ରାଜଧାନୀରେ ୯ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର: ଅଭିଯୁକ୍ତ ବ୍ୟକ୍ତି ଗିରଫ
ଭୁବନେଶ୍ୱର,୩ା୯(ସତ୍ୟଜିତ୍ ରାଉତ): ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଜଣେ ୯ ବର୍ଷୀୟା ଶିଶୁକନ୍ୟାଙ୍କୁ ୫୫ ବର୍ଷୀୟ ପଡୋଶୀ ବ୍ୟକ୍ତି ବଳାତ୍କାର କରିଛନ୍ତି। ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ସେ ହେଲେ ଧଡିଆ ବେହେରା (୫୫)। ଅଭିଯୁକ୍ତ ଧଡ଼ିଆଙ୍କୁ କୋର୍ଟଚାଲାଣ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମାମଲା ଅନୁଯାୟୀ, ପୀଡ଼ିତା ଶିଶୁକନ୍ୟାଙ୍କ ମା’ ଭୁବନେଶ୍ୱରର ଏକ ଘରୋଇ କଲେଜରେ କାମ କରୁଥିବା ବେଳେ […] The post ରାଜଧାନୀରେ ୯ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର: ଅଭିଯୁକ୍ତ ବ୍ୟକ୍ତି ଗିରଫ appeared first on Dharitri Odia News.
ଭୁବନେଶ୍ୱର,୩ା୯(ସତ୍ୟଜିତ୍ ରାଉତ): ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଜଣେ ୯ ବର୍ଷୀୟା ଶିଶୁକନ୍ୟାଙ୍କୁ ୫୫ ବର୍ଷୀୟ ପଡୋଶୀ ବ୍ୟକ୍ତି ବଳାତ୍କାର କରିଛନ୍ତି। ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ସେ ହେଲେ ଧଡିଆ ବେହେରା (୫୫)। ଅଭିଯୁକ୍ତ ଧଡ଼ିଆଙ୍କୁ କୋର୍ଟଚାଲାଣ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ମାମଲା ଅନୁଯାୟୀ, ପୀଡ଼ିତା ଶିଶୁକନ୍ୟାଙ୍କ ମା’ ଭୁବନେଶ୍ୱରର ଏକ ଘରୋଇ କଲେଜରେ କାମ କରୁଥିବା ବେଳେ ତାଙ୍କ ବାପା ଜଣେ ରଙ୍ଗ ମିସ୍ତ୍ରୀ। ସୋମବାର ମା ଓ ବାପା ଘରକାମ ସାରି ଶିଶୁ କନ୍ୟାଙ୍କୁ ଘରେ ଏକୁଟିଆ ଛାଡି ନିଜ କାର୍ଯ୍ୟକୁ ଚାଲି ଯାଇଥିଲେ। ଏହାର ସୁଯୋଗ ନେଇ ନିକଟରେ ରହୁଥିବା ଧଡିଆ ଶିଶୁକନ୍ୟାଙ୍କ ଘରେ ବଳପୂର୍ବକ ପଶିଥିଲେ। ଏହି ସମୟରେ ଉକ୍ତ ଘରର କବାଟ ଆଦିକୁ ଧଡ଼ିଆ ବନ୍ଦକରି ଦେଇଥିଲେ। ନାବାଳିକା ଶିଶୁ କନ୍ୟାଙ୍କୁ ଧଡ଼ିଆ ବଳାତ୍କାର କରିଥିଲେ। ପରେ ଏହି ବିଷୟରେ କାହାକୁ ଜଣାଇଲେ ଶିଶୁକନ୍ୟାଙ୍କୁ ମାଡ଼ ମାରିବାର ଧମକ ଦେଇ ଘରୁ ଚାଲିଯାଇଥିଲେ। ପରେ ଶିଶୁକନ୍ୟାଙ୍କ ମା’ଘରକୁ ଫେରି ଝିଅ କାନ୍ଦୁଥିବାର ଦେଖିବାକୁ ପାଇଥିଲେ। କଣ ହୋଇଛି ବୋଲି କାରଣ ପଚାରିବାରୁ ଶିଶୁକନ୍ୟା ଜଣଙ୍କ ଘଟଣା ବିଷୟରେ ଗୋଟି ଗୋଟି କରି କହିଦେଇଥିଲେ। ଏନେଇ ପୀଡ଼ିତାଙ୍କ ମା’ ଏୟାରଫିଲ୍ଡ ଥାନାରେ ଏତଲା ଦେଇଥିଲେ। ପୋଲିସ ପୋକ୍ସ ଆକ୍ଟ ସହ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ବିଭିନ୍ନ ଦଫାରେ ଏକ ମାମଲା (ନଂ.୨୪୩/୨୦୨୪) ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
The post ରାଜଧାନୀରେ ୯ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର: ଅଭିଯୁକ୍ତ ବ୍ୟକ୍ତି ଗିରଫ appeared first on Dharitri Odia News.