୫ ବର୍ଷରେ ୧୨୨ ମେଡିକାଲ ଛାତ୍ର କରିଛନ୍ତି ଆତ୍ମହତ୍ୟା, ୧,୨୭୦ ଛାତ୍ର ଅଧାରୁ ଛାଡ଼ିଛନ୍ତି ପାଠପଢା

ନୂଆଦିଲ୍ଲୀ,୨୪।୨: ଅଧ୍ୟୟନରେ ଚାପ ବୃଦ୍ଧି କାରଣରୁ ଗତ କିଛି ବର୍ଷ ହେବ ଦେଶରେ ବଢି ଚାଲିଛି ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ସଂଖ୍ୟା। ଗତ ୫ ବର୍ଷରେ ପ୍ରାୟ ୧୨୨ ଡାକ୍ତରୀ ଛାତ୍ର, ଏମବିବିଏସରେ ୬୪ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମରେ ୫୮ ଜଣ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଛନ୍ତି। ସେହିଭଳି ପ୍ରାୟ ୧,୨୭୦ ଛାତ୍ରୀଛାତ୍ର ଅଧାରୁ ପାଠପଢା ଛାଡିଛନ୍ତି। ଏହି ତଥ୍ୟ ଜାତୀୟ ଚିକିତ୍ସା ଆୟୋଗ (ଏନଏମସି) ପକ୍ଷରୁ ଏକ ଆରଟିଆଇର ଜବାବରେ ମିଳିଛି। ଯେଉଁମାନେ ପଢା ଛାଡିଛନ୍ତି […] The post ୫ ବର୍ଷରେ ୧୨୨ ମେଡିକାଲ ଛାତ୍ର କରିଛନ୍ତି ଆତ୍ମହତ୍ୟା, ୧,୨୭୦ ଛାତ୍ର ଅଧାରୁ ଛାଡ଼ିଛନ୍ତି ପାଠପଢା appeared first on Dharitri Odia News.

୫ ବର୍ଷରେ ୧୨୨ ମେଡିକାଲ ଛାତ୍ର କରିଛନ୍ତି ଆତ୍ମହତ୍ୟା, ୧,୨୭୦ ଛାତ୍ର ଅଧାରୁ ଛାଡ଼ିଛନ୍ତି ପାଠପଢା

ନୂଆଦିଲ୍ଲୀ,୨୪।୨: ଅଧ୍ୟୟନରେ ଚାପ ବୃଦ୍ଧି କାରଣରୁ ଗତ କିଛି ବର୍ଷ ହେବ ଦେଶରେ ବଢି ଚାଲିଛି ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ସଂଖ୍ୟା। ଗତ ୫ ବର୍ଷରେ ପ୍ରାୟ ୧୨୨ ଡାକ୍ତରୀ ଛାତ୍ର, ଏମବିବିଏସରେ ୬୪ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମରେ ୫୮ ଜଣ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଛନ୍ତି। ସେହିଭଳି ପ୍ରାୟ ୧,୨୭୦ ଛାତ୍ରୀଛାତ୍ର ଅଧାରୁ ପାଠପଢା ଛାଡିଛନ୍ତି। ଏହି ତଥ୍ୟ ଜାତୀୟ ଚିକିତ୍ସା ଆୟୋଗ (ଏନଏମସି) ପକ୍ଷରୁ ଏକ ଆରଟିଆଇର ଜବାବରେ ମିଳିଛି।

ଯେଉଁମାନେ ପଢା ଛାଡିଛନ୍ତି ସେମାନଙ୍କ ମଧ୍ୟରୁ ୧୫୩ ଏମବିବିଏସରେ ଏବଂ ୧,୧୧୭ ସ୍ନାତକୋତ୍ତର ପାଠ୍ୟକ୍ରମରେ ଥିଲେ। ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିବା ୬୪ ଏମବିବିଏସ ଛାତ୍ରଙ୍କ ମଧ୍ୟରୁ ଜଣେ ଏବଂ ୫୮ ସ୍ନାତକୋତ୍ତର ମେଡ଼ିସିନ ମଧ୍ୟରୁ ଚାରିଜଣ ଦିଲ୍ଲୀର ଥିଲେ।

ଫେଡେରେସନ୍ ଅଫ୍ ରେସିଡେଣ୍ଟ୍ ଡାକ୍ତର ଆସୋସିଏସନ୍ (ଫୋର୍ଡା) ର ସଭାପତି ଡ. ଆଭିରାଲ୍ ମାଥୁର କହିଛନ୍ତି ଯେ ଏହି ପରିସଂଖ୍ୟାନ ଜଟିଳ ବିଷୟ ଉପରେ ଆଲୋକ ଦେଇଥାଏ ଯାହା କେବଳ ଏକାଡେମିକ୍ ଚାପଠାରୁ ଅଧିକ। ଡାକ୍ତରୀ ଶିକ୍ଷାର କଠୋର ଦାବି ନିଃସନ୍ଦେହରେ ଛାତ୍ରଙ୍କ ଚାପରେ ସୃଷ୍ଟି କରିଥାଏ। ତେବେ ଏହା ସ୍ୱୀକାର କରିବା ଜରୁରୀ ଯେ ଏହି ଆତ୍ମହତ୍ୟାର ମୂଳ କାରଣ ବହୁମୁଖୀ ମଧ୍ୟ ହୋଇପାଆରେ। “ଅତ୍ୟଧିକ ଡ୍ୟୁଟି ସମୟ (ନିର୍ଦ୍ଦିଷ୍ଟ ଦିନରେ ୩୬ ଘଣ୍ଟା ପର୍ୟ୍ୟନ୍ତ ବ୍ରେକ୍ ବିନା ହୋଇଥାଏ), ପର୍ୟ୍ୟାପ୍ତ ବିଶ୍ରାମ, ଅସହଯୋଗ କରୁଥିବା ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଖରାପ କାର୍ୟ୍ୟ ପରିବେଶ ଏବଂ ପିଜି ଛାତ୍ରମାନଙ୍କ ପାଇଁ ସମୟ ଅଭାବର କାରଣ ହେଉଛି ବ୍ରେନଆଉଟ୍ ଏବଂ ମାନସିକ ସ୍ୱାସ୍ଥ୍ୟ ଆହ୍ୱାନରେ ସହାୟକ ହେଉଥିବା ମାଥୁର କହିଛନ୍ତି।”

 

The post ୫ ବର୍ଷରେ ୧୨୨ ମେଡିକାଲ ଛାତ୍ର କରିଛନ୍ତି ଆତ୍ମହତ୍ୟା, ୧,୨୭୦ ଛାତ୍ର ଅଧାରୁ ଛାଡ଼ିଛନ୍ତି ପାଠପଢା appeared first on Dharitri Odia News.