେ ପ୍ରାର୍ଥୀ ତାଙ୍କର ନାମାଙ୍କନପତ୍ର ଦାଖଲ କରିଥିବା ଜିଲା ପ୍ରଶାସନ ପକ୍ଷରୁ ଜଣାଯାଇଛି। ଶନିବାର ମଧ୍ୟାହ୍ନରେ ଏସ୍‌ୟୁସିଆଇ ପାର୍ଟି ପକ୍ଷରୁ ଏକ ଶୋଭାଯାତ୍ରା  ସହର ପରିକ୍ରମା କରି ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ପରେ କୋରାପୁଟ ବିଧାନସଭା ପ୍ରାର୍ଥୀ ଭାବେ ଏସ୍‌ୟୁସିଆଇର ରାମ ବାରିକ ତାଙ୍କ ନାମାଙ୍କନପତ୍ର କୋରାପୁଟ ଉପଜିଲାପାଳ ବେଣୁଧର ଶବରକୁ ପ୍ରଦାନ କରିଛନ୍ତି। ସେହିପରି ଏସ୍‌ୟୁସିଆଇର ପ୍ରମିଳା ପୂଜାରୀ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ଯାଇ ଜିଲାପାଳ ଭି.କୀର୍ତ୍ତି ଭାସନଙ୍କୁ ତାଙ୍କର ନାମାଙ୍କନପତ୍ର ପ୍ରଦାନ କରିଥିଲେ। ସେହିପରି ଆର୍‌ପିଆଇ ଦଳ ପକ୍ଷରୁ ସନ୍ତୋଷ କୁମାର ବିଡ଼ିକା କୋରାପୁଟ ଲୋକ ସଭା ପାଇଁ ରିଟର୍ନିଂ ଅଧିକାରୀ ତଥା ଜିଲାପାଳଙ୍କ ନିକଟରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଥିବା ଜଣାଯାଇଛି। ଏହି ନାମାଙ୍କନପତ୍ର ଦାଖଲ ସମୟରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା କୋରାପୁଟ ଲୋକ ସଭା ଆସନ ନିମନ୍ତେ ୩ ଜଣ ପ୍ରାର୍ଥୀ, କୋରାପୁଟ ବିଧାନସଭା ଆସନ ନିମନ୍ତେ ୨ ଜଣ, ପଟାଙ୍ଗି ବିଧାନସଭା ଆସନ ନିମନ୍ତେ ଜଣେ ପ୍ରାର୍ଥୀ ତାଙ୍କର ନାମାଙ୍କନପତ୍ର ଦାଖଲ କରିଥିବା ଜଣାଯାଇଛି।

The post ତୃତୀୟ ଦିନରେ କୋରାପୁଟ ଲୋକ ସଭା ପାଇଁ ୨ ପ୍ରାର୍ଥୀ, ବିଧାନସଭା ପାଇଁ ଜଣେ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର appeared first on Dharitri Odia News.