ଓଡ଼ିଶା ସମେତ ୧୫ ରାଜ୍ୟର ମୁଖ୍ୟ ସଚିବଙ୍କୁ ସମନ ପଠାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୧ା୭ : ଦ୍ୱିତୀୟ ଜାତୀୟ ନ୍ୟାୟିକ ବେତନ କମିଶନଙ୍କ ସୁପାରିସ୍କୁ ଅନୁପାଳନ କରି ନ ଥିବା ଓଡ଼ିଶା ସମେତ ୧୬ ରାଜ୍ୟର ମୁଖ୍ୟ ସଚିବ ଏବଂ ଅର୍ଥ ସଚିବଙ୍କୁ ସୁପ୍ରିମକୋର୍ଟ ଗୁରୁବାର ସମନ ଜାରି କରିଛନ୍ତି। ନ୍ୟୟିକ ଅଧିକାରୀମାନଙ୍କ ବକେୟା ପେନ୍ଶନ ଏବଂ ଅବସରକାଳୀନ ଅନ୍ୟାନ୍ୟ ସୁବିଧା ପୈଠ କରିବା ପାଇଁ କମିଶନ ସୁପାରିସ କରିଥିଲେ। ବେତନ କମିଶନଙ୍କ ସୁପାରିସ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ.ବି. ପର୍ଡିଓ୍ବାଲା ଏବଂ […] The post ଓଡ଼ିଶା ସମେତ ୧୫ ରାଜ୍ୟର ମୁଖ୍ୟ ସଚିବଙ୍କୁ ସମନ ପଠାଇଲେ ସୁପ୍ରିମକୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୧୧ା୭ : ଦ୍ୱିତୀୟ ଜାତୀୟ ନ୍ୟାୟିକ ବେତନ କମିଶନଙ୍କ ସୁପାରିସ୍କୁ ଅନୁପାଳନ କରି ନ ଥିବା ଓଡ଼ିଶା ସମେତ ୧୬ ରାଜ୍ୟର ମୁଖ୍ୟ ସଚିବ ଏବଂ ଅର୍ଥ ସଚିବଙ୍କୁ ସୁପ୍ରିମକୋର୍ଟ ଗୁରୁବାର ସମନ ଜାରି କରିଛନ୍ତି। ନ୍ୟୟିକ ଅଧିକାରୀମାନଙ୍କ ବକେୟା ପେନ୍ଶନ ଏବଂ ଅବସରକାଳୀନ ଅନ୍ୟାନ୍ୟ ସୁବିଧା ପୈଠ କରିବା ପାଇଁ କମିଶନ ସୁପାରିସ କରିଥିଲେ। ବେତନ କମିଶନଙ୍କ ସୁପାରିସ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ.ବି. ପର୍ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନୁପାଳନ କିପରି କରାଇବାକୁ ହେବ ତାହା ଆମକୁ ଜଣା। ଆମେ ମୁଖ୍ୟ ସଚିବ ଓ ଅର୍ଥ ସଚିବଙ୍କୁ ଜେଲ ପଠାଉନାହୁଁ। ସେମାନେ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ସତ୍ୟପାଠ ଦାଖଲ କରିବା ଚାହୁଁଛୁ ବୋଲି ଖଣ୍ଡପୀଠ କହିଛନ୍ତି। ସୁପାରିସ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟଗୁଡ଼ିକୁ ୭ ଥର ସୁଯୋଗ ଦିଆଯିବା ସତ୍ତ୍ୱେ ଏହାର ଅନୁପାଳନ କରାଯାଇ ନାହିଁ। ଅଗଷ୍ଟ ୨୩ରେ ମୁଖ୍ୟ ସଚିବ ଏବଂ ଅର୍ଥ ସଚିବ ଉପସ୍ଥିତ ନ ହେଲେ, ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି। ନ୍ୟାୟିକ ବେତନ କମିଶନଙ୍କ ସୁପାରିସ ଅନୁପାଳନ କରି ନ ଥିବା ରାଜ୍ୟଗୁଡ଼ିକ ହେଲେ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼, ଦିଲ୍ଲୀ, ଆସାମ, ଅରୁଣାଚଳପ୍ରଦେଶ, ନାଗାଲାଣ୍ଡ, ମିଜୋରାମ, ହିମାଚଳପ୍ରଦେଶ, କେରଳ, ମେଘାଳୟ, ମଧ୍ୟପ୍ରଦେଶ, ତାମିଲନାଡୁ, ମଣିପୁର, ରାଜସ୍ଥାନ।
The post ଓଡ଼ିଶା ସମେତ ୧୫ ରାଜ୍ୟର ମୁଖ୍ୟ ସଚିବଙ୍କୁ ସମନ ପଠାଇଲେ ସୁପ୍ରିମକୋର୍ଟ appeared first on Dharitri Odia News.