ନା କିଙ୍ଗ୍‌ ଖାନ ନା ଭାଇଜାନ୍‌…ଏହି ବଲିଉଡ୍‌ ଅଭିନେତାଙ୍କ ପାଖରେ ଅଛି ଭାରତର ସବୁଠୁ ମହଙ୍ଗା କାର

ମୁମ୍ଵାଇ ୨୬।୦୧; ଲଗଜରୀ କାର କଥା ଭାବିଲେ ରୋଲ୍ସ ରୋଏସ୍ କଥା ଆସେ ଆଉଁ ଲଗଜରୀ ଗାଡିର ମାଲିକଙ୍କ କଥା ଆସିଲେ ସିଲିବ୍ରିଟିଙ୍କ କଥା ଉଠିଥାଏ। ହଲିଉଡରେ ତ ଅନେକ ବଡ ବଡ କଳାକାର ଅଛନ୍ତି। ଯେଉଁମାନେ ବୁଗାଟି, ଫରାରୀ ଭଳି ନାମୀଦାମୀ କାର ରଖିଛନ୍ତି । ବଲିଉଡ୍‌ରେ ଏପରି ଅନେକ କଳାକାର ଅଛନ୍ତି। ଯେଉଁମାନଙ୍କର ଦାମୀ କାରର ସୌଉକ୍ ରହିଛି । କେଉଁ କଳାକାରଙ୍କ ପାଖରେ ସବୁଠୁ ଦାମୀ କାର୍ ରହିଛି । କଳାକାରଙ୍କ କଥା କହିଲେ ବର୍ତ୍ତମାନ ଦୁଇଟି ନାଁ ସାମ୍ନାକୁ ଆସୁଥିବ ନିଶ୍ଚୟ । ଶାହାରୁଖ ଖାନ୍ କିମ୍ୱା ସଲମାନ୍ ଖାନ୍ । କିନ୍ତୁ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଏହି ଦୁଇଜଣଙ୍କ ଭିତରୁ କାହା ପାଖରେ ବି ଏମିତି ଦାମୀ କାର୍ ନାହିଁ । କିନ୍ତୁ ଜଣେ କଳାକାର ଅଛନ୍ତି ସେ ହେଉଛନ୍ତି ଇମ୍ରାନ୍ ହାଶମୀ । ତାଙ୍କ ପାଖରେ ରହିଛି ଏହି କାର । ସବୁଠୁ ମହଙ୍ଗା ଲଗଜରୀ କାରର ମାଲିକ ହେଉଛନ୍ତି ଇମ୍ରାନ୍ ହାଶମୀ । ତାଙ୍କ ପାଖରେ ଯେଉଁ ଗାଡି ଅଛି ତାର ମୂଲ୍ୟ ଏତେ ଅଧିକ ଯେ, ସେହି ମୂଲ୍ୟରେ ଗୋଟିଏ ଦାମୀ ବଙ୍ଗଳା କିଣାଯାଇପାରିବ । ଇମ୍ରାନ ୨୦୨୪ରେ ତାଙ୍କ କାର୍ କଲେକ୍ସନରେ ଆଉ ଏକ କାର୍ ସାମିଲ କରିଛନ୍ତି । ତାହା ହେଉଛି ରୋଲ୍ସ ରୋଏସ ଘୋଷ୍ଟ ବ୍ଲାକ୍ ବ୍ୟାଚ୍ । ଯାହାର ମୂଲ୍ୟ ୧୨କୋଟି  ୨୫ହଜାର ଟଙ୍କା ରହିଛି । ଇମ୍ରାନ୍ କିଣିଥିବା ଏହି କାର୍ ଦେଶରେ ବିକ୍ରି ହେଉଥିବା ସବୁଠୁ ଦାମୀ କାର ମଧ୍ୟରୁ ଅନ୍ୟତମ । ଇମ୍ରାନଙ୍କ ପାଖରେ କେବଳ ଏହି ଗୋଟିଏ ଗାଡି

ନା କିଙ୍ଗ୍‌ ଖାନ ନା ଭାଇଜାନ୍‌…ଏହି ବଲିଉଡ୍‌ ଅଭିନେତାଙ୍କ ପାଖରେ ଅଛି ଭାରତର ସବୁଠୁ ମହଙ୍ଗା କାର

ମୁମ୍ଵାଇ ୨୬।୦୧; ଲଗଜରୀ କାର କଥା ଭାବିଲେ ରୋଲ୍ସ ରୋଏସ୍ କଥା ଆସେ ଆଉଁ ଲଗଜରୀ ଗାଡିର ମାଲିକଙ୍କ କଥା ଆସିଲେ ସିଲିବ୍ରିଟିଙ୍କ କଥା ଉଠିଥାଏ। ହଲିଉଡରେ ତ ଅନେକ ବଡ ବଡ କଳାକାର ଅଛନ୍ତି। ଯେଉଁମାନେ ବୁଗାଟି, ଫରାରୀ ଭଳି ନାମୀଦାମୀ କାର ରଖିଛନ୍ତି । ବଲିଉଡ୍‌ରେ ଏପରି ଅନେକ କଳାକାର ଅଛନ୍ତି। ଯେଉଁମାନଙ୍କର ଦାମୀ କାରର ସୌଉକ୍ ରହିଛି । କେଉଁ କଳାକାରଙ୍କ ପାଖରେ ସବୁଠୁ ଦାମୀ କାର୍ ରହିଛି । 

କଳାକାରଙ୍କ କଥା କହିଲେ ବର୍ତ୍ତମାନ ଦୁଇଟି ନାଁ ସାମ୍ନାକୁ ଆସୁଥିବ ନିଶ୍ଚୟ । ଶାହାରୁଖ ଖାନ୍ କିମ୍ୱା ସଲମାନ୍ ଖାନ୍ । କିନ୍ତୁ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଏହି ଦୁଇଜଣଙ୍କ ଭିତରୁ କାହା ପାଖରେ ବି ଏମିତି ଦାମୀ କାର୍ ନାହିଁ । କିନ୍ତୁ ଜଣେ କଳାକାର ଅଛନ୍ତି ସେ ହେଉଛନ୍ତି ଇମ୍ରାନ୍ ହାଶମୀ । ତାଙ୍କ ପାଖରେ ରହିଛି ଏହି କାର । 

ସବୁଠୁ ମହଙ୍ଗା ଲଗଜରୀ କାରର ମାଲିକ ହେଉଛନ୍ତି ଇମ୍ରାନ୍ ହାଶମୀ । ତାଙ୍କ ପାଖରେ ଯେଉଁ ଗାଡି ଅଛି ତାର ମୂଲ୍ୟ ଏତେ ଅଧିକ ଯେ, ସେହି ମୂଲ୍ୟରେ ଗୋଟିଏ ଦାମୀ ବଙ୍ଗଳା କିଣାଯାଇପାରିବ । ଇମ୍ରାନ ୨୦୨୪ରେ ତାଙ୍କ କାର୍ କଲେକ୍ସନରେ ଆଉ ଏକ କାର୍ ସାମିଲ କରିଛନ୍ତି । ତାହା ହେଉଛି ରୋଲ୍ସ ରୋଏସ ଘୋଷ୍ଟ ବ୍ଲାକ୍ ବ୍ୟାଚ୍ । ଯାହାର ମୂଲ୍ୟ ୧୨କୋଟି  ୨୫ହଜାର ଟଙ୍କା ରହିଛି । ଇମ୍ରାନ୍ କିଣିଥିବା ଏହି କାର୍ ଦେଶରେ ବିକ୍ରି ହେଉଥିବା ସବୁଠୁ ଦାମୀ କାର ମଧ୍ୟରୁ ଅନ୍ୟତମ । ଇମ୍ରାନଙ୍କ ପାଖରେ କେବଳ ଏହି ଗୋଟିଏ ଗାଡି ନୁହେଁ ତାଙ୍କ ପାଖରେ ମର୍ସିଡିଜ୍ ମେବ୍ୟାକ୍ ଏସ୍-୫୬୦ । ୩.୭୯କୋଟିର ଲାମ୍ୱରଗିନି ଏବଂ ଲ୍ୟାଣ୍ଡ ରୋବର ଭଳି ଦାମୀ କାର ରହିଛି । 

ଶାହାରୁଖ ଏବଂ ସଲମାନଙ୍କ ପାଖରେ କେଉଁ ମହଙ୍ଗା କାର ଅଛି?

ଶାହାରୁଖ ଖାନଙ୍କ ପାଖରେ ଥିବା ରୋଲ୍ସ ରୋଏସ କାରର ମୂଲ୍ୟ ୧୦ କୋଟି ଟଙ୍କା ରହିଛି । ଯାହା ଇମ୍ରାନଙ୍କ ରୋଲ୍ସ ରୋଏସ୍ ଠାରୁ ୨କୋଟି ଟଙ୍କା କମ୍ । 

ରିପୋର୍ଟ ଅନୁସାରେ, ଶାହରୁଖଙ୍କ ପାଖରେ ଏକ ବୁଗାଟି ଭେରନ୍ ମଧ୍ୟ ଅଛି। ଯାହାକୁ ତାଙ୍କ କାର କଲେକସନ୍‌ରେ ସବୁଠାରୁ ମହଙ୍ଗା କୁହାଯାଏ। ସଲମାନ ଖାନଙ୍କ ସବୁଠାରୁ ମହଙ୍ଗା କାର ହେଉଛି ରେଞ୍ଜ ରୋଭର। ଯାହାକୁ ସଲମାନ କିଛି ମାସ ପୂର୍ବରୁ କିଣିଥିଲେ। ଏହାର ପ୍ରାରମ୍ଭିକ ଏକ୍ସ-ଶୋ’ରୁମ୍ ମୂଲ୍ୟ ପ୍ରାୟ ୪.୪ କୋଟି ଟଙ୍କା।