କୋମାରେ କୁକୁର ବନ୍ଧ୍ୟାକରଣ ଯୋଜନା

ରାଉରକେଲା,୨୧।୧(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହରରେ ବଢି ଚାଲିଛି ବୁଲା କୁକୁରଙ୍କ ସଂଖ୍ୟା। ସହର ରାସ୍ତାଘାଟରେ ଏଭଳି ମାଳ ମାଳ କୁକୁର ବୁଲୁଥିବା ଦେଖିବାକୁ ମିଳୁଛି। ସେହିପରି ନବଜାତ କୁକୁରଙ୍କ ମଧ୍ୟରୁ ଅନେକ ଦୁଇଚକିଆ ଚାରିଚକିଆ ଗାଡ଼ି ତଳେ ଜୀବନ ହାରୁଛନ୍ତି। ଫଳରେ ବିଭିନ୍ନ ଗଳି କନ୍ଦିରେ ମଲା କୁକୁରଙ୍କ ପଚାଶଢା ଶବ ପଡିରହିବାରୁ ସମ୍ପୃକ୍ତ ଅଞ୍ଚଳରେ ଦୁର୍ଗନ୍ଧ ହେଉଛି। ସେହିପରି କିଛିଦିନ ହେଲା ସହରରେ କୁକୁର କାମୁଡା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିଛି। କୋଏଲ ନଗର, ଶକ୍ତି […] The post କୋମାରେ କୁକୁର ବନ୍ଧ୍ୟାକରଣ ଯୋଜନା appeared first on Dharitri Odia News.

କୋମାରେ କୁକୁର ବନ୍ଧ୍ୟାକରଣ ଯୋଜନା

ରାଉରକେଲା,୨୧।୧(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହରରେ ବଢି ଚାଲିଛି ବୁଲା କୁକୁରଙ୍କ ସଂଖ୍ୟା। ସହର ରାସ୍ତାଘାଟରେ ଏଭଳି ମାଳ ମାଳ କୁକୁର ବୁଲୁଥିବା ଦେଖିବାକୁ ମିଳୁଛି। ସେହିପରି ନବଜାତ କୁକୁରଙ୍କ ମଧ୍ୟରୁ ଅନେକ ଦୁଇଚକିଆ ଚାରିଚକିଆ ଗାଡ଼ି ତଳେ ଜୀବନ ହାରୁଛନ୍ତି। ଫଳରେ ବିଭିନ୍ନ ଗଳି କନ୍ଦିରେ ମଲା କୁକୁରଙ୍କ ପଚାଶଢା ଶବ ପଡିରହିବାରୁ ସମ୍ପୃକ୍ତ ଅଞ୍ଚଳରେ ଦୁର୍ଗନ୍ଧ ହେଉଛି। ସେହିପରି କିଛିଦିନ ହେଲା ସହରରେ କୁକୁର କାମୁଡା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିଛି। କୋଏଲ ନଗର, ଶକ୍ତି ନଗର, ଛେଣ୍ଡ କଲୋନୀ, ଉଦିତ ନଗର, ପାନପୋଷ ସମେତ ସହରର ପ୍ରାୟ ସମସ୍ତ ଗଳିକନ୍ଦିରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ଦେଖାଯାଉଛି। ଅନ୍ୟପକ୍ଷେ ବୁଲା କୁକୁର ବନ୍ଧ୍ୟାକରଣ ଯୋଜନା ନିୟମାବଳୀରେ ଅବମାନନା, ବନ୍ଧ୍ୟାକରଣ ପରିଚାଳନାଗତ ତ୍ରୁଟି ଜନିତ ଯାଞ୍ଚ ନେଇ ରାଜ୍ୟସ୍ତରୀୟ କମିଟି ଗଠନ ହୋଇ ନ ଥିବା ଦର୍ଶାଇ ଗୋଟିଏ ସଙ୍ଗଠନ ଜନସ୍ବାର୍ଥ ମାମଲା ଦାୟର କରିବା ପରେ ହାଇକୋର୍ଟ ୨୦୨୩ ଜୁଲାଇ ୭ତାରିଖରେ ଏବିସି ଉପରେ ରହିତାଦେଶ ଜାରି କରିଛନ୍ତି। ଫଳରେ ରାଉରକେଲାରେ କୁକୁର ବନ୍ଧ୍ୟାକରଣ ଯୋଜନା ବନ୍ଦ ରହିଥିବାରୁ ଗଳିକନ୍ଦିରେ କୁକୁରଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି।
ରାଉରକେଲାରେ ୨୦୧୨ ନଭେମ୍ବର ୯ତାରିଖରେ ଏବିସି ଯୋଜନା କାର୍ଯ୍ୟକାରୀ ହେଲା। ବୁଲାକୁକୁରଙ୍କ ଜନ୍ମହାର ନିୟନ୍ତ୍ରଣ ପାଇଁ ଏବିସି ଯୋଜନାର ସଫଳ ରୁପାୟନ ସକାଶେ ୧୫ଲକ୍ଷ ଟଙ୍କା ବ୍ୟୟରେ ଏବିସି କେନ୍ଦ୍ର ଅସ୍ତ୍ରୋପଚାର ଓଟି ଏବଂ ୪୦ କେନେଲ ନିର୍ମାଣ ହେଲା। ଏଥିସହିତ ପ୍ରତି ଅସ୍ତ୍ରୋପଚାର ପାଇଁ ୫ଶହ ଟଙ୍କା ଆର୍ଥିକ ଅନୁଦାନ ମଧ୍ୟ ପ୍ରାଣୀ ସମ୍ପଦ ବିଭାଗକୁ ପ୍ରଦାନ କରାଗଲା। ଏହି ଯୋଜନା ବୁଲା କୁକୁରଙ୍କ ଜନ୍ମହାର ନିୟନ୍ତ୍ରଣ ସହ ସେମାନଙ୍କ ଦୌରାମତ୍‌ୟକୁ ରୋକିବା ପାଇଁ ଉଦ୍ଦିଷ୍ଟ ଥିଲା। ତେବେ ଗତ ୧୦ବର୍ଷ ମଧ୍ୟରେ ଗତ ମାର୍ଚ୍ଚ ୨୦୨୩ ଯାଏ ୪ହଜାର ୫ଶହ ବୁଲା କୁକୁରଙ୍କ ଅସ୍ତ୍ରୋପଚାର ହୋଇଥିବା ଜଣାପଡିଛି। ରହିତାଦେଶ ଯୋଗୁ ୧୯୫ ଦିନ ହେଲାଣି ରାଉରକେଲାରେ ଏବିସି ଯୋଜନା ସମ୍ପୂର୍ଣ୍ଣ ଭାବେ ଠପ୍‌ ପଡିଛି। ସହରରେ ବୁଲା କୁକୁରଙ୍କ ବଂଶବୃଦ୍ଧି ରୋକା ନ ଗଲେ ଆଗକୁ ପରିସ୍ଥିତି ଭୟଙ୍କର ହେବ ବୋଲି ଆଲୋଚନା ହେଉଛି। ଏ ନେଇ ରାଉରକେଲା ଏସ୍‌ଡିଭିଓ ପ୍ରସନ୍ନ କୁମାର ମହାରଣା କୁହନ୍ତି, ସାରା ରାଜ୍ୟରେ ଚାଲିଥିବା ଏବିସି ଉପରେ ଗୋଟିଏ ସଙ୍ଗଠନ ପକ୍ଷରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ପିଆଇଏଲର ଶୁଣାଣି ହାଇକୋର୍ଟ ରାଜ୍ୟରେ ଏବିସି ଉପରେ ରହିତାଦେଶ ଜାରି କରିଛନ୍ତି। ଏଣୁ ରାଜ୍ୟସାରା ଏବିସି ସିଷ୍ଟମ ପାଖାପାଖି ୧୯୫ଦିନ ହେଲା ସ୍ଥଗିତ ରହିଛି। ରହିତାଦେଶ ଉଠିଲା ପରେ ପୁନଶ୍ଚ ଏବିସି ମାଧ୍ୟମରେ ପୂର୍ବବତ୍‌ ବୁଲାକୁକୁରଙ୍କ ଜନ୍ନ ନିୟନ୍ତ୍ରଣ ପ୍ରକ୍ରିୟା ଚାଲିବ ବୋଲି ମହାରଣା କହିଥିଲେ।

The post କୋମାରେ କୁକୁର ବନ୍ଧ୍ୟାକରଣ ଯୋଜନା appeared first on Dharitri Odia News.