ଭାରତ ସହିତ ଯୁଦ୍ଧ ହେଲେ କେତେଯାଏ ତିଷ୍ଠି ପାରିବ ତାଲିବାନ, ଜାଣନ୍ତୁ…
ନୂଆଦିଲ୍ଲୀ,୧।୧: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା ଜାରି ରହିଛି। ଏହାରି ଭିତରେ ତେହେରିକ-ଇ-ତାଲିବାନ ପାକିସ୍ତାନର ଆତଙ୍କବାଦୀମାନେ ଖାଇବର ପଖତୁନଖାରେ ବାଜୋର ଜିଲାର ସାଲାରଜାଇ ଅଞ୍ଚଳରେ ଏକ ପାକିସ୍ତାନୀ ସାମରିକ ଶିବିରକୁ କାବୁ କରିଛନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଯଦି ତାଲିବାନ ସେନା ଭାରତ ବିରୋଧରେ ବିଦ୍ରୋହ କରେ, ତା’ହେଲେ ତାଲିବାନ ସେନା କେତେ ଦିନ ପର୍ଯ୍ୟନ୍ତ ଭାରତ ଆଗରେ ତିଷ୍ଠି ରହିପାରିବ? ଭାରତ ବିଶ୍ୱର ଚତୁର୍ଥ ସାମରିକ ଶକ୍ତି ଭାବରେ ଜଣାଶୁଣା। ଭାରତରେ […] The post ଭାରତ ସହିତ ଯୁଦ୍ଧ ହେଲେ କେତେଯାଏ ତିଷ୍ଠି ପାରିବ ତାଲିବାନ, ଜାଣନ୍ତୁ… appeared first on Dharitri Odia News.
ନୂଆଦିଲ୍ଲୀ,୧।୧: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା ଜାରି ରହିଛି। ଏହାରି ଭିତରେ ତେହେରିକ-ଇ-ତାଲିବାନ ପାକିସ୍ତାନର ଆତଙ୍କବାଦୀମାନେ ଖାଇବର ପଖତୁନଖାରେ ବାଜୋର ଜିଲାର ସାଲାରଜାଇ ଅଞ୍ଚଳରେ ଏକ ପାକିସ୍ତାନୀ ସାମରିକ ଶିବିରକୁ କାବୁ କରିଛନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଯଦି ତାଲିବାନ ସେନା ଭାରତ ବିରୋଧରେ ବିଦ୍ରୋହ କରେ, ତା’ହେଲେ ତାଲିବାନ ସେନା କେତେ ଦିନ ପର୍ଯ୍ୟନ୍ତ ଭାରତ ଆଗରେ ତିଷ୍ଠି ରହିପାରିବ?
ଭାରତ ବିଶ୍ୱର ଚତୁର୍ଥ ସାମରିକ ଶକ୍ତି ଭାବରେ ଜଣାଶୁଣା। ଭାରତରେ ୧୪.୪୪ ଲକ୍ଷ ସକ୍ରିୟ ସୈନିକ ଅଛନ୍ତି, ଯାହା ସାମରିକ କ୍ଷେତ୍ର ପାଇଁ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ଦେଖିବାକୁ ଗଲେ ଆଫଗାନିସ୍ତାନର ସୈନିକମାନେ ଭାରତ ତୁଳନାରେ କିଛି ନୁହଁନ୍ତି। ଭାରତର ସାମରିକ ବାହିନୀରେ ୨୫,୨୭,୦୦୦ ସୈନିକ ଅଛନ୍ତି। ଏହା ବ୍ୟତୀତ ଭାରତୀୟ ସେନାରେ ୪୫୦୦ ଟ୍ୟାଙ୍କ ଏବଂ ୫୩୮ ଯୁଦ୍ଧ ବିମାନ ଅଛି। ସୁପରସୋନିକ କ୍ଷେପଣାସ୍ତ୍ରଠାରୁ ପରମାଣୁ ଅସ୍ତ୍ର ପର୍ଯ୍ୟନ୍ତ ଭାରତ ତାଲିବାନ, ପାକିସ୍ଥାନ କିମ୍ବା ବାଂଲାଦେଶଠାରୁ ବହୁ ଆଗରେ ରହିଛି।
ଆଫଗାନିସ୍ତାନର ସେନା ଭାରତ ସାମ୍ନାରେ କିଛି ନୁହେଁ। ଆଫଗାନିସ୍ତାନ ସେନାରେ ପ୍ରାୟ ୩ ଲକ୍ଷ ସୈନିକ ଅଛନ୍ତି। ଏଥିରେ ଆଫଗାନ ଆର୍ମି, ବାୟୁସେନା ଏବଂ ପୋଲିସ ଫୋର୍ସର ସଂଖ୍ୟା ମଧ୍ୟ ଅନ୍ତର୍ଭୁକ୍ତ। ଯଦିଓ ଆଫଗାନିସ୍ତାନର ବାୟୁସେନାରେ କୌଣସି ବିଶେଷ ଶକ୍ତି ନାହିଁ । ଯେତେବେଳେ କି ଭାରତର ବାୟୁସେନା ବିଶ୍ୱର ସର୍ବୋଚ୍ଚ ବାହିନୀ ମଧ୍ୟରେ ଗଣାଯାଉଛି। ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଆଫଗାନିସ୍ତାନରେ ଅସ୍ତ୍ରଶସ୍ତ୍ର ଅଛି, କିନ୍ତୁ ଆଫଗାନିସ୍ତାନ ସୈନିକମାନଙ୍କର ସାମରିକ ତାଲିମ ନାହିଁ। ଏହି କାରଣରୁ ସେମାନେ ଅସ୍ତ୍ରଶସ୍ତ୍ରକୁ ସଠିକ ଭାବରେ ବ୍ୟବହାର କରିବାରେ ସକ୍ଷମ ନୁହଁନ୍ତି।
ସୂଚନା ଅନୁଯାୟୀ , ଆମେରିକୀୟ ସେନା ଆଫଗାନିସ୍ତାନରେ ପ୍ରାୟ ୭ ବିଲିୟନ ଡଲାର ମୂଲ୍ୟର ସାମରିକ ଉପକରଣ ଛାଡିଛନ୍ତି। ଏଥିମଧ୍ୟରେ M4 କାର୍ବାଇନ, ୮୨ ମିଲିମିଟର ମୋର୍ଟାର ଲଞ୍ଚର୍, ଏମ୧୬ ରାଇଫଲ ଏବଂ ଅନ୍ୟାନ୍ୟ ସେନା ଅସ୍ତ୍ର ସହିତ ସାମରିକ ଯାନ, ନାଇଟ ଭିଜନ, ବ୍ଲାକ ହକ ହେଲିକପ୍ଟର, A29 ଯୁଦ୍ଧ ବିମାନ, ଯୋଗାଯୋଗ ଏବଂ ନୀରିକ୍ଷଣରେ ବ୍ୟବହୃତ ଉପକରଣ ଅନ୍ତର୍ଭୁକ୍ତ। ତେବେ ଏତେ ପରିମାଣର ଅସ୍ତ୍ରଶସ୍ତ୍ର ଥିବା ସତ୍ତ୍ୱେ ଆଫଗାନିସ୍ତାନର ତାଲିବାନ ସେନା ଏହାକୁ ବ୍ୟବହାର କରିବାରେ ସକ୍ଷମ ନୁହଁନ୍ତି। କାରଣ ତାଲିବାନ ସେନାର ସାମରିକ ତାଲିମ ନାହିଁ। ଯୁଦ୍ଧ ସମୟରେ ଆଫଗାନିସ୍ତାନର ସମ୍ମୁଖୀନ ହେବାକୁ ଥିବା ସବୁଠାରୁ ବଡ ସମସ୍ୟା ହେଉଛି ସେମାନଙ୍କର ସେନା ସଠିକ୍ ତାଲିମ ଦିଆଯାଇ ନାହିଁ।
The post ଭାରତ ସହିତ ଯୁଦ୍ଧ ହେଲେ କେତେଯାଏ ତିଷ୍ଠି ପାରିବ ତାଲିବାନ, ଜାଣନ୍ତୁ… appeared first on Dharitri Odia News.