ଯାଜପୁରରେ ଏକାଠି ଦେଖାଗଲେ ବର୍ଷା-ଅନୁଭବ, ରାଜନୀତିରେ ହଲଚଲ!
ଭୁବନେଶ୍ୱର,୮।୧୧:ଯାଜପୁର କାଳୀପୂଜାରେ ଏକାଠି ହୋଇଛନ୍ତି ବର୍ଷା-ଅନୁଭବ । ବିବାହ ବିଚ୍ଛେଦ ପରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି । ହେଲେ କେହି କାହା ବିଷୟରେ ମୁହଁ ଖୋଲିନାହାନ୍ତି । ଯାଜପୁରର ଗଣପର୍ବ କାଳୀପୂଜା ଅବସରରେ ପୂଜା କମିଟି ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୋଟିଏ ଦିନରେ ପାଖାପାଖି ମଣ୍ଡପରେ ଯୋଗଦେଇଥିଲେ ବର୍ଷା ଓ ଅନୁଭବ । ପ୍ରାୟ ୨୦୦ ମିଟର ଦୂରତାରେ ଥିବା ପେଣ୍ଡାଲରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଉଭୟ ନିଜର ଦର୍ଶକ ଓ ଶୁଭେଚ୍ଛୁଙ୍କୁ […] The post ଯାଜପୁରରେ ଏକାଠି ଦେଖାଗଲେ ବର୍ଷା-ଅନୁଭବ, ରାଜନୀତିରେ ହଲଚଲ! appeared first on Dharitri Odia News.
ଭୁବନେଶ୍ୱର,୮।୧୧:ଯାଜପୁର କାଳୀପୂଜାରେ ଏକାଠି ହୋଇଛନ୍ତି ବର୍ଷା-ଅନୁଭବ । ବିବାହ ବିଚ୍ଛେଦ ପରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି । ହେଲେ କେହି କାହା ବିଷୟରେ ମୁହଁ ଖୋଲିନାହାନ୍ତି । ଯାଜପୁରର ଗଣପର୍ବ କାଳୀପୂଜା ଅବସରରେ ପୂଜା କମିଟି ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୋଟିଏ ଦିନରେ ପାଖାପାଖି ମଣ୍ଡପରେ ଯୋଗଦେଇଥିଲେ ବର୍ଷା ଓ ଅନୁଭବ । ପ୍ରାୟ ୨୦୦ ମିଟର ଦୂରତାରେ ଥିବା ପେଣ୍ଡାଲରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା।
ଉଭୟ ନିଜର ଦର୍ଶକ ଓ ଶୁଭେଚ୍ଛୁଙ୍କୁ ପ୍ରଶଂସା କରିଥିବା ବେଳେ ନିଜର ପାରିବାରିକ ବିବାଦରୁ ଦୂରରେ ରହିଥିଲେ । ଉଭୟ ନିଜ ନିଜ ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ। ଅନୁଭବ ନିକଟରେ ମୁକ୍ତିଲାଭ କରିଥିବା କର୍ମ ଚଳଚିତ୍ରର ଚିରିଂ ଚିରିଂ ଗୀତରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ବେଳେ ବର୍ଷା ମଧ୍ୟ ମଞ୍ଚରେ ହାତ ହଲାଇ ନିଜର ଫ୍ୟାନମାନଙ୍କୁ ଅଭିବାଦନ ଜଣାଇଥିଲେ।
କହିରଖୁଛୁ, ଦୁହିଁଙ୍କ ଛାଡପତ୍ର ପରେ ସେମାନେ ଅଲଗା ଅଲଗା ରାଜନୈତିକ ଦଳରେ ଯୋଗ ଦେଇଥିଲେ। ସେମାନଙ୍କୁ ଅନେକ ସମରେ ଲାଇମ ଲାଇଟ୍ରେ ମଧ୍ୟ ଦେଖିବାକୁ ମିଳିଥିଲା।
The post ଯାଜପୁରରେ ଏକାଠି ଦେଖାଗଲେ ବର୍ଷା-ଅନୁଭବ, ରାଜନୀତିରେ ହଲଚଲ! appeared first on Dharitri Odia News.