ଛୁରାମାଡ଼ରେ ଚାଲିଗଲା ମହିଳାଙ୍କ ଜୀବନ

କଟକ,୪ା୩(କାର୍ତ୍ତିକ ସାହୁ): ଛୁରାମାଡ଼ରେ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସିଆର୍‌ଆର୍‌ଆଇ ଥାନା ଅଧୀନ ନେହେରୁ ପଲ୍ଲୀ ବସ୍ତିରେ ଏଭଳି ଅମାନବୀୟ ଘଟଣା ଘଟିଛି। ମୃତକ ଜଣକ ହେଲେ ବସ୍ତିର ଭାରତୀ ସାହୁ(୪୦)। ସୋମବାର ରାତିରେ ବଚସାରୁ ଜଣେ ଯୁବକ ଏଭଳି କାଣ୍ଡ ଭିଆଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲକୁ ପଠାଇଛି। ଏହି ଘଟଣାରେ ଅଦ୍ୟାବଧି କାହାରିକୁ ଗିରଫ କରାଯାଇନାହିଁ। ହତ୍ୟାକାଣ୍ଡର […] The post ଛୁରାମାଡ଼ରେ ଚାଲିଗଲା ମହିଳାଙ୍କ ଜୀବନ appeared first on Dharitri Odia News.

ଛୁରାମାଡ଼ରେ ଚାଲିଗଲା ମହିଳାଙ୍କ ଜୀବନ

କଟକ,୪ା୩(କାର୍ତ୍ତିକ ସାହୁ): ଛୁରାମାଡ଼ରେ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସିଆର୍‌ଆର୍‌ଆଇ ଥାନା ଅଧୀନ ନେହେରୁ ପଲ୍ଲୀ ବସ୍ତିରେ ଏଭଳି ଅମାନବୀୟ ଘଟଣା ଘଟିଛି। ମୃତକ ଜଣକ ହେଲେ ବସ୍ତିର ଭାରତୀ ସାହୁ(୪୦)।

ସୋମବାର ରାତିରେ ବଚସାରୁ ଜଣେ ଯୁବକ ଏଭଳି କାଣ୍ଡ ଭିଆଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲକୁ ପଠାଇଛି। ଏହି ଘଟଣାରେ ଅଦ୍ୟାବଧି କାହାରିକୁ ଗିରଫ କରାଯାଇନାହିଁ। ହତ୍ୟାକାଣ୍ଡର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ।

ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପୋଲିସ ଅନୁମାନ କରୁଛି। ଘଟଣାର ତଦନ୍ତ ଚାଲିଥିବା ସିଆର୍‌ଆର୍‌ଆଇ ଥାନା ଆଇଆଇସି ବିଜୟ ବାରିକ ସୂଚନା ଦେଇଛନ୍ତି।

The post ଛୁରାମାଡ଼ରେ ଚାଲିଗଲା ମହିଳାଙ୍କ ଜୀବନ appeared first on Dharitri Odia News.