ରାଜ୍ୟରେ କଲବଲ କରୁଛି ତାତି: ଦିନ ୨ ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ଭୁବନେଶ୍ୱର
ଭୁବନେଶ୍ୱର: ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଗତ କିଛି ଦିନରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ଭୁବନେଶ୍ୱରର ତାପମାତ୍ରା ସର୍ବୋଚ୍ଚ ରହିଛ। ଭୁବନେଶ୍ୱରର ତାପମାତ୍ରା ୪୧.୯ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ୪୦ ଡିଗ୍ରୀ ଉପରେ ୪ ସହରର ତାପମାତ୍ରା ରହିଛି। ଆଜି ଦିନ ୨ଟା ୩୦ ସୁଦ୍ଧା […]

ଭୁବନେଶ୍ୱର: ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଗତ କିଛି ଦିନରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ଭୁବନେଶ୍ୱରର ତାପମାତ୍ରା ସର୍ବୋଚ୍ଚ ରହିଛ। ଭୁବନେଶ୍ୱରର ତାପମାତ୍ରା ୪୧.୯ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ୪୦ ଡିଗ୍ରୀ ଉପରେ ୪ ସହରର ତାପମାତ୍ରା ରହିଛି।
ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ଭୁବନେଶ୍ୱର: ୪୧.୯°C
ଚାନ୍ଦବାଲି: ୪୧.୬°C
ଝାରସୁଗୁଡା: ୪୧.୪°C
ବାଲେଶ୍ୱର: ୪୦.୫°C
ସମ୍ବଲପୁର: ୪୦.୩°C
କେନ୍ଦୁଝର: ୪୦°C
ରାଉରକେଲା:୩୯.୯°C
ହୀରାକୁଦ: ୩୯.୫°C
ଗୋପାଳପୁର:୩୫.୬°C
ପୁରୀ:୩୪.୮°C
ପାରାଦୀପ: ୩୪.୨°